ଭୋଜପୁରୀ ଗୀତ ଟ୍ବିଟ କରୁଛନ୍ତି ଏଲନ ମସ୍କ ! ପୁରା କାହାଣୀ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

1 min read

କିଛି ଦିନରୁ ଚର୍ଚ୍ଚାରେ ଏଲନ ମସ୍କ  । ଟ୍ବିଟର ଡିଲ୍‌ କାରଣରୁ ମସ୍କଙ୍କ ଚାରିଆଡେ ଚର୍ଚ୍ଚା  । ଡିଲ୍‌ ଫାଇନାଲ ପରେ କର୍ମଚାରୀଙ୍କୁ ଛଟେଇ କରୁଛି ଟ୍ବିଟର  । ଏକ ପ୍ରଫିଟେବଲ କମ୍ପାନୀ ଉଦ୍ଦେଶ୍ୟ ଲକ୍ଷ୍ୟରେ ମସ୍କ ଅନେକ ବଡ ନିଷ୍ପତ୍ତି ନେଉଛନ୍ତି  । ଏବେ କିନ୍ତୁ ମସ୍କଙ୍କ ଟ୍ବିଟକୁ ନେଇ ଚାରିଆଡେ ଚର୍ଚ୍ଚା  । କାରଣ ହିନ୍ଦୀ ଓ ଭୋଜପୁରୀ ଟ୍ବିଟ କରୁଛନ୍ତି ମସ୍କ  । ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ଏହା କେମିତି ସମ୍ଭବ ? ମସ୍କଙ୍କ ଟ୍ବିଟର ହ୍ୟାକ୍‌ ନେଇ ବି ମନରେ ସନ୍ଦେହ ଆସୁଥାଇପାରେ  । କିନ୍ତୁ ପୁରା ଘଟଣା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ  ।

ରାତାରାତି ମସ୍କ ହିନ୍ଦୀ ଓ ଭୋଜପୁରୀ ଶିଖି ଗଲେ କି ? କାରଣ ମସ୍କ ଭୋଜପୁରୀ ଗୀତ ଟ୍ବିଟ କରୁଥିବା ଦେଖିବାକୁ ମିଳିଛି  । ପ୍ରକୃତରେ ଏସବୁ ଖେଳ ଏକ ଟ୍ବିଟର ଆକାଉଣ୍ଟରୁ ହୋଇଛି   ।

ଆକାଉଣ୍ଟଧାରୀ iawoolford  ଙ୍କ ପାଇଁ ଏଭଳି କନଫ୍ୟୁଜନ ସୃଷ୍ଟି ହୋଇଛି  । ଯିଏକି ନିଜ ଆକାଉଣ୍ଟର ନାମ ବଦଳି ଏଲନ ମସ୍କ କରିଛନ୍ତି  । ଏହାସହ ନିଜ ଡିପି ଓ କଭର ଫଟୋରେ ବି ସେ ମସ୍କଙ୍କ ଫଟୋ ଲଗାଇଛନ୍ତି  । ଯାହାକି ମସ୍କଙ୍କ ପ୍ରକୃତ ଟ୍ବିଟର ଆକାଉଣ୍ଟରେ ଦେଖିବାକୁ ମିଳିଛି  । ପ୍ରକୃତରେ ମସ୍କଙ୍କ ଟ୍ବିଟର ହ୍ୟାଣ୍ଡେଲର ୟୁଜର ନାମ ଏଲନ ମସ୍କ ରହିଛି  । ସେ ଜୁନ ୨୦୦୯ରେ ଟ୍ବିଟର ଜଏନ୍‌ କରିଛନ୍ତି  । ଯେତେବେଳେ କି ନାମ ବଦଳାଇ ଦ୍ବନ୍ଦ ସୃଷ୍ଟି କରୁଥିବା ୟୁଜର ୨୦୧୧ରେ ଟ୍ବିଟର ଜଏନ୍‌ କରିଛନ୍ତି  । ମାତ୍ର ଦୁଇଟି ଯାକ ଆକାଉଣ୍ଟ ଭେରିଫାଏଡ ଥିବାରୁ ୟୁଜରଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି ହୋଇଥିଲା  ।

 

ଏଲନ ମସ୍କଙ୍କ ହାତକୁ ଟ୍ବିଟର ଆସିବା ପରେ ଲଗାତାର ଛଟେଇ ଚାଲିଛି  । ଅଫିସ ଆସୁଥିବା କର୍ମଚାରୀଙ୍କୁ ବି ଘରକୁ ପଠାଇ ଦେଉଛି କମ୍ପାନୀ  ।