ଶିଖରଚଣ୍ଡୀ ମନ୍ଦିରରେ 5T ସଚିବ; ରୂପାନ୍ତରଣ କାର୍ଯ୍ୟର କଲେ ସମୀକ୍ଷା

1 min read

ଭୁବନେଶ୍ୱର: ବଦଳିବ ଶିଖରଚଣ୍ଡୀ ମନ୍ଦିରର ରୂପରେଖ । ଆଜି ଭୋରୁ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ।

ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ କରିଛନ୍ତି ଆଲୋଚନା । ପାରିପାର୍ଶ୍ବକ ସ୍ଥଳ ବୁଲି ଦେଖିବା ସହ ହିଲଟପରେ ଥିବା ହନୁମାନ ମନ୍ଦିର ପରିଦର୍ଶନ କରିଥିଲେ। ଏହି ସ୍ଥାନକୁ କିପରି ସୁନ୍ଦର କରାଯାଇପାରିବ, ସେଥିପାଇଁ ହୋଇଛି ଆଲୋଚନା।

ଏହାପରେ ପାଇକରାପୁରରେ ପ୍ରସ୍ତାବିତ ସ୍ପୋର୍ଟ୍ସ ସିଟି କାମର ସମୀକ୍ଷା କରିଥିଲେ 5T ସଚିବ । ସେହିପରି ଜାଆଁଳା ଅଲକରରେ ପ୍ରସ୍ତାବିତ ହେଲ୍ଥ ସିଟି ସ୍ଥଳକୁ ମଧ୍ୟ ଗସ୍ତ କରିଥିଲେ 5T ସଚିବ। ତାଙ୍କ ସହ ବିଡିଏ ଉପାଧ୍ୟକ୍ଷ, ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଭୁବନେଶ୍ବର ତହସିଲଦାର ଓ ଚନ୍ଦକା ଡିଏଫଓ ମଧ୍ୟ ଉପସ୍ଥିତ ଥିଲେ ।