‘ଦମନ’ ଓଡ଼ିଆ ସିନେମା ଶିଳ୍ପର ନୂତନ ଅଧ୍ୟାୟ, ଫିଲ୍ମ ଦେଖିଲେ ଡାକ୍ତରୀ ଛାତ୍ର-ଛାତ୍ରୀ

1 min read

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ସିନେମା ଶିଳ୍ପରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଫିଲ୍ମ ଦମନ । ଦର୍ଶକଙ୍କୁ ପୁଣି ହଲକୁ ଭିଡି ନେଉଛି ଏହି ଚଳଚ୍ଚିତ୍ର  । ସିନେମା ହଲରୁ ଦର୍ଶକ ମୁହଁ ଫେରାଉଥିବାବେଳେ ଏହି ଫିଲ୍ମ ଓଡିଶାରେ ଚହଳ ସୃଷ୍ଟି କରିଛି  । ଫିଲ୍ମରେ କେବଳ ଦୁଇ ତିନି ଜଣ କ୍ୟାରେକ୍ଟର କେମିତି ଲୋକଙ୍କୁ ବାନ୍ଧି ରଖିଛନ୍ତି ତାହା ଏବେ ସମୀକ୍ଷାର ସମୟ  । ନିଛକ ଓଡିଆ କାହାଣୀ ଏବଂ ସତ୍ୟ ଘଟଣା ଉପରେ ପର୍ଯ୍ୟବସେତି ଏହି ଘଟଣା ଓଡିଶାର କୋଟି କୋଟି ଦର୍ଶକଙ୍କୁ ଆକୃଷ୍ଟ କରିଛି  ।

ଅନେକ ଦିନ ପରେ ଓଲିଉଡ ଚଳଚ୍ଚିତ୍ର ଜଗତରେ ଇଚଇ ସୃଷ୍ଟି କରିଛି ଓଡ଼ିଆ ସିନେମା ଦମନ । ଜଣେ ଡାକ୍ତରଙ୍କ ସଂଘର୍ଷର କାହାଣୀକୁ ନେଇ ଏହି ସିନେମା ପର୍ଯ୍ୟବେସିତ । ପ୍ରାୟ ଆଠଦିନ ହେବା ରାଜ୍ୟର ସମସ୍ତ ଏକକ ଓ ମଲ୍ଟି ହଲରେ ହାଉସ ଫୁଲ ଦେଖିବାକୁ ମିଳିଛି । ସେପଟେ ଏହି ସିନେମାର ଦୃଶ୍ୟକୁ ଡାକ୍ତରୀ ପଢୁଥିବା ହାଇଟେକ୍ ର ଡାକ୍ତର ମାନକୁ ସିନେମା ଦେଖାଇଛନ୍ତି hi-tech କର୍ତ୍ତୃପକ୍ଷ ।

ଦମନ ସିନେମାରେରେ ନାୟିକା ନାହିଁ, ଖଳନାୟକ ବି ନାହିଁ, ଆଇଟମ ଗୀତ ବି ନାହିଁ, ଦକ୍ଷିଣୀ ନାୟକ ଷ୍ଟାଇଲରେ ଧୂଳି ଉଡ଼ା ଫାଇଟ ବି ନାହିଁ । ଫିଲ୍ମ ର ଚରିତ୍ର ମାତ୍ର ଦୁଇ ଜଣ କଳାକାର । ଜଣେ ଡାକ୍ତର ଆଉ ଜଣେ ଫାର୍ମାସିଷ୍ଟ । ସାଙ୍ଗ ରେ ଜଣେ ସେବିକା । କେବଳ ଓଡ଼ିଶାରେ ନୁହେଁ, ବାହାର ରାଜ୍ୟରେ ବି ଓଡ଼ିଆ ଫିଲ୍ମ ଦମନକୁ ବିପୁଳ ସମର୍ଥନ ମିଳିଛି । ଓଡିଶା ବାହାରେ କୋଲକାତା, ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ହାଇଦ୍ରାବାଦରେ ଦୁଇ ଦୁଇଟି ଶୋ ହାଉସଫୁଲ୍ ରହିଛି । ଏକଥା ମଧ୍ୟ କୁହାଯାଉଛି, ଦମନ ଠାରୁ ଆରମ୍ଭ ହୋଇଛି ଓଡିଆ ସିନେ ଜଗତର ନବକଳେବର…