ଟୁଇଟର କିଣିଲେ ଏଲନ ମସ୍କ, ପ୍ରଥମ ଦିନରେ ସିଇଓ ପରାଗ ଅଗ୍ରଓ୍ବାଲ ବିଦା

ଓ୍ୱାଶିଂଟନ: ଟୁଇଟରର ନୂଆ ମାଲିକ ଏଲନ ମସ୍କ । ଟୁଇଟର କିଣିଲେ ଟେସଲା ସିଇଓ ଏଲନ ମସ୍କ । ଟୁଇଟର କିଣିବା ପରେ ପ୍ରଥମ ଦିନରେ ସିଇଓ ପରାଗ ଅଗ୍ରୱାଲ ଓ ସିଏଫଓ ନେଡ୍ ସୈଗଲଙ୍କୁ ବିଦା କଲେ । ହେଡକ୍ୱାର୍ଟସରୁ ବାହାର କଲେ ମସ୍କ । ସବୁ ବର୍ଗର ଏବଂ ସବୁ ଚିନ୍ତାଧାରାର ଲୋକଙ୍କ ପାଇଁ ଟୁଇଟର କାମ କରିବ ବୋଲି ଏଲନ ମସ୍କ କହିଛନ୍ତି । ସମାଜରେ କୌଣସି ପ୍ରକାର ହିଂସାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଏଲକ ମସ୍କ ଟୁଇଟରର କର୍ମଚାରୀଙ୍କୁ ଭେଟି କହିଛନ୍ତି । ଏପ୍ରିଲ ୧୩ରେ ଟୁଇଟର କିଣିବାର ଘୋଷଣା କରିଥିଲେ ଏଲନ । ସେୟାର ପ୍ରତି  ୫୪.୨ ଡଲାର ରେଟରେ ୪୪ ଆରବ ଡଲାରରେ କିଣିବାର ଯୋଜନା ଥିଲା । ହେଲେ କିଛି ସ୍ପାମ୍ ଓ ଫେକ୍ ଆକାଉଣ୍ଟ ପାଇଁ ଡିଲ୍ ହୋଲ୍ଡ କରିଥିଲେ ମସ୍କ ।

ଏହାପରେ ଜୁଲାଇ ୮ରେ ଡିଲ୍ ରିଜେକ୍ଟ କରିବା ନିଷ୍ପତ୍ତି ନେଇଥିଲେ । ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଟୁଇଟର । ପୁଣି ଅକ୍ଟୋବରରେ ଡିଲ୍ ପୁରା କରିବାକୁ ମନ ବଦଳାଇଥିଲେ ଏଲନ । ୨୮ ଅକ୍ଟୋବର ସୁଦ୍ଧା ଡିଲ୍ ପୂରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏଲନ ଦିନକ ପୂର୍ବରୁ ଡିଲ୍ ପୂରା କରି ଟୁଇଟର କିଣିବା ସହ ସିଇଓଙ୍କୁ ଚାକିରିରୁ ବାହାର କରିଦେଇଛନ୍ତି । ଟର୍ମିନେସନ ପରେ ପରାଗ୍‌ ଓ ସେଗଲ୍‌ ଦୁହେଁ କମ୍ପାନୀର ସାନ୍ ଫ୍ରାନ୍ସିସକୋର ହେଡକ୍ୱାର୍ଟର ଛାଡିଛନ୍ତି । ଏପଟେ ନିଜେ ଏଲନ ମସ୍କ ହେଡକ୍ବାର୍ଟରରେ ପ୍ରବେଶ କରିଛନ୍ତି  । ସେ ଏକ ସିଙ୍କ ବେସିନ୍ ସହ ଅଫିସ ଆସୁଥିବା ଦେଖିବାକୁ ମିଳିଛି । ସିଇଓ ଓ ସିଏଫଓଙ୍କ ଟର୍ମିନେସନ ପରେ ଏବେ କମ୍ପାନୀର ୭୫ ପ୍ରତିଶତ କର୍ମଚାରୀଙ୍କ ଚାକିରି ଯାଇପାରେ ବୋଲି ଆଶଙ୍କା କରାଯାଉଛି ।