ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ବାଲିଯାତ୍ରା, ଏଥର ପଡିଆରେ ସହରର ଐତିହ୍ୟ ସ୍ଥଳୀ

କଟକ: ଆଉ ୨ ଦିନ ପରେ କଟକର ଐତିହାସିକ ବାଲିଯାତ୍ରା । ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀରେ ଏହି ମହା ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନେକ ନୂତନ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ସମସ୍ତ ଐତିହ୍ୟ ସ୍ଥଳୀକୁ  ତଳ ବାଲିଯାତ୍ରା ପଡିଆରେ ସ୍ଥାନିତ କରାଯିବ ।

ସହରର ଐତିହ୍ୟ ସ୍ଥଳୀର ମୁଖଶାଳାକୁ ନେଇ ଯାତ୍ରାର ପ୍ରବେଶ ପଥରେ ତୋରଣ କରାଯିବ । ୩୪ ଏକର ପରିମିତ ଜମିରେ ପ୍ରାୟ ୧୨ଶହ ଛୋଟ ବଡ ଷ୍ଟଲ ବସାଇବାର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଓରମାସ ପକ୍ଷରୁ ୪୫୦ ଷ୍ଟଲ ମଧ୍ୟ କରାଯାଇଛି । ଦୁଇ ବର୍ଷ ବ୍ୟବଧାନରେ ଯାତ୍ରା ହେଉଥିବାରୁ ଏଥର ଅଧିକ ଭିଡ ଦେଖିବାକୁ ମିଳିବ ।