ଓସିଏର ମଙ୍ଗ ଧରିବେ ପ୍ରଣବ ପ୍ରକାଶ ଦାସ, ଆଜି ଔପଚାରିକ ଘୋଷଣା

କଟକ: ଆଜି ଆସିବ ଓସିଏ ନିର୍ବାଚନ ଫଳାଫଳ । ଘୋଷଣା ହେବ ବିଧିବଦ୍ଧ ଫଳ । କୌଣସି ପଦ ପାଇଁ କେହି ପ୍ରତିପକ୍ଷ ପ୍ରାର୍ଥୀ ନଥିବାରୁ ସମସ୍ତେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ନିଶ୍ଚିତ । କେବଳ ଔପଚାରିକ ଘୋଷଣା ବାକି ରହିଛି । ଓସିଏର ମଙ୍ଗ ଧରିବେ ପ୍ରଣବ ପ୍ରକାଶ ଦାସ । ନିର୍ବାଚନ ପାଇଁ ପ୍ରଣବ ଏକମାତ୍ର ସଭାପତି ପ୍ରାର୍ଥୀଭାବେ ନାମାଙ୍କନ ଭରିଥିଲେ । ଫଳରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ।

ସଞ୍ଜୟ ବେହେରାଙ୍କ ପ୍ୟାନେଲର ୬ ଜଣ ସଦସ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ସଭାପତି ପଦ ପାଇଁ ପ୍ରଣବ ପ୍ରକାଶ ଦାସ, ଉପସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ପଦ ପାଇଁ ସଂଜୟ ବେହେରା, କୋଷାଧକ୍ଷ ପଦ ପାଇଁ ବିକାଶ ପ୍ରଧାନ, ସହ ସମ୍ପାଦକ ପାଇଁ ପ୍ରଭାତ ଭୋଳ ଓ ଆପେକ୍ସ କାଉନସିଲ ପଦ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ ନାମାଙ୍କନ ଦାଖଲ କରିଥିଲେ । ସମସ୍ତ ୬ଟି ପଦବୀ ପାଇଁ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ । ଆଜି ବିଧିବଦ୍ଧ ଫଳ ଘୋଷଣା କରାଯାଇ ନିର୍ବାଚିତ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ ।