ବାଲେଶ୍ୱର: ହସିଦେଲେ ବୋଲି କାରଣ ଦର୍ଶାଅ ନୋଟିସ। ପ୍ରତିବାଦରେ ଧାରଣାରେ ବସିଲେ ଜେଇ। ବାଲିଆପାଳ ବ୍ଲକ୍ର କାର୍ଯ୍ୟରତ ଜେଇ ମିହିର ପଣ୍ଡାଙ୍କୁ ଡ଼ିଆରଡ଼ିଏର ପିଡି କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବାରୁ ଆଜି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ସେ ଧାରଣାରେ ବସିଛନ୍ତି। କୌଣସି କାରଣ ନଥାଇ କାରଣ ଦର୍ଶାଅ ନୋଟିସ୍ କାହିଁକି ଜାରି କରାଗଲା ବୋଲି କହିଛନ୍ତି ଜେଇ ମିହିର।
ସୂଚନା ମୁତାବକ ବନ୍ୟା ପରିସ୍ଥିତିକୁ ନେଇ ବୈଠକ ଚାଲିଥିବାବେଳେ, ଖାଇବା ମିଲ୍କୁ ନେଇ ଆଲୋଚନା ହେଉଥିଲା। ଏହି ସମୟରେ ଜେଇ ମିହିର ପଣ୍ଡା ହସି ଦେଇଥିଲେ । ଏହି କାରଣକୁ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ମିଛରେ ସେ ନିଶାସକ୍ତ ହୋଇ ବୈଠକକୁ ଆସିଥିବା ଦର୍ଶାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଅଭିଯୋଗ କରିଛନ୍ତି ମିହିର।
ସେପଟେ ବନ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିରେ ଜେଇ ମିହିର ପଣ୍ଡା ସରକାରୀ କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି। ଧାରଣାରେ ବସିବାର ଘଣ୍ଟାକ ପରେ ମିହିର ଅଫିସ୍ ଛାଡ଼ି ପଳାଇ ଯାଇଥିଲେ ।


ଅଭିଯୋଗ ଅନୁସାରେ ୧୨ବର୍ଷ ତଳେ କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁ ରଞ୍ଜିତା କୁଣ୍ଡୁଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ରହିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ୨୦୧୮ ମସିହାରେ ଚିକିତ୍ସା କରିବାକୁ କହି ରଞ୍ଜିତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନା ନେଇଥିଲେ ପ୍ରଶାନ୍ତ। ଡାକ୍ତରଖାନାରୁ ଫେରିବା ପରେ ସେ ବାପଘରେ ରହିଆସୁଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଡାକ୍ତରଖାନାରେ ଦେଖାଇବା ପରେ ତାଙ୍କର ଏକ କିଡନୀ ନଥିବା ଜଣାପଡ଼ିଥିଲା । ଯୋଜନା ମୁତାବକ MV 38 ଗାଁର ଜଣେ ବ୍ୟକ୍ତିଙ୍କୁ ସ୍ୱାମୀ ପ୍ରଶାନ୍ତ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।