ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ, ଜିତିଲା ଓଡ଼ିଶା FC

1 min read

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଖେଳ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   ।  ଇଣ୍ଡିଆନ ସୁପରଲିଗରେ ଓଡିଶା ଏଫସି କରିଛି କମାଲ । ଘରୋଇ ମାଟିରେ ଓଡିଶା ଏଫସିର କ୍ରମାଗତ ବିଜୟ ଅଭିଯାନ ଜାରି ରହିଛି । ଗୁରୁବାର କଳିଙ୍ଗ ଷ୍ଟାଡିଅମରେ ଖେଳା ଯାଇଥିବା ମ୍ୟାଚରେ ବେଙ୍ଗାଲୁରୁ ଏଫସିକୁ 1-0 ଗୋଲରେ ହରାଇଛି ଓଡିଶା ଏଫସି ।

ଏହି ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ଓଡ଼ିଶା ଏଫସି । ଓଡିଶା ଏଫସି ପକ୍ଷରୁ ନନ୍ଦା କୁମାର ମ୍ୟାଚର 33 ମିନିଟରେ ଏକମାତ୍ର ଗୋଲ ସ୍କୋର କରିଛନ୍ତି । ଆଜିର ମ୍ୟାଚ ଦେଖବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ । ସମସ୍ତ ଖେଳାଳିଙ୍କୁ ଭେଟି ଉତ୍ସାହିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।