ଆସନ୍ତା ସପ୍ତାହରେ ୟୁରୋପକୁ ହିଟ୍ କରିପାରେ ଓମିକ୍ରନ, ସତର୍କ କରାଇଲା ଇସିଡିସି

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ୟୁରୋପକୁ ହିଟ୍ କରିବ ଓମିକ୍ରନ୍ । ଜାରି ହୋଇପାରେ ନୂଆ ଲହରୀ । ଏନେଇ ସତର୍କ ସୂଚନା ଦେଇଛି ୟୁରୋପିଆନ ସେଣ୍ଟର ଫର୍ ଡିଜିଜ ପ୍ରିଭେନସନ ଆଣ୍ଡ କଣ୍ଟ୍ରୋଲ ବା ଇସିଡିସି । ବିଭିନ୍ନ ଦେଶରେ ଓମିକ୍ରନ୍ ସବଭାରିଆଣ୍ଟ ଉତ୍ପାତ ଜାରି ରଖିଥିବାରୁ ପୁଣି ଥରେ ଶୀତ ଋତୁ କାଳରେ ବିପତ୍ତି ଆଣିପାରେ କୋଭିଡ । ତୁରନ୍ତ ଟିକାକରଣ କରିବା ଲାଗି ଆହ୍ୱାନ ଦେଇଛି ସଂସ୍ଥା ।

ସେପଟେ ଚୀନରେ ପୁଣି ମାତିଲା କରୋନା ଭାଇରସ୍ । କେନ୍ଦ୍ର ଚୀନର ଉହାନ ଓ ଉତ୍ତର ପଶ୍ଚିମର ଜିନିଙ୍ଗରେ ବଢିଲା କରୋନା । ସ୍ଥିତି ସମ୍ଭାଳିବା ଲାଗି ଦୁଇ ସହରରେ ବଡ଼ ଧରଣର ଲକଡାଉନ କରାଯାଇଛି । ଫଳରେ ଲକ୍ଷ ଲକ୍ଷ ଲୋକ ପୁଣି ଗୃହବନ୍ଦୀ ସ୍ଥିତିକୁ ଫେରିଛନ୍ତି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ଲକଡାଉନକୁ ଭରସା କରିଛନ୍ତି ସରକାର । ବିଶ୍ୱରେ ଓମିକ୍ରନ ଆତଙ୍କ ଜାରି ରହିଥିବାବେଳେ ଚୀନରେ କରୋନା ଭାଇରସ ଉତ୍ପାତ ଯୋଗୁ ଉହାନ ଓ ଜିନିଙ୍ଗରେ ନିଆଯାଇଛି କଡ଼ା ପଦକ୍ଷେପ । ସେହିପରି ଚୀନର ଚତୁର୍ଥ ବୃହତ୍ତମ ସହର ଗୁଆଙ୍ଗଝୋରେ ମଧ୍ୟ ଜୀବନଯାତ୍ରା ଉପରେ କଟକଣା ଲଗାଯାଇଛି । ଦେଶର ପ୍ରାୟ ୨୮ଟି ସହରରେ ଲକଡାଉନ ଯୋଗୁ ୨୦ କୋଟି ଲୋକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।