ଆଖି ବୁଜିଲେ ଦେଶର ପ୍ରଥମ ଭୋଟର, ୧୦୬ ବର୍ଷ ବୟସରେ ପରଲୋକ

ଶିମଲା: ଭାରତର ପ୍ରଥମ ଭୋଟର ଶ୍ୟାମ ସରଣ ନେଗିଙ୍କ ପରଲୋକ । ହିମାଚଳ ପ୍ରଦେଶର କିନାଉରରେ ୧୦୬ ବର୍ଷ ବୟସ୍କ ଶ୍ୟାମଙ୍କ ପରଲୋକ ଘଟିଛି । ୧୯୫୨ ସାଧାରଣ ନିର୍ବାଚନରେ ସେ ଦେଶର ପ୍ରଥମ ଭୋଟର ଭାବେ ଭୋଟଦାନ କରିଥିଲେ ବୋଲି କୁହାଯାଉଥିଲା । ସେ ୧୯୧୭ ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପରେ ସେ ଶିକ୍ଷକତା କରିଥିଲେ ।

୧୯୫୨ ସାଧାରଣ ନିର୍ବାଚନରେ ସେ କିନାଉର ଅନ୍ତର୍ଗତ କଳପାରେ ଭୋଟ ଦେଇଥିଲେ । ଗତ ୩ ତାରିଖରେ ପୋଷ୍ଟାଲ ବାଲଟ ଜରିଆରେ ସେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ମତଦାନ କରିଥିଲେ । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଶୋକବ୍ୟକ୍ତ କରିଛନ୍ତି । ଶ୍ୟାମସରଣ ନିର୍ବାଚନ କମିଶନଙ୍କ ବ୍ରାଣ୍ଡ ଆମ୍ବାସଡର ବି ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ଦଳ ପକ୍ଷରୁ ମଧ୍ୟ ଶୋକପ୍ରକାଶ କରାଯାଇଛି ।