spot_img
Home Blog Page 3962

ବନ୍ଦ ହୋଇଛି ହୀରାକୁଦର ୮ ଗେଟ୍: ତଥାପି ଆସିପାରେ ବନ୍ୟା

ଭୁବନେଶ୍ୱର: ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଛି । ତଥାପି ମହାନଦୀରେ ଆସିପାରେ ମଧ୍ୟମ ଧରଣର ବନ୍ୟା । ହୀରାକୁଦରେ ୬୨୧ ଫୁଟ ପାଣି ଅଛି । ଉପରମୁଣ୍ଡରେ ବର୍ଷା ହେଉଥିବାରୁ ଜଳସ୍ତର ଆହୁରି ବଢ଼ିବ । ତେବେ ପ୍ରବଳ ବନ୍ୟାକୁ ଏଡ଼ାଇବା ପାଇଁ ପଦକ୍ଷେପ ନିଆଯାଉଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି । ତେଲ୍‌ ନଦୀରେ ୫ ଲକ୍ଷ କ୍ୟୁସେକ ପାଣି ଆସୁଥିବା ବେଳେ ମୁଣ୍ଡଳୀ ଦେଇ ୧୧ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ ।

ମୁଣ୍ଡଳୀରେ ସବୁ ପାଣି ଛଡ଼ାଗଲେ ସାଢ଼େ ୧୨ ଲକ୍ଷ କ୍ୟୁସେକ ହୋଇଯିବ । ମୁଣ୍ଡଳୀରେ ଏବେ ୯ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରୁଛି । ଯାହା କି ଆସନ୍ତା କାଲି ୧୧ ଲକ୍ଷ କ୍ୟୁସେକରେ ପହଞ୍ଚିବ । ବନ୍ୟାଞ୍ଚଳରେ ଗତକାଲି ଯେତିକି ଟିମ୍‌ ନିୟୋଜିତ ହୋଇଥିଲେ, ତା’ ବାଦ୍‌ ଓଡ୍ରାଫର ଓ ଏନଡିଆରଫ ୧୨ଟି ଓ ଅଗ୍ନିଶମ ବିଭାଗର ୨୦ଟି ଟିମ ଅତିରିକ୍ତ ପଠାଯାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହେବ । ତେଣୁ ପ୍ରଶାସନକୁ ଆଲର୍ଟ କରାଯାଇଛି ।

ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ମହାନଦୀ ସିଷ୍ଟମରେ ରେକର୍ଡ କରାଯାଇଛି ଅଧିକ ବର୍ଷା । ସବୁଠୁ ଅଧିକ ୭ ଟି ବ୍ଲକ ରେ ୨୦୦ରୁ ଅଧିକ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୧୩୨ଟି ବ୍ଲକ ରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି । ଆସନ୍ତା ୧୮ ତାରିଖରେ ଆଉ ଏକ ଲଘୁଚାପ ଆସିପାରେ । ଯାହାଫଳରେ ୧୮ରୁ ପୁଣିଥରେ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ହର ଘର ତ୍ରିରଙ୍ଗା ବିଜ୍ଞାପନରୁ ନେହେରୁଙ୍କୁ ହଟାଇଲେ କର୍ଣ୍ଣାଟକ ସରକାର; ଏଭଳି କହିଲେ, ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ୭୬ ସ୍ୱାଧୀନତା ଦିବସ ବାର୍ତ୍ତାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୋନିଆ। କର୍ଣ୍ଣାଟକରେ ହର ଘର ତ୍ରିରଙ୍ଗା ବିଜ୍ଞାପନରୁ ନେହେରୁଙ୍କୁ ବାଦ୍‌ ଦେବା ପରେ ସେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

‘ବନ୍ଧୁଗଣ ବିଗତ ୭୫ ବର୍ଷ ମଧ୍ୟରେ ଆମେ ବହୁତ କିଛି ହାସଲ କରିଛୁ, କିନ୍ତୁ ବର୍ତ୍ତମାନର ସରକାର ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ନିଚ୍ଚା ଦେଖାଇବାରେ ବ୍ୟସ୍ତ ଅଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସୋନିଆ କହିଛନ୍ତି ।  ରାଜନୈତିକ ସ୍ୱାର୍ଥ ହାସଲ କରିବାକୁ ଯାଇ ଐତିହାସିକ ତଥ୍ୟକୁ ମୋଡ଼ି ମକଚି ସତ୍ୟ ବୋଲି ପ୍ରମାଣିତ କରାଇବା ଏବଂ ନେହେରୁ-ପଟେଲ-ଆଜାଦଙ୍କୁ ମିଥ୍ୟା ପ୍ରଚାର ବରଦାସ୍ତ କରାଯିବ ନାହିଁ ।

ରବିବାର ବିଜେପି ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା ଯେଉଁଥିରେ ୧୯୪୭ରେ ଦେଶ ବିଭାଜନ ନେଇ ବିଜେପିକୁ ଦାୟୀ କରାଯାଇଥିଲା । ଯାହାର କଡ଼ା ଜବାବ ଦେଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ସାବରକଙ୍କୁ ଦେଶ ବିଭାଜନ ସପକ୍ଷରେ ମତ ବାଢ଼ିଥିବା ବେଳେ ଜିହ୍ନା ଏହାକୁ ସଫଳ କରାଇଥିଲେ । ଏଭଳି କି ଆମେ ଯଦି ଦେଶକୁ ଦୁଇ ଭାଗରେ ବିଭକ୍ତ କରିନଥାନ୍ତୁ ତେବେ ଦେଶ ଅନେକ ଭାଗରେ ବିଭକ୍ତ ହୋଇଯାଇଥା’ନ୍ତା । ଏନେଇ ସର୍ଦ୍ଦାର ପଟେଲ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିବା ଜୟରାମ ରମେଶ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ହର ଘର ତ୍ରିରଙ୍ଗା ବିଜ୍ଞାପନରେ ନେହେରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ଦର୍ଶାଯାଇନଥିବା ବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ବୋମ୍ମାଇ ତାଙ୍କ ଚୌକି ବଞ୍ଚାଇବା ପାଇଁ ଏଭଳି କରୁଥିବା କଂଗ୍ରେସ ଅଭିଯୋଗ କରିଛି ।

ଏଥିସହିତ ପଢ଼ନ୍ତୁ: ଏ ରାଷ୍ଟ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପାଖରେ କୃତଜ୍ଞ: ପ୍ରଧାନମନ୍ତ୍ରୀ

ପୁଣି ମୁକେଶଙ୍କ ପରିବାରକୁ ଧମକ: ତିନି ଘଣ୍ଟାରେ ମାରିଦେବାକୁ ଧମକ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ପୁଣି ମିଳା ଧମକ । ପୁରା ପରିବାରକୁ ମାରିଦେବାକୁ ମିଳିଛି ଧମକ । ସୂଚନା ମୁତାବକ, ରିଲାଏନ୍ସ ଫାଣ୍ଡେସନ ହସ୍ପିଟାଲର ଲ୍ୟାଣ୍ଡଲାଇନକୁ ୮ଟି କଲ ଆସିଥିଲା । କଲର ଅମ୍ବାନୀଙ୍କ ସମ୍ପୂର୍ଣ୍ଣ ପରିବାରକୁ ତିନି ଘଣ୍ଟାରେ ହତ୍ୟା  କରିବାର ଧମକ ଦେଇଛି । ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ଡିବି ମାର୍ଗ ସ୍ଥିତ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଅମ୍ବାନୀଙ୍କ ପରିବାରର ସୁରକ୍ଷା କଡ଼ାକଡ଼ି କରାଯାଇଛି ।

ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କଲ୍ ଜଣେ ବ୍ୟକ୍ତି ହିଁ କରିଛି । ଏବଂ ଲଗାତାର ୮ଥର କଲ କରିଛି । ମୁମ୍ବାଇ କମିଶନର ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପାଇଁ ତିନିଜଣିଆ ପୋଲିସ୍ ଟିମ ଗଠନ କରିଛନ୍ତି । ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ମିଳିବା ନୂଆ କଥା ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିସାରିଛି ।

ତେବେ ଏହା ପୂର୍ବରୁ ମୁକେଶ ଅମ୍ବାନୀଙ୍କ ଏଣ୍ଟିଲିଆ ବଙ୍ଗଳା ପାଖରେ ବିସ୍ଫୋରକ ଭରା କାର୍ ଠାବ ହୋଇଥିଲା । ଏହି ମାମଲାର ଯାଞ୍ଚ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ କରୁଛି । ତେବେ ସୂଚନାଥାଉକି, ୨୦୧୩ରେ ହିଜିବୁଲ ମୁଜାହିଦ୍ଦୀନର ଧମକ ପରେ ତତ୍କାଳୀନ ସରକାର ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ପ୍ରଦାନ କରିଥିଲେ । ସେହିପରି ୨୦୧୬ରେ ମୁକେଶଙ୍କ ପତ୍ନୀ ନୀତାଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇଛି ।

ମହାନଦୀରେ ହୋଇପାରେ ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ୱର: ମହାନଦୀରେ ହୋଇପାରେ ମଧ୍ୟମ ଧରଣର ବନ୍ୟା । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି । ହୀରାକୁଦ ଡ୍ୟାମରୁ ବହୁତ ପାଣି ଆସୁଛି । ତାକୁ ରେଗୁଲେଟ କରାଯାଉଛି । ଆଶା କରାଯାଉଛି ମୁଣ୍ଡଳୀଠାରେ ୧୦ ଲକ୍ଷ ୫୦ ହଜାର କ୍ୟୁସେକ ବନ୍ୟାଜଳ ଅତିକ୍ରମ କରିବ। ଏଥିପାଇଁ ଜଳସମ୍ପଦ ବିଭାଗ ସଜାଗ ଥିବା ବେଳେ ବିଭିନ୍ନ ନଦୀବନ୍ଧ ଉପରେ ନଜର ରଖାଯାଇଛି । ବଡ ଘାଇ ହେବାର ସମ୍ଭାବନା ନଥିବା କହିଛନ୍ତି ସୁରେଶ ମହାପାତ୍ର ।

ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି ଆବଶ୍ୟକୀୟ ପଦକ୍ଷେପ ନେବେ। ପାଟ୍ରୋଲିଂ କରାଯିବ। ତଳିଆ ଅଂଚଳରେ ବସବାସ କରୁଥିବା ଲୋକଙ୍କ ଘରେ ବର୍ଷା ପାଣି ପଶିଛି। ଆବଶ୍ୟକୀୟ ସ୍ଥଳେ ସ୍ଥାନାନ୍ତର କରିବା ପାଇଁ କୁହାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ଅନ୍ୟପଟେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ତଳୀଆ ଅଞ୍ଚଳ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅନେକ ଅଞ୍ଚଳ ଜଳମଗ୍ନ ରହିଛି । ଆଗକୁ ଜଳସ୍ତର ବଢ଼ିବା ନେଇ କୁହାଯାଉଛି ।

ସେବାରେ ଉତ୍କୃଷ୍ଠତା ପାଇଁ ୨୨ ଜଣ ପୋଲିସଙ୍କୁ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସେବାରେ ଉତ୍କୃଷ୍ଟତା ଏବଂ ସାହସିକତା ପାଇଁ ଆଜି ପୋଲିସ କର୍ମଚାରୀମାନଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା ଏହି ପଦକ ପ୍ରଦାନ ଉତ୍ସବ । ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ପୋଲିସ ଅଧିକାରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ । ପ୍ରତିବର୍ଷ ଭଲି ଚଳିଚ ବର୍ଷ ସ୍ବାଧୀନତା ଦିବସ ଅବସରରେ ପୋଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସାହସିକତା ପାଇଁ ୯ ଜଣଙ୍କୁ ପୁଲିସ ପଦକ, ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପଦକ ପ୍ରଦାନ କରାଯାଇଛି । ସାହସିକତା ପାଇଁ ମାଲକାନଗିରି ଓଏପିଏଫର ସ୍ବର୍ଗତ ଜୟରାମ କବାସୀ, ମୟୂରଭଞ୍ଜ ଏସପି ରିଷିକେଶ ଡି ଖଲାରୀ, ମାଲକାନଗିରି ଓଏପିଏଫର ରାମୁ ଦୁରୁଆ, କନେଷ୍ଟବଳ ବନ୍ଧୁ ହନ୍ତାଳ, ଘେନୁ ହନ୍ତାଳ, ଭୁବନେଶ୍ବର ଚନ୍ଦକା ଏସଓଜି ହାବିଲଦାର ପ୍ରବୀଣ ଥାପା, ରାଜେଶ ବିଶ୍ବକର୍ମା, ଏସଓଜି କମାଣ୍ଡୋ ଜୀବନ ସହାଇ ଏବଂ ଔଷଧିନାଥ ବେହେରାଙ୍କୁ ପଦକ ପ୍ରଦାନ କରାଯାଇଛି ।

ସେହିପରି କମିସନରେଟ ପୁଲିସର ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ ଏବଂ କଟକର କନେଷ୍ଟବଳ ପ୍ରଦୀପ କୁମାର ମହାନ୍ତି ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇଛନ୍ତି । ଏଥିସହ ଭିଜିଲାନ୍ସ ନିର୍ଦେଶାଳୟର ଆଇଜି ସଞ୍ଜୟ କୁମାର କୌଶଳ, ଭଦ୍ରକର ଡିଏସପି କମଳ ଲୋଚନ ଭୂୟାଁ, ଭିଜିଲାନ୍ସ ନିର୍ଦେଶାଳୟର ଡିଏସପି ସୁଜାତା ଖଣ୍ଡୁଆଳ, ସ୍ପେଶାଲବ୍ରାଞ୍ଚ ଡିଏସପି ରଘୁନାଥ ପ୍ରସାଦ ନାୟକ, କମିସନରେଟର ଏସିପି ଅରୁଣ କୁମାର ସ୍ବାଇଁ, ଭିଜିଲାନ୍ସ ନିର୍ଦେଶାଳୟର ହାବିଲଦାର ସେଖ ଆତାଉଲ୍ଲା, ଏଏସଆଇ କୃତିବାସ ପଣ୍ଡା, ସମ୍ବଲପୁର ଏସଆଇ ମଧୁସୂଦନ ବେହେରା, ଡେପୁଟି କମାଣ୍ଡାଣ୍ଟ ପୱଲ ଦୟାଲ ବା, ଗଞ୍ଜାମର ଡିଏସପି ଅଜୟ କୁମାର ମିଶ୍ର, ବ୍ରହ୍ମପୁରର କନେଷ୍ଟବଳ ମାଇଲି ମୋହନଙ୍କୁ ସମ୍ମାନଜନକ ସେବା ପାଇଁ ପୁଲିସ୍ ପଦକ ପ୍ରଦାନ କରାଯାଇଛି ।

ରଙ୍ଗେଇଲୁଣ୍ଡାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ହଟହଟା, ପତାକା ଉଡ଼ାଇ ନପାରି ଫେରିଗଲେ

ଗୋପାଳପୁର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ପଞ୍ଚାୟତର କମଳାପୁରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପତାକା ଉତ୍ତୋଳନ କରିବାକୁ ଯାଉଥିବା ବେଳେ, ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଛନ୍ତି । ବିଜେଡିରୁ ବିତାଡିତ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଥିବାରୁ ତାଙ୍କ ପତାକା ଉତ୍ତୋଳନକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ ।

ପତାକା ଉତ୍ତୋଳନ ସ୍ଥଳକୁ ନଛାଡିବା ଲାଗି ତାଙ୍କ ଗାଡିକୁ ଅଟକାଇଥିଲେ ଲୋକେ । ସ୍ଥାନୀୟ ଲୋକ ବିଧାୟକଙ୍କୁ କଳା ପତାକା ଦେଖାଇଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ବେଶ କିଛି ସମୟ ବଚସା ହୋଇଥିଲା । ବଚସା ବେଳେ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି । ବିଧାୟକ ପତାକା ଉତ୍ତୋଳନ କରିନପାରି ଫେରିଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥଲା । ଧସ୍ତାଧସ୍ତି ବେଳେ ଉଭୟ ପକ୍ଷଙ୍କୁ ନିୟନ୍ତ୍ରଣ କରିଥିଲା ପୋଲିସ ।

୯ ଦିନ ପରେ ରାଜଧାନୀରେ କମିଲା ବର୍ଷା ପ୍ରଭାବ

ଭୁବନେଶ୍ୱର: ଛତିଶଗଡ଼ ମୁହାଁ ଅବପାତ । ତେଣୁ ବର୍ଷାର ପ୍ରଭାବ କମିଛି । ଦୀର୍ଘ ୯ ଦିନର ବ୍ୟବଧାନ ପରେ ରାଜଧାନୀରେ ପାଣିପାଗ ଭଲ ଅଛି । ବର୍ଷାର ପ୍ରଭାବ କମିଥିବା ବେଳେ ବାୟୁମଣ୍ଡଳୀୟ ଚାପର ତାରତମ୍ୟ ଯୋଗୁ ପବନର ବେଗ ବୃଦ୍ଧି ପାଇଛି । ଘଣ୍ଟାପ୍ରତି ବେଗ ୨୫ ରୁ ୩୦ କିମି ଯାଏଁ ରହୁଛି । ଅବପାତ ଘଣ୍ଟା ପ୍ରତି ୩୪ କିଲୋମିଟର ବେଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି, ବର୍ତ୍ତମାନ ଉତ୍ତର-ଆଭ୍ୟନ୍ତରୀଣ ଓଡିଶା, ପାର୍ଶ୍ଵବର୍ତ୍ତୀ ଉତ୍ତର ଛତିଶଗଡ ଏବଂ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି ।

ଏହା ଝାରସୁଗୁଡା ଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ପାଖା ପାଖି ୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି  । ଆଗାମୀ ୧୨ ଘଣ୍ଟା ଯାଏଁ ନିଜର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି  । ଅନ୍ଯପକ୍ଷରେ ଗତ ଦିନରେ ଚାଲିଥିବା ଲଗାଣ ବର୍ଷା କାରଣରୁ ମହାନଦୀରେ ଜଳସ୍ତର ବଢ଼ିଛି । ଏହି କାରଣରୁ ମଧ୍ୟମ ଧରଣର ବନ୍ୟା ସ୍ଥିତି ଦେଖାଯାଇଛି । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଯାଇଛି ।

ଭାରତ ସହ ତାଳ ଦେଇ ଚାଲିଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ପୁରଠୁ ପଲ୍ଲୀ ସବୁଠୁ ତ୍ରିରଙ୍ଗା ଉଡ଼ୁଛି । ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଏହି ସମୟରେ ସେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଥିେ । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଣେ  ଭାରତୀୟ  ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।  ଏହି ପବିତ୍ର  ଅବସରରେ   ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଆଜି ସାରା ଦେଶ  ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ  କରୁଛି ।

ଜଣେ  ଭାରତୀୟ  ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ  ନେତୃତ୍ୱରେ  ଆମେ ସ୍ୱାଧୀନତା ହାସଲ  କରିଛୁ ।

ଏହି ଅବସରରେ ସେମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର  ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । କୋଭିଡ଼ ମହାମାରୀ ସମୟରେ ମାନବ ଜାତିର ସେବାରେ ସହୀଦ ହୋଇଥିବା କୋଭିଡ ଯୋଦ୍ଧା ମାନଙ୍କୁ ମଧ୍ୟ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆମର ସ୍ବାଧୀନତା ଥିଲା କୋଟି  କୋଟି ଭାରତୀୟ ମାନଙ୍କ ବିଜୟ । ଗତ ୭୫ ବର୍ଷରେ ଦେଶ  ଅନେକ ମାଇଲ ଷ୍ଟୋନ ହାସଲ କରିଛି ।

କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରିପାରୁଛି । ଆମ ଓଡିଶା ମଧ୍ୟ ଦେଶର ବିକାଶ ସହିତ ତାଳ ଦେଇ ଆଗେଇ ଚାଲିଛି। ୭୫ ବର୍ଷରେ ଓଡିଶା  ଅନେକ ଲ୍ୟାଣ୍ଡମାର୍କ ହାସଲ କରି ଦେଶକୁ ରାସ୍ତା ଦେଖାଇଛି । ଓଡିଶାରେ ଆଜି ଟ୍ରାନ୍ସଫର୍ମେସନ ନୂଆ ଯୁଗ ଆରମ୍ଭ ହୋଇଛି। ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଏକ ନିଅଣ୍ଟିଆ ରାଜ୍ୟରୁ ଏକ ଖାଦ୍ୟଶସ୍ୟରେ ଭରପୁର ରାଜ୍ୟ ହେବା, ବିପର୍ଯ୍ୟୟ ମୁକାବିଲାରେ ବିଶ୍ବ ପାଇଁ ଆଦର୍ଶ ସୃଷ୍ଟି କରିବା,  ସ୍ପୋର୍ସ ହବ ଭାବରେ ପରିଚୟ ସୃଷ୍ଟି କରିବା ଓ , ୭୦ ଲକ୍ଷ ମାଙ୍କୁ ସଶକ୍ତ କରିବା ଆଦି ଲ୍ୟାଣ୍ଡମାର୍କ ଆମ ଓଡିଶାର ଜୟଯାତ୍ରାର ପ୍ରତୀକ।

ମୋର ପୁରା ବିଶ୍ୱାସ ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ଆମେ ସମସ୍ତେ  ଯଦି  ଦିନର ଅଳ୍ପ  କିଛି  ସମୟ  ଦେଶ  ପାଇଁ ଦେଇପାରିବା  ତେବେ ଆମେ ବହୁତ  ବଡ଼ ପରିବର୍ତ୍ତନ ଆଣି ପାରିବା । ଆଉ ୨୫ ବର୍ଷ ପରେ ଆମେ ସ୍ବାଧୀନତାର ଶତବାର୍ଷିକ ପାଳନ କରିବା । ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବାକୁ ହେବ ।  ମୋର ପୁରା ବିଶ୍ୱାସ ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ଆମେ ସମସ୍ତେ  ଯଦି  ଦିନର ଅଳ୍ପ  କିଛି  ସମୟ  ଦେଶ  ପାଇଁ ଦେଇପାରିବା  ତେବେ ଆମେ ବହୁତ  ବଡ଼ ପରିବର୍ତ୍ତନ ଆଣି ପାରିବା । । ଜୟ ହିନ୍ଦ ।

ଏହି ଅବସରରେ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟନ କରିବା ସହ ବୁଲି ଦେଖିଲେ ନବୀନ ପଟ୍ଟନାୟକ । `ଅହିଂସା ରଥ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଅକ୍ଟୋବର ୨ ଯାଏ ବିଭିନ୍ନ ଜିଲ୍ଲା ବୁଲିବ ଏହି `ଅହିଂସା ରଥ’ ।

ଏ ରାଷ୍ଟ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପାଖରେ କୃତଜ୍ଞ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସମ୍ପୂର୍ଣ୍ଣ ଦେଶ ସ୍ୱାଧୀନତାର ଉତ୍ସବରେ ଡୁବିଛି । ପୁରଠୁ ପଲ୍ଲୀ ସବୁଠି ତ୍ରିରଙ୍ଗାମୟ ଦେଖାଯାଇଛି । ହରଘର ତ୍ରିରଙ୍ଗା ଅଭିଯାନ ଆଧାରରେ ଭାରତ ତିନି ରଙ୍ଗାରେ ରଙ୍ଗେଇ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ମ ଥର ପାଇଁ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ୨୧ତୋପର ସଲାମ ଦିଆଯାଇଛି । ଲାଲକିଲ୍ଲାରେ ଏହି ଅବସରରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଲାଲକିଲ୍ଲା ଦୁର୍ଗରୁ ସେ ଦେଶ ସମ୍ମୁଖରେ ୫ଟି ସଂକଳ୍ପ କରଖିଛନ୍ତି ଏବଂ ତ୍ରିଶକ୍ତିର ମନ୍ତ୍ର ଦେଇଛନ୍ତି । ଏହି ଅବସରରେ ସେ ଗାନ୍ଧିଜୀ, ନେହେରୁ, ସାବରକରଙ୍କ ଉଲ୍ଲେଖ କରିଥିଲେ । ନାରୀ ଶକ୍ତିର ସମ୍ମାନ ଏବଂ ଗୌରବର କଥା କହି ଭାବୁକ ହୋଇଯାଇଥିଲେ । ଯଦି ଆମେ ନିଜେ ନିଜକୁ ପ୍ରଶଂସା କରିବା ତେବେ ଆମର ସ୍ୱପ୍ନ ଦୂରକୁ ଚାଲିଯିବ । ଏଥିପାଇଁ ଆମେ କେତେ ବି ସଘର୍ଷ କରିଥାଉନା କାହିଁକି ଏହା ସତ୍ତ୍ୱେ ଯେତବେଳେ ଆଜି ଆମେ ଅମୃତ କାଳରେ ପ୍ରବେଶ କରୁଛେ, ତେବେ ଆଗାମୀ ୨୫ ବର୍ଷ ଦେଶ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଆଜି ମୁଁ ଲାଲକିଲ୍ଲାରୁ ୧୩୦ କୋଟି ଲୋକଙ୍କୁ ଆହ୍ୱାନ କରୁଛି । ଆଗାମୀ ୨୫ ବର୍ଷ ପାଇଁ ମଧ୍ୟ ଆମରକୁ ସେହି ପାଞ୍ଚ ସଂକଳ୍ପ ଉପରେ କେନ୍ଦ୍ରିତ କରିବାକୁ ହେବ । ୨୫ ବର୍ଷ ପରେ ଅର୍ଥାତ ୨୦୪୭ରେ ଯେତବେଳେ ସ୍ୱାଧୀନତାର ୧୦୦ ବର୍ଷ ପୂରିଯିବ, ସେପର୍ଯ୍ୟନ୍ତ ସୁଦ୍ଧା ସବୁ କାର୍ଯ୍ୟ ଶେଷ ହେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ କହିଥିଲେ, ଲାଲ ବାହାଦୂରଙ୍କ ଜୟ ଯବାନ, ଜୟ କିଷାନର ସ୍ଲୋଗାନକୁ ମନେ ରଖିଥାଉ । ପରେ ଅଟଳ ବିହାର ବାଜପେୟୀ ଜୟ ବିଜ୍ଞାନ ସ୍ଲୋଗାନ ଦେଇଥିଲେ । ଏବେ ଏଥିରେ ଆଉ ଏକ ସ୍ଲୋଗାନ ଜୟ ଅନୁସନ୍ଧାନ ଯୋଡ଼ିହେବା ଆବଶ୍ୟକ । କାରଣ ଭାରତ ଅନୁସନ୍ଧାନ ଦିଗରେ ବେସ୍ ଦ୍ରୁତରେ କାର୍ଯ୍ୟ କରୁଛି । ତେଣୁ ଅନୁସନ୍ଧାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଜୟ ଅନୁସନ୍ଧାନ ଶବ୍ଦ ଯୋଡ଼ି ହେଉଛି ।

ପ୍ରଥମ ସଂକଳ୍ପ: ଏବେ ଦେଶ ବଡ଼ ସଙ୍କଳ୍ପ ନେଇ ଚାଲୁ । ବହୁତ ବଡ଼ ସଂକଳ୍ପ ନେଇ ଯିବାକୁ ହେବ । ବଡ଼ ସଂକଳ୍ପ ହେଉଛି, ବିକଶିତ ଭାରତ ।

ଦ୍ୱିତୀୟ ସଂକଳ୍ପ: ଆମ ମନ ଭିତରେ କୌଣସି ବି କୋଣରେ ଗୋଟିଏ ବି ଅଂଶ ଯଦି ରହେ ତେବେ ଏହାକୁ କୌଣସି ବି ସ୍ଥିତିରେ ଜୀବିତ ନରଖିବା ଆବଶ୍ୟକ । ସହର୍ଷ ବର୍ଷର ଗୁଲମି ଆମକୁ ବାନ୍ଧି ରଖିଛି, ଏଥିରୁ ଆମକୁ ମୁକ୍ତି ପାଇବା ଦରକାର ।

ତୃତୀୟ ସଂକଳ୍ପ: ଆମେ ଆମର ପୂର୍ବପୁରୁଷଙ୍କ ଉପରେ ଗର୍ବ କରିବା ଆବଶ୍ୟକ । ଆମ ଐତିହ୍ୟକୁ ନେଇ ଆମେ ଗର୍ବିତ ହେବା ଆବଶ୍ୟକ ।

ଚତୁର୍ଥ ସଂକଳ୍ପ: ଏକତା ଏବଂ ସଂଗଠିତ । ୧୩୦ କୋଟି ଦେଶବାସୀଙ୍କ ମଧ୍ୟରେ ଏକତା । ନା କେହି ନିଜର ନା କେହି ପର । ଏକତାର ଶକ୍ତି ଗୋଟିଏ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନ ପାଇଁ ଆମେ ସଂକଳ୍ପ ନେବା ।

ପଞ୍ଚମ ସଂକଳ୍ପ; ନାଗରିକଙ୍କ କର୍ତ୍ତବ୍ୟ ଯେଉଁଥିରେ ପ୍ରଧାନମନ୍ତ୍ରୀ ମଧ୍ୟ ଅନ୍ତର୍ଭୁକ୍ତ । ଆଗାମୀ ୨୫ ବର୍ଷର ସ୍ୱପ୍ନକୁ ପୂରଣ କରିବା ପାଇଁ ବହୁତ ବଡ଼ ପ୍ରାଣଶକ୍ତି ହେଉଛନ୍ତି ନାଗରିକ । ଯେତବେଳେ ସ୍ୱପ୍ନ ବଡ଼ ଥାଏ ସେତବେଳେ ସଂକଳ୍ପ ମଧ୍ୟ ବଡ଼ ହୋଇଥାଏ ।

ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ: କହିଲେ ଆଜି ସମସ୍ତଙ୍କ ପାଇଁ ଗର୍ବ ଆଉ ଗୌରବର ଦିନ

ଭୁବନେଶ୍ୱର: ଆଜି ଦେଶ ପାଳୁଛି ସ୍ୱାଧୀନତାର ୭୬ତମ ସ୍ୱାଧୀନ ଦିବସ । ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଉତ୍ତୋଳନ କରିବା ପରେ ଦେଶର ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପତାକା ଉତ୍ତୋଳନ ପରେ ପଞ୍ଜୁରୀ ଭିତରେ ଥିବା ପକ୍ଷୀଙ୍କୁ ମୁକ୍ତ କରାଯାଇଥିଲା । ସ୍ୱାଧୀନତାର ସଙ୍କେତ ଭାବରେ ଏହି ପକ୍ଷୀମାନଙ୍କୁ ସ୍ୱାଧୀନ କରାଯାଇଥିଲା । ନବୀନ ପଟ୍ଟନାୟକ ଏହି ଅବସରରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଥିଲେ । ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକାଇ ତାଙ୍କୁ କୃତଜ୍ଞତା ଜଣାଇଥିଲେ । ଆଜିର ଦିନ ସମସ୍ତଙ୍କ ପାଇଁ ଗର୍ବ ଆଉ ଗୌରବର ଦିନ । ଏହି ୭୫ ବର୍ଷ ମଧ୍ୟରେ ଓଡ଼ିଆ ଅନେକ ମାଇଲଷ୍ଟୋନ ହାସଲ କରିଛି । ବିପର୍ଯ୍ୟୟ ମୁକାବିଲା ହେଉ ବା ନିଅଣ୍ଟିଆ ରାଜ୍ୟରୁ ଶସ୍ୟ ବହୁଳ ସବୁଥିରେ ଓଡ଼ିଶା ଅଗ୍ରଗତିରେ ଚାଲିଛି ।