ହଷ୍ଟେଲରେ ଛାତ୍ରଙ୍କୁ ପିଟିଲେ, ନିର୍ଦ୍ଧିଷ୍ଟ ଧର୍ମର ସ୍ଲୋଗାନ ଦେବାକୁ କହିଲେ

1 min read

ହାଇଦ୍ରାବାଦ: ତେଲେଙ୍ଗାନାର ଶଙ୍କରପଲ୍ଲୀ ଅଞ୍ଚଳରେ ଥିବା  ଏକ ବିଜନେସ ସ୍କୁଲରେ ଘଟିଥିବା ଜଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି  । ସ୍କୁଲର ସିନିୟର ଛାତ୍ରମାନେ ଜଣେ କନିଷ୍ଠ ଛାତ୍ରକୁ ହଷ୍ଟେଲରେ ମାଡ ମାରିଛନ୍ତି  । କେବଳ ଏତିକି ନୁହେଁ ପିଡୀତ ଛାତ୍ରକୁ ଏକ ନିର୍ଦ୍ଧିଷ୍ଠ ଧର୍ମର ନାରା ଲଗାଇବା ପାଇଁ ବାଧ୍ୟ କରିଥିଲେ  । ଛାତ୍ର ଜଣଙ୍କୁ ନିର୍ଯାତନା ଦେବା ସହ ତାହାର ଭିଡିଓ ସୁଟିଂ କରିଥିଲେ  । ଏବଂ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ  । ଆଉ ଏହା ପରେ ଭାଇରାଲ୍ ହୋଇଥିଲା ଏି ଭିଡିଓ  । ଯାହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ  ।

ଏଭଳି କାରନାମା କରିଥିବା ସ୍କୁଲରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିଲା  । ଘଟଣାରେ ସଂଶ୍ଲିଷ୍ଟ ଥିବା ଛାତ୍ରଙ୍କ ନାମରେ ମାମଲା ରୁଜୁ କରିବା ସହ ପୋଲିସ ସେମାନଙ୍କୁ ଗିରଫ କରିଛି  । ହଷ୍ଟେଲରେ ରାଗିଙ୍ଗ, ମାରପିଟ୍, ଏବଂ ଛାତ୍ରଙ୍କୁ ଧମକ ଦେବା ଅଭିଯୋଗରେ ସ୍କୁଲ କର୍ତ୍ତୃପକ୍ଷ ଘଟଣାରେ ସାମିଲ ଥିବା ସମସ୍ତ ଛାତ୍ରଙ୍କୁ ସ୍କୁଲରୁ ନିଲମ୍ବନ କରିଥିବା ସୂଚନା ମିଳିଛି  । ମିଳିଥିବା ସୂଚନା ମୁତାବକ ପିଡୀତ ଛାତ୍ର ଜଣଙ୍କ ଉକ୍ତ ସ୍କୁଲରେ ବିବିଏ-LLB କରୁଛନ୍ତି  ।

ସମାନ ଶ୍ରେଣୀର ଜଣେ ସହପାଠୀଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା  । ମୋବାଇଲରେ ଅନେକ ଚାଟିଂ ମଧ୍ୟ ହୋଇଥିଲା  । କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା  । ବନ୍ଧୁତାରପେ ଫାଟ ସୃଷ୍ଟି ହୋଇଥିଲା  । ଯାହା ଫଳରେ ବନ୍ଧୁ ଜଣଙ୍କ ତାଙ୍କ ସହ ହୋଇଥିବା ମେସେଜ ବାର୍ତ୍ତାଳପକୁ  ସହପାଠୀଙ୍କୁ ପଠାଇଦେଇଥିଲେ  । ଉକ୍ତ ଛାତ୍ର ଜଣଙ୍କ ମହମ୍ମଦ ପେଗାମ୍ବରକୁ ନେଇ ଦେଇଥିବା ମନ୍ତବ୍ୟକୁ କଲେଜ ମଧ୍ୟରେ ଭାଇରାଲ କରିଥିଲେ  । ଯାହା ଫଳରେ ଏକ ନିର୍ଦ୍ଧିଷ୍ଟ ଧର୍ମର ଛାତ୍ର ଏହାକୁ ନେଇ ପିଡୀତ ଛାତ୍ର ଜଣଙ୍କ ଉପରେ ଆକ୍ରୋଶ ରଖିଥିଲେ  । ପରବର୍ତ୍ତୀ ସମୟରେ ତାଙ୍କୁ ଆକ୍ରମଣ କରିଥିଲେ  ।