spot_img
Home Blog Page 3988

୮ ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ

ଭୁବନେଶ୍ବର: ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ  । ଅପରାହ୍ନ ୪ ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦା ମୂଳକ ଶିକ୍ଷା ପରୀକ୍ଷା ଫଳ। CHSE କାର୍ଯ୍ୟାଳୟରେ ଫଳ ପ୍ରକାଶ ପାଇବ ରେଜଲ୍ଟ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଚଳିତବର୍ଷ ରାଜ୍ୟରେ କଳାରେ ୨ଲକ୍ଷ ୧୩ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ପରୀକ୍ଷା ଦେଇଥିଲେ । ଚଳିତବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯାଇଛି। ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯିବ।

 

ପ୍ରଥମ ପଦ୍ଧତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ୍‍ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାଇଥିବା ମାର୍କରୁ ୨୦% ୱେଟେଜ୍‍(ହାରାହାରି ମାର୍କ) ଓ ଦ୍ୱାଦଶ ପରୀକ୍ଷାର ୮୦% ୱେଟେଜ୍‍କୁ ନିଆଯାଇ ପିଲାଙ୍କୁ ପ୍ରତ୍ୟେକ ବିଷୟର ମାର୍କ ଦିଆଯାଇଛି। ପିଲାଙ୍କ ତିନୋଟି ଇଣ୍ଟରନାଲ୍‍ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯାଇଛି। ପ୍ରଥମ ପଦ୍ଧତି ଅନୁଯାୟୀ ଉଭୟ ଇଣ୍ଟରନାଲ୍‍ ଏବଂ ଯୁକ୍ତ ଦୁଇ ବୋର୍ଡ(ଦ୍ୱାଦଶ) ପରୀକ୍ଷାର ୱେଟେଜ୍‍ ଭିତ୍ତିରେ ପିଲାଙ୍କୁ ସମୁଦାୟ ମାର୍କ ଦିଆଯାଇଛି।

 

ସେହିପରି ଦ୍ୱିତୀୟ ପଦ୍ଧତିରେ କେବଳ +୨ ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ୱରକୁ ଶତ ପ୍ରତିଶତ ୱେଟେଜ୍‍ ଭାବେ ଗ୍ରହଣ କରାଯାଇଛି। ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯାଇଛି ବୋଲି ସିଏଚ୍‍ଏସ୍‍ଇ ଦର୍ଶାଇଛି।

 

ପ୍ରବଳ ବର୍ଷାରେ ଭିଜିଲା ବୁଡିଲା ଭୁବନେଶ୍ବର

ଭୁବନେଶ୍ବର: ପ୍ରବଳ ବର୍ଷାରେ ଭିଜିଲା ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଛି ପ୍ରବଳ ବର୍ଷା । ଚାରିଆଡେ ଜଳବନ୍ଦୀ ସ୍ଥିତି । ପ୍ରବଳ ବର୍ଷାରେ ବୁଡ଼ିଲା ରାଜଧାନୀ ଭୁବନେଶ୍ବର । ଇସ୍କନ ସମେତ ସହରର ପ୍ରମୁଖ ସ୍ଥାନରେ ଲହଡି ମାରୁଛି ବର୍ଷା ପାଣି । ବର୍ଷାରେ ବୁଡିଲା କାର ଓ ମୋଟର ସାଇକେଲ । ବର୍ଷାରେ ଚାରି ଆଡେ ଜମିଛି ପାଣି ।

ବର୍ଷା ସାଙ୍ଗକୁ ପାଣି ଜମି ରହିବାରୁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଆଜିଠୁ ୧୦ ତାରିଖ ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ୮ ଓ ୯ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୟୁନିଟ୍ -୮ ଡିଏଭି ସ୍କୁଲ ସାମ୍ନା ରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହଠାତ୍ ବର୍ଷା ଯୋଗୁ ପାଣି ଜମି ରହି ଯାତାୟତରେ ସମସ୍ୟା ଉପୁଜିଛି ।

ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ କଚ୍ଚା ରାସ୍ତା ଏବଂ କଚ୍ଚା ଘର ପ୍ରଭାବିତ ହେବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି ।

ଉପରାଷ୍ଟ୍ରପତି ନିର୍ବାଚନ: ହ୍ବିଲଚେୟାରରେ ଆସିଲେ ମନମୋହନ, ଭୋଟ ଦେଲେ ମୋଦି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ ପ୍ରକ୍ରିୟା  । ସଂସଦ ଭବନରେ ପ୍ରଥମେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ସେହିପରି ଗୃହ ମନ୍ତ୍ରୀ ଅମିତ ଶାହା, କଂଗ୍ରେସ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି  । ସନ୍ଧ୍ୟା ୫ଟା ଯାଏଁ ମତଦାନ ପ୍ରକ୍ରିୟା ଜାରି ରହିବ  ।

ଏନଡିଏ ସମର୍ଥିତ ପ୍ରାର୍ଥୀ ତଥା ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଲୋକସଭାରେ ବିଜେପି ପୂର୍ଣ୍ଣ ସମର୍ଥନ ଦେଉଛି  । ସେହିପରି ଆଞ୍ଚଳିକ ଦଳ ବିଜେଡି, ଜନତା ଦଳ (ୟୁନାଇଟେଡ), ୱାଇଏସଆରସିପି, ବିଏସପି, ଏଆଇଏଡିଏମକେ, ଶିବସେନାର ୫୧୫ ସାଂସଦଙ୍କ ଭୋଟ ବଳରେ ଧନଖରଙ୍କ ବିଜୟ ସୁନିଶ୍ଚିତ  । ସେପଟେ ରାଜ୍ୟସଭାରେ ଧନଖରଙ୍କୁ ୯୧ ସଦସ୍ୟଙ୍କ ସମର୍ଥନ ପ୍ରତିଦ୍ବନ୍ଦୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ  ।

ଉଭୟ ଗୃହର ୭୮୦ ଜଣ ସାଂସଦ ମତଦାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ମନୋନୀତ ହୋଇଛନ୍ତି  ।    ଏନଡିଏରୁ ଜଗଦୀପ ଧନଖଡ଼ ପ୍ରାର୍ଥୀ ହୋଇଥିବା ବେଳେ ମାର୍ଗାରେଟ୍ ଆଲଭା ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ସଂସଦର ଉଭୟ ଗୃହର ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି ।

ଆଜି ଭୋଟ୍ ଗ୍ରହଣ ଶେଷ ହେବା ପରେ ସଂସଦ ଭବନରେ ଭୋଟ୍ ଗଣତି ହେବ । ଆସନ୍ତା ୧୦ ତାରିଖରେ ଶେଷ ହେଉଛି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ସରକାର ଉପରାଷ୍ଟ୍ରପତି ନିର୍ବାଚନରୁ ବାଦ୍‌ ପଡିବା ପାଇଁ ନିଷ୍ପତ୍ତି ନେଇଥିଲା ।

 

୪ ବର୍ଷ ପରେ ରାୟ, ଦଳିତଙ୍କୁ ହତ୍ୟା କରି ୨୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଚେନ୍ନାଇ: କଚନାଥମ ଟ୍ରିପଲ ମର୍ଡର କେସ୍‌ରେ ୨୭ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ  । ଶିବଗଙ୍ଗା ଜିଲ୍ଲାର ଏକ ସ୍ବତନ୍ତ୍ର ଅଦାଲତ ଏହି ରାୟ ଶୁଣାଇଛନ୍ତି  । କଚନଂଥମ ଗାଁର ତିନି ଜଣ ଦଳିତଙ୍କୁ ହତ୍ୟାର ୪ ବର୍ଷ ପରେ ରାୟ ଶୁଣାଇଛନ୍ତି କୋର୍ଟ  । ମନ୍ଦିରରେ ଆୟୋଜିତ ଏକ ସମାରୋହରେ କମେଣ୍ଟ ମରାକୁ ନେଇ ବିବାଦ ପରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା  ।

ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ ଅନୁସାରେ ସ୍ବତନ୍ତ୍ର କୋର୍ଟ ଶୁଣାଣି କରି ଦଣ୍ଡ ଶୁଣାଇଛନ୍ତି  । ଘଟଣାରେ ୩୩ ଜଣ ଅଭିଯୁକ୍ତ ଥିବାବେଳେ ୨୭ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି  । ଶୁଣାଣି ଚାଲିଥିବା ସମୟରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା  । ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମଦୁରୈ ପୀଠ ୨୦୧୯ରେ କିଛି ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଥିଲେ  । ଶିବଗଙ୍ଗା ଜିଲ୍ଲାରେ ଜାତିଆଣ ମନୋଭାବ ଦେଖାଦେବା ସହ ଜିଲ୍ଲାର ଶାନ୍ତି ପ୍ରତିଷ୍ଠାରେ ବାଧା ଉପୁଜିଥିବା ମନେ କରିଥିଲେ କୋର୍ଟ  ।

ଗତ ୨୬ ମେ ୨୦୧୮ରେ କରୁପନ୍ନାସ୍ବାମୀ ମନ୍ଦିରର ଏକ ଉତ୍ସବରେ ଆୟୋଜିତ କାର୍ଯ୍ୟକ୍ରମରେ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଦୁଇ ଦଳିତ ଯୁବକ କମେଣ୍ଟ ମାରି ଥିଲେ । ଯାହାର ଦୁଇ ଦିନ ପରେ ଦଳିତ ବସ୍ତିରେ କିଛି ସବର୍ଣ୍ଣ ଯୁବକ ଆକ୍ରମଣ କରି ହତ୍ୟାକାଣ୍ଡ ଘଟାଇଥିଲେ ।

ବାବା ଆଖଣ୍ଡଳମଣିଙ୍କ ସକାଳ ନୀତିରେ ବିଳମ୍ବ

ଭଦ୍ରକ: ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ସକାଳ ନୀତିରେ ବିଳମ୍ବ । ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହକୁ ସେବାକାରୀଙ୍କ ବ୍ଯତୀତ ଅନ୍ଯକେହି ପ୍ରବେଶ କରିପାରିବେ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କଡାକଡି ନିୟମ କରାଯାଇଛି। ହେଲେ କିଛି ସେବାୟତ ଏହି ନିୟମକୁ ଫୁ କରି ବଳପୂର୍ବକ ଭାବେ ଅଧିକ ଦକ୍ଷିଣା ପାଇବା ପାଇଁ ଭକ୍ତ ଓ ଅଣସେବାୟତଙ୍କୁ ପ୍ରବେଶ କରାଇବା ସହ ଦୀର୍ଘ ସମୟ ଧରି ପୂଜାର୍ଚ୍ଚନା କରିଥିଲେ।

ଏହାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲେ ମଧ୍ଯ କିଛି ସେବାୟତ ପ୍ରଶାସନିକ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଜୋର ଜବରଦସ୍ତ ପୁର୍ନବାର ଭକ୍ତଙ୍କ ପ୍ରବେଶ କରିବାରୁ ସକାଳ ନୀତି ପହଡିଖିଆ ଧୂପ ବିଳମ୍ବ ଦେଖା ଦେଇଛି।

ଆଉ କିଛି ଭକ୍ତ ଲୁଗା ପିନ୍ଧି ପାଣି କଳସ ଧରି ନେଉଥିବାରୁ କିଛି ସେବାୟତ ବାରଣ କରିବାରୁ ଉଭୟଙ୍କ ମଧ୍ଯରେ କିଛିସମୟ ଧରି ହୋହାଲ୍ଲା ଦେଖାଦେଇଥିଲା। ଏପରିକି ମନ୍ଦିର ପରିଚାଳକ ବାରଣ କରିଥିଲେ ମଧ୍ଯ କେହି ଶୁଣି ନଥିଲେ।

ବିଷାକ୍ତ ମଦ ପିଇ ବିହାରରେ ୧୩ ମୃତ୍ୟୁ, ଥାନା ଅଧିକାରୀ ନିଲମ୍ବିତ

ପାଟନା: ବିଷାକ୍ତ ମଦ ପିଇ ବିହାର ଛପରା ଜିଲ୍ଲାରେ ପ୍ରାଣ ହରାଇଲେଣି ୧୩ ଜଣ  । କିନ୍ତୁ ସରକାରୀ ଭାବେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ଦୁଇ ଜଣ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଘଟଣାରେ ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ମଦବନ୍ଦ ଆଇନ ଉଲ୍ଲଙ୍ଘନ ଓ ବେଆଇନ ମଦ୍ୟପାନ ଅଭିଯୋଗରେ ୯୪ ଜଣଙ୍କୁ ଅଟକ ରଖାଯାଇଛି  ।

ବିଷାକ୍ତ ମଦ ମୃତ୍ୟୁ ପରେ ସୋନହୋ ଛକରେ ଚାରି ଘଣ୍ଟା ରାସ୍ତା ଜାମ କରିଛନ୍ତି ଉତ୍ତ୍ୟକ୍ତ ଲୋକେ   । ଏହି ସମୟରେ ଡିଏସପିଙ୍କ ସହ ଆକ୍ରୋଶକାରୀଙ୍କ ପାଟିତୁଣ୍ଡ ଦେଖିବାକୁ ମିଳିଛି  ।

ଅଞ୍ଚଳରେ ଆୟୋଜିତ ଏକ ଉତ୍ସବ ପରେ ଗାଁରେ ଅଧିକାଂଶ ଲୋକେ ମଦ ପିଇଥିଲେ  । ମଦ ପିଇବା ପରେ ଅନେକ ଲୋକ ଅସୁସ୍ଥ ହୋଇପଡିଥିଲେ  । ସରକାରୀ ଭାବେ ବର୍ତ୍ତମାନ ସୁଦ୍ଧା ୧୧ଜଣ ପ୍ରାଣ ହରାଇଛନ୍ତି  । ୧୫ ଜଣ ଦୃଷ୍ଟିଶକ୍ତି ହରାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ସେପଟେ ବିଷାକ୍ତ ମଦ ବିକ୍ରି କରୁଥିବା ଅଭିଯୋଗରେ ଅନେକ ଦୋକାନରେ ଚଢାଉ କରିଛି ଅବକାରୀ ବିଭାଗ  । ଚଢାଉ ବେଳେ ୧୩ ଲିଟରରୁ ଅଧିକ ମଦ ଜବତ ହୋଇଛି  । ବିଷାକ୍ତ ମଦ ପିଇ ପ୍ରାୟ ୧୨ରୁ ଅଧିକ ଛପରା ସଦର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି  । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି  । ଗତ ନଭେମ୍ବରରୁ ବର୍ତ୍ତମାନ ସୁଦ୍ଧା ବିଷାକ୍ତ ମଦ ପିଇ ପ୍ରାୟ ୫୦ ଜଣ ପ୍ରାଣ ହରାଇ ସାରିଲେଣି  ।

ଦମ୍‌ ଦେଖାଉଛି ଡ୍ରାଗନ, ତାଇୱାନ ଆକାଶରେ ଉଡିଲା ୬୮ ଯୁଦ୍ଧ ବିମାନ

ତାଇପେଇ: ତାଇୱାନ ଆକାଶରେ ଉଡୁଛି ଚୀନର ୬୮ ବିମାନ ଏବଂ ୧୩ଟି ଯୁଦ୍ଧ ଜାହାଜ । ଏନେଇ ସୂଚନା ଦେଇଛି ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ । ତାଇପେ ସେନା କହିଛି ଯେ ଚୀନ ପିଏଲଏର ପ୍ରାୟ ୬୮ ଲଢୁଆ ବିମାନ ଏବଂ ୧୩ଟି ଯୁଦ୍ଧ ଜାହାଜ ମଧ୍ୟ ରେଖାକୁ ପାର କରିଛି ।

ଆମେରିକା ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ ଅଧିକ ଉଗ୍ର ହୋଇ ଉଠିଛି । ପେଲୋସିଙ୍କୁ ବ୍ଲାକ୍‌ଲିଷ୍ଟ କରିଛି ଚୀନ  । ଜିନପିଙ୍ଗ ସରକାର ପେଲୋସିଙ୍କ ବିରୁଦ୍ଧରେ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି  । ଗସ୍ତ ପରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଚୀନ  ।  ନିଜ ଶକ୍ତି ପ୍ରଦର୍ଶନ କରିବା ପାଇଁ ବଡ଼ ଧରଣର ସୈନ୍ୟ ଅଭ୍ୟାସ ଜାରି ରଖିଛି  । ପେଲୋସିଙ୍କ ତାଇୱାନ ଯାତ୍ରାକୁ ନେଇ ଚୀନ କଡା ଆପତ୍ତି ଉଠାଇଥିଲା । ଚୀନ ତାଇୱାନକୁ ନିଜ ଦେଶର ଅଂଶ ବୋଲି ଦାବି କରୁଛି । ଏହାରି ଭିତରେ ଚୀନ ପୁଣି ଥରେ ଆମେରିକାକୁ କଡା ଚେତାବନୀ ଦେଇଛି ।

ଚୀନ ବୈଦେଶିକ ମନ୍ତ୍ରୀ ପେଲୋସିଙ୍କ ଯାତ୍ରାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି । ତାଙ୍କ ଗସ୍ତ ଚୀନର ସାର୍ବଭୌମତ୍ବକୁ ଗଭୀର ଭାବେ ପ୍ରଭାବିତ କରିଛି  । ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିଛି ଆମେରିକା । ଆଗକୁ ଏକ ବଡ଼ ସଂକଟ ସୃଷ୍ଟି କରିବାକୁ ଆମେରିକା ପ୍ରୟାସ କରୁଛି ବୋଲି ଚୀନ୍‌ କହିଛି ।

ଗତ ଗୁରୁବାର ଠାରୁ ତାଇୱାନ ସୀମାରେ ସୈନ୍ୟ ଅଭ୍ୟାସ ଜାରି ରଖିଛି ଚୀନ  । ୨୦୨୦ ରେ ବେଜିଂର ଘୋଷଣା ପରେ ତାଇୱାନ ସୀମାରେ ଚୀନର ଅନୁପ୍ରବେଶ ବୃଦ୍ଧି ପାଇଥିଲା  ।

ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି, ୧୦ଟାରୁ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଆଜି ଦେଶର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍ ଗ୍ରହଣ ହେବ । ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏରୁ ଜଗଦୀପ ଧନଖଡ଼ ପ୍ରାର୍ଥୀ ହୋଇଥିବା ବେଳେ ମାର୍ଗାରେଟ୍ ଆଲଭା ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ।

ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ । ସଂସଦର ଉଭୟ ଗୃହର ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି । ସଂସଦର ମୋଟ୍ ସଦସ୍ୟ ସଂଖ୍ୟା ୭୮୮ । ସେମାନଙ୍କ ମଧ୍ୟରେ ୫୪୩ ଜଣ ଲୋକସଭା ସଦସ୍ୟ ଥିବା ବେଳେ ୨୩୩ ଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି । ଏହା ବ୍ୟତୀତ ୧୨ ଜଣ ମନୋନୀତ ସଦସ୍ୟ ମଧ୍ୟ ଅଛନ୍ତି ।

ଆଜି ଭୋଟ୍ ଗ୍ରହଣ ଶେଷ ହେବା ପରେ ସଂସଦ ଭବନରେ ଭୋଟ୍ ଗଣତି ହେବ । ଆସନ୍ତା ୧୦ ତାରିଖରେ ଶେଷ ହେଉଛି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ । ଏହା ପୂର୍ବରୁ ନୂତନ ଉପରାଷ୍ଟ୍ରପତି ନିର୍ବାଚନ ହେବା ଜରୁରୀ  । ଉପରାଷ୍ଟ୍ରପତି ଦେଶର ତିନି ସେନାର ଡେପୁଟି ସୁପ୍ରିମୋ କମାଣ୍ଡୋ ଦାୟିତ୍ବ ସମ୍ଭାଳିଥାନ୍ତି  । ଏହା ସହ ରାଜ୍ୟସଭା ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ତୁଲାଇଥାନ୍ତି ଉପରାଷ୍ଟ୍ରପତି  ।

ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି  । ମମତା ଏହା ପୂର୍ବରୁ ଉପରାଷ୍ଟ୍ରପତି ନିର୍ବାଚନରେ ଟିଏମସି ଦୂରତା ବଜାୟ ରଖିବା ନେଇ ଘୋଷଣା କରିଥିଲେ  ।

ଆଜିଠୁ ପ୍ରବଳ ବର୍ଷିବ, ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା । ଆଜି ସନ୍ଧ୍ୟାରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଯାହାର ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଛେଚିବ । ୫ ଦିନ ଧରି ଅବିଭକ୍ତ କୋରାପୁଟ ସମେତ କଳାହାଣ୍ଡିରେ ୧୫୦ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ରହିଛି ।

ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା,ଗଜପତି, ବୌଦ୍ଧ, ବଲାଙ୍ଗୀର ଓ ସୋନପୁରରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ୬, ୭ ଓ ୮ରେ ଲଘୁଚାପ ସମୁଦ୍ରରେ ରହିବା ପରେ ଦକ୍ଷିଣ ଛତିଶଗଡ଼ ମୁହାଁ ହୋଇ ୧୧ ବେଳକୁ ଗୁଜୁରାଟ, ମହାରାଷ୍ଟ୍ର ଆଡ଼େ ଗତି କରିବ ।

ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ହାରାହାରି ୬୦ ମିଲିମିଟର ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବଂଶଧାରା ଓ ନାଗାବଳୀ ନଦୀ ଫୁଲିବା ସମ୍ଭାବନା ରହିଛି । ୯ ତାରିଖରେ କୋରାପୁଟ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ  । ଏଥିପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଚାଷୀମାନଙ୍କୁ ଧାନ କ୍ଷେତରେ କୀଟନାଶକ ଓ ଜଳସେଚନ କରିବାକୁ ବାରଣ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ନବୀନ

ଭୁବନେଶ୍ବର: ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେଉଥିବା ସ୍ବାଧୀନତାର ଅମୃତ ମହୋତ୍ସବ ଜାତୀୟ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍‍ ଶାହାଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗ ବୈଠକ ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେବା ସହ ରାଜ୍ୟ ସ୍ବାର୍ଥ ସମ୍ବଳିତ ଏକାଧିକ ପ୍ରସଙ୍ଗ ଉପସ୍ଥାପନା କରିବେ । ଏହାର ପରଦିନ ଅଗଷ୍ଟ ୮ ତାରିଖ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି ।