ପୁଣି ଓଡ଼ିଶାରେ ହକି ଫିଭର, ଆଜିଠୁ ଆରମ୍ଭ ହେବ FIH ପୁରୁଷ ହକି ପ୍ରୋ ଲିଗ୍

1 min read

ଭୁବନେଶ୍ୱର: ପୁଣି ଓଡ଼ିଶାରେ ହକି ଫିଭର । ଆଜିଠୁ କମ୍ପିବ କଳିଙ୍ଗ । ଆରମ୍ଭ ହେବ FIH ପୁରୁଷ ହକି ପ୍ରୋ ଲିଗ୍ ମ୍ୟାଚ୍ । ଓଡ଼ିଶା ଆୟୋଜିତ କରୁଛି FIH ପୁରୁଷ ହକି ପ୍ରୋ-ଲିଗର ଚତୁର୍ଥ ସଂସ୍କରଣ । ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ସ୍ପେନ୍ ଓ ନ୍ୟୁଜିଲାଣ୍ଡ ଅଂଶଗ୍ରହଣ କରୁଛନ୍ତି । କଳିଙ୍ଗ ଷ୍ଟାଡିୟମରେ ମୋଟ ୬ଟି ମ୍ୟାଚ ଖେଳାଯିବ । ଆଜି ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ସନ୍ଧ୍ୟା ୭ଟାରୁ ଉଭୟଙ୍କ ମଧ୍ୟରେ ହେବ ଟକ୍କର ।

ପ୍ରଥମ ଥର ଟିମ୍ ଇଣ୍ଡିଆର ମଙ୍ଗ ଧରିଛନ୍ତି ହରମନପ୍ରୀତ ସିଂ । ମ୍ୟାଚରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଓ ସମସ୍ତେ କିଭଳି ନିଜର ବେଷ୍ଟ ଦେବେ ତାହାକୁ ଗୁରୁତ୍ୱ ଦିଆଯାଇଛି । ଭୁବନେଶ୍ୱର ଗ୍ରାଉଣ୍ଡ ଆମ ପାଇଁ ସ୍ୱତନ୍ତ୍ର ବୋଲି କହିଛନ୍ତି ହରମନପ୍ରୀତ । ସେପଟେ ସନ୍ତୁଳିତ ଓ ଶକ୍ତିଶାଳୀ ଦଳ ଥିବାରୁ ବିଜୟ ନେଇ ଆଶା ରଖିଛି ସ୍ପେନ । ଟୁର୍ଣ୍ଣାମେଣ୍ଟକୁ ପ୍ରଶଂସା କରିବା ସହିତ ଭଲ ଖେଳିବା ଉପରେ ଗୁରୁତ୍ବ ଦେଇଛି ନ୍ୟୁଜିଲାଣ୍ଡ ।