ପ୍ରତି ମହିଳାଙ୍କୁ ପେନସନ୍‌, ହିମାଚଳରେ ନିର୍ବାଚନ ଇସ୍ତାହାର ପ୍ରକାଶ କଲା କଂଗ୍ରେସ

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ ଇସ୍ତାହାର ପ୍ରକାଶ କଲା କଂଗ୍ରେସ । ଆସନ୍ତା ୧୨ ତାରିଖରେ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଇସ୍ତାହାରରେ ଦିଆଯାଇଛି ଗୁରୁତ୍ବ । ସେପଟେ ଆସନ୍ତା ୮ ଓ ୯ ତାରିଖରେ ରାଜ୍ୟରେ ନିର୍ବାଚନ ପ୍ରଚାର କରିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ।

ସରକାରୀ କର୍ମଚାରୀଙ୍କ ଲାଗି ପୁରୁଣା ପେନସନ ସ୍କିମ ବା ଓପିଏସ କାର୍ଯ୍ୟକାରୀ କରିବା, ୩୦୦ ୟୁନିଟ ଯାଏ ମାଗଣା ବିଦ୍ୟୁତ, ୧୮ରୁ ୬୦ ବର୍ଷ ବୟସ୍କା ମହିଳାଙ୍କୁ ମାସିକ ୧୫ ଶହ ଟଙ୍କାର ପେନସନ ଦେବା ଲାଗି ଘୋଷଣା କରିଛି ଦଳ । ଏହାସହ ପ୍ରତି ଗାଁରେ ମୋବାଇଲ କ୍ଳିନିକ, ୧ ଲକ୍ଷ ସରକାରୀ ଚାକିରି, ୧୦ କୋଟି ଟଙ୍କାରେ ଯୁବକଙ୍କ ଲାଗି ଷ୍ଟାର୍ଟଅପ ଫଣ୍ଡ ପ୍ରତିଷ୍ଠା ଲାଗି ଦଳ ଘୋଷଣା କରିଛି ।

ଇସ୍ତାହାର ଉନ୍ମୋଚନ ଅବସରରେ ଦଳର ପ୍ରଭାରୀ ରାଜୀବ ଶୁକ୍ଳା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପ୍ରଚାରକମିଟି ଅଧ୍ୟକ୍ଷ ସୁଖବିନ୍ଦର ସିଂ ସୁଖୁ, ପିସିସି ସଭାପତି ପ୍ରତିଭା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।