spot_img
Home Blog Page 3874

ଅନୁସୂଚିତ ଜନଜାତି ତାଲିକାରେ ନାହାଁନ୍ତି ୧୬୦ ଜନଜାତି, ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ତାଲିକାରେ ରାଜ୍ୟର ୧୬୦ରୁ ଅଧିକ ଜନଜାତିଙ୍କୁ ସାମିଲ କରିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଉନି । ଏନେଇ ବାରମ୍ବାର କେନ୍ଦ୍ରକୁ ରାଜ୍ୟ ସରକାର ଅବଗତ କରିଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଏକ ଟାସ୍କଫୋର୍ସ ରାଜ୍ୟର ୯ଟି ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେହିସବୁ ଜନଜାତି ଏପର୍ଯ୍ୟନ୍ତ ତାଲିକାଭୁକ୍ତ ହୋଇନାହାନ୍ତି । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଚିଠି ଲେଖି ରାଜ୍ୟର ପ୍ରସ୍ତାବ ଉପରେ ବିଚାର କରିବାକୁ ନବୀନ ଦାବି କରିଛନ୍ତି । ୧୯୭୮ରୁ ରାଜ୍ୟ ସରକାର ଏହା ଭିତରେ ୧୬୦ ଜନଜାତିଙ୍କୁ ତାଲିକାଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହିସବୁ ପ୍ରସ୍ତାବ ଅନୁସୂଚିତ ଜନଜାତି ଉପଦେଷ୍ଟା ପରିଷଦର ଅନୁମୋଦନ ପରେ କେନ୍ଦ୍ରକୁ ପଠାଯାଇଛି ।

ଦୀର୍ଘ ଦିନରୁ ରାଜ୍ୟ ସରକାର ଏହି ଦାବି କରିଆସୁଥିଲେ ମଧ୍ୟ ଜନଜାତି ଲୋକମାନେ ତାଲିକାଭୁକ୍ତ ହୋଇପାରୁନଥିବାରୁ ସେମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସୁବିଧା ସୁଯୋଗ ମିଳିପାରୁନାହିଁ । ସେମାନେ ଅନ୍ୟାୟର ଶିକାର ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସ୍ୱତନ୍ତ୍ର ଗାଇଡଲାଇନ

ଭୁବନେଶ୍ୱର: ଔଷଧ କାରବାର ନେଇ ଜାରି ହେଲା ସ୍ବତନ୍ତ୍ର ଗାଇଡଲାଇନ । ଏହି ଗାଇଡଲାଇନ ଜାରି କରିଛନ୍ତି ଭୁବନେଶ୍ବର ଡ୍ରଗ୍ସ କଣ୍ଟ୍ରୋଲର । ନକଲି ଔଷଧ କାରବାର ଧରାପଡ଼ିବା ପରେ ନିଆଯାଇଛି ପଦକ୍ଷେପ । ଭୁବନେଶ୍ବରର ସମସ୍ତ ଔଷଧ ବିକ୍ରେତା, ବିତରକ, ସିଆଣ୍ଡଏଫ ଏବଂ ଷ୍ଟକିଷ୍ଟଙ୍କ ପାଇଁ ଜାରି ହୋଇଛି ନୋଟିସ। ବଜାରରେ ବିକ୍ରି କରୁଥିବା ସମସ୍ତ ଔଷଧ କମ୍ପାନୀ ନିଜର ବିସ୍ତୃତ ଦସ୍ତାବିଜ ଦାଖଲ କରିବେ।

ଅନ୍ୟରାଜ୍ୟରୁ ଔଷଧ କିଣି ବିକ୍ରି କରୁଥିବା ଦୋକାନୀ ଔଷଧ ସମ୍ପର୍କରେ ସତ୍ୟପାଠ ଦାଖଲ କରିବେ। ଖୁଚୁରା ଦୋକାନୀ ବାହାର ରାଜ୍ୟରୁ ଔଷଧ କିଣିପାରିବେ ନାହିଁ। ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଦ୍ୱାରା ଚିହ୍ନଟ ଦାଗୀଙ୍କୁ ଚାକିରିରେ ନରଖିବାକୁ ବିତରକ, ସିଆଣ୍ଡଏଫଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନକଲି ଔଷଧ ସମ୍ପର୍କରେ ମାର୍କେଟିଂ ଏକଜିକ୍ୟୁଟିଭ ସତର୍କ ରହିବେ। ବିନା ଅନୁମତିରେ କେହି ଅନଲାଇନ ଔଷଧ ବ୍ୟବସାୟ କରିପାରିବେ ନାହିଁ। କୌଣସି ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଜୋରଦାର ହେଲା ଅପରେସନ ହ୍ୱାଇଟ ସ୍ପାଇଡର

ଭୁବନେଶ୍ୱର: ଜୋରଦାର ହେଲା ଅପରେସନ ହ୍ବାଇଟ ସ୍ପାଇଡର । ପାର୍ବଣ ପୂର୍ବରୁ ଅପରାଧୀ ଓ ନିଶା କାରବାର ଉପରେ ରୋକ ଲଗାଇବାକୁ ଡ୍ରାଇଭ ଜାରି । ପୁଣି ନିଶା ବେପାରୀଙ୍କ ଘର ଭାଙ୍ଗିବ ପୋଲିସ । 2 ନିଶାରାଣୀ ଅନ୍ନପୂର୍ଣ୍ଣା ବେହେରା ଓ ରଞ୍ଜୁ ନାୟକର ଘର ଭଙ୍ଗାଯିବ । ଗତ 15 ତାରିଖରେ ଅନ୍ନପୂର୍ଣ୍ଣା ଓ ତା’ ସହଯୋଗୀମାନଙ୍କ ଠାରୁ 60 ଗ୍ରାମ ବ୍ରାଉନସୁଗର ଓ ୧ ଲକ୍ଷ ୨୬ ହଜାର ଟଙ୍କା ଜବତ କରିଥିଲା

ଭୁବନେଶ୍ୱର ବଡଗଡ଼ ଥାନା ପୋଲିସ । ପି. ସୁବ୍ରତ ରାଓ ହତ୍ୟାକାଣ୍ଡ ଓ ବ୍ରାଉନସୁଗର କାରବାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗତ 2 ଦିନରେ 15 ଜଣ ବ୍ରାଉନସୁଗର ବେପରୀ ଗିରଫ ହୋଇଥିବା ବେଳେ 147 ଗ୍ରାମ ବ୍ରାଉନସୁଗର ଜବତ ହୋଇଛି ।

ଗର୍ଭବତୀଙ୍କ ଉପରେ ଟ୍ରାକ୍ଟର ଚଢ଼ାଇଦେଲେ ଫାଇନାନସ୍ କମ୍ପାନି ଏଜେଣ୍ଟ

ରାୟପୁର: ପୁଣି ଚର୍ଚ୍ଚାରେ ଝାଡ଼ଖଣ୍ଡ । ଜଣେ ଗର୍ଭବତୀଙ୍କ ଉପରେ ଟ୍ରାକ୍ଟର ଚଢ଼ାଇଦେଲେ ଏକ ଫାଇନାନସ୍ କମ୍ପାନି ଏଜେଣ୍ଟ । ଘଟଣାସ୍ଥଳରେ ମହିଳା ପ୍ରାଣ ହରାଇଛନ୍ତି । ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ଇଚକ ପୋଲିସ ଥାନା ଅଞ୍ଚଳରେ ଘଟିଛି ଲୋମହର୍ଷକ ଘଟଣା । ମୃତକ 3 ମାସର ଗର୍ଭବତୀ ଥିବାବେଳେ ସେ ଜଣେ ଭିନ୍ନକ୍ଷମ ଚାଷୀଙ୍କ ଝିଅ ବୋଲି ସୂଚନା ମିଳିଛି । ଜିଲ୍ଲା ପୋଲିସ ଏସପି ମନୋଜ ରତନ ଛୋଟେ କହିଛନ୍ତି- ଋଣରେ ନେଇଥିବା ଟ୍ରାକ୍ଟର ଫେରାଇ ଆଣିବାକୁ ଫାଇନାନ୍ସ କମ୍ପାନି କର୍ମଚାରୀ ମହିଳାଙ୍କ ଘରକୁ ଯାଇଥିଲେ ।

ତେବେ ଏହାକୁ ନେଇ କର୍ମଚାରୀ ଓ ମୃତକଙ୍କ ପରିବାର ମଧ୍ୟରେ ଝଗଡ଼ା ଲାଗିଥିବାବେଳେ ମହିଳାଙ୍କ ଉପରେ ଟ୍ରାକ୍ଟର ଚଢିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଫାଇନାନ୍ସ କମ୍ପାନିର ମ୍ୟାନେଜର ଓ ରକଭରି ଏଜେଣ୍ଟ ସମେତ 4 ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ କରାଯାଇଛି । ମୃତକଙ୍କ ପରିବାରର ଜଣେ ସଦସ୍ୟ ଅଭିଯୋଗ କରିଛନ୍ତି- କୌଣସି ସୂଚନା ନ ଦେଇ ଫାଇନାନ୍ସ କମ୍ପାନିର କର୍ମଚାରୀ ଘରକୁ ଆସିବା ପରେ ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହି ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ଫାଇନାନ୍ସ କମ୍ପାନିର ଏମଡି ତଥା ସିଇଓ ।

କୁନୋ ନ୍ୟାସନାଲ ପାର୍କରେ ପ୍ରଧାନମନ୍ତ୍ରୀ ଛାଡ଼ିଲେ ୮ ଚିତା

ଭୋପାଳ: ସଫଳ ହେଲା ପ୍ରୋଜେକ୍ଟ ଚିତା । କଳ୍ପନାଜଳ୍ପନାର ଅବସାନ । ୮ ଆଫ୍ରିକୀୟ ଚିତାଙ୍କ ନୂଆ ଠିକଣା ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କ । ବାଘଙ୍କୁ ପାର୍କରେ ଛାଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି- ପ୍ରକୃତିପ୍ରେମୀଙ୍କ ଚେତନାରେ ଜାଗ୍ରତ ହେବ ନୂଆ ଭାବନା । ଏନେଇ ସେ ନାମିବ୍ୟା ସରକାରଙ୍କୁ ଜଣାଇଛନ୍ତି କୃତଜ୍ଞତା । ଆଜି ସକାଳେ ନାମିବ୍ୟାରୁ B-747 ବିମାନରେ ପହଞ୍ଚିଥିଲେ ଚିତା ।

ବିମାନ ଗୋଆଲିୟର ମହାରାଜପୁରା ଏୟାରବେସରେ ଅବତରଣ କରିବା ପରେ ସେମାନଙ୍କୁ ବାୟୁସେନାର ଚିନୁକ ହେଲିକପ୍ଟରରେ 165 କିଲୋମିଟର ଦୂର କୁନୋ ନ୍ୟାସନାଲ ପାର୍କକୁ ନିଆଯାଇଥିଲା । ଚିତାଙ୍କୁ ସ୍ବାଗତ କରିବା ଲାଗି ସେଠାରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାରାଜପୁରା ଏୟାରବେସ ଭାରତୀୟ ବାୟୁସେନା ଦ୍ବାରା ପରିଚାଳିତ । ଚିତାମାନଙ୍କୁ କୌଣସି ପ୍ରକାର ନିସ୍ତେଜକ ଦିଆଯାଇ ନଥିଲା । ଛଡ଼ାଯିବାବେଳେ ଚିତାମାନେ ବେଶ୍ ସତେଜ ଥିବା ପରିଲକ୍ଷିତ ହୋଇଥିଲା ।

ଚିତାଙ୍କ ସହ ଆସିଛନ୍ତି ବିଶେଷଜ୍ଞ ଡାକ୍ତର ଲରି ମାର୍କର । ଚିତା ସଂରକ୍ଷଣ ପାଣ୍ଠି ବା ସିସିଏଫ ପକ୍ଷରୁ ପ୍ରେରିତ ଚିତାମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି । ଉତ୍ତମ ପରିବେଶ, ସବୁଜିମା ଓ ଯଥେଷ୍ଟ ପ୍ରାକୃତିକ ଖାଦ୍ୟ ଉପଲବ୍ଧ ହେଉଥିବାରୁ ଚିତାମାନଙ୍କ ଲାଗି କୁନୋ ପାର୍କକୁ ଚୟନ କରାଯାଇଥିଲା । ଚିତାମାନଙ୍କ ରହିବା ଉପରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ପିସିସିଏଫ ଜେଏସ ଚୌହ୍ବାନ । ବର୍ତ୍ତମାନ ବିଶ୍ବରେ ମାତ୍ର 7 ହଜାର ଚିତା ରହିଛନ୍ତି । ପ୍ରୋଜେକ୍ଟ ଚିତା ହେଉଛି ବିଶ୍ବର ପ୍ରଥମ ଆନ୍ତଃମହାଦେଶୀୟ ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ ।

୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ

କଟକ: ରାଜ୍ୟର ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ । ଏହି ପେପରଲେସ୍ କୋର୍ଟର ଶୁଭାରମ୍ଭ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ । କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏମଆର ଶାହା ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଉପସ୍ଥିତ ଥିଲେ । ପେପରଲେସ କୋର୍ଟ ଦ୍ୱାରା ବିଚାର ପ୍ରକ୍ରିୟା ସହଜ ହୋଇପାରିବ । ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟକୁ ଏକତ୍ର ରଖା ଯାଇପାରିବା ସହ ଗଛକଟାକୁ ରୋକାଯାଇପାରିବ । ଏହି କୋର୍ଟ ଶୁଭାରମ୍ଭ ହେବା ପରେ ଲୋକେ ଘରେ ବସି କୋର୍ଟରେ ଅଭିଯୋଗ କରିପାରିବେ ।

କମ୍ ସମୟରେ ମାମଲାର ବିଚାର କରାଯାଇପାରିବ । ସମୟାନୁସାରେ ସଭିଏଁ ଟେକ୍ନୋଲୋଜିକୁ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଓଡିଶାର ୩୦ଟି ଜିଲ୍ଲାରେ ଏହି ସେବା ଶୁଭାରମ୍ଭ କରିଥିବାରୁ ଏହା ପ୍ରଶଂସା ଯୋଗ୍ୟ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ କହିଛନ୍ତି । ଏହି ଅବସରରେ ଚିଫ୍ ପିଏମଜି ଶୁଭେନ୍ଦୁ ସ୍ୱାଇଁଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୋଷ୍ଟାଲ କଭର ଓ ପୋଷ୍ଟକାର୍ଡର ଶୁଭାରମ୍ଭ ହୋଇଛି ।

ପୁରୀ ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ, ରିହର୍ସଲରେ ଦେଖିଲେ ଶହସ୍ରାଧିକ ଲୋକେ

ପୁରୀ: ପୁରୀ ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ  । କାଲି ଶୋ’ ହେବାକୁ ଥିବାବେଳେ ଆଜି ରିହର୍ସାଲ କରିଛି ସୂର୍ଯ୍ୟକିରଣ ଟିମ୍  ।  ଆସନ୍ତାକାଲି ପାଗ ଖରାପ ହେବାର ସମ୍ଭାବନା ରହିଛି । ଏଥିପାଇଁ ଆଜି ଶୋ’ରେ ଯୋଗଦେବାକୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ । ରାଜଭବନ ପାର୍ଶ୍ବ ବ୍ଲୁ ଫ୍ଲାଗ ବିଚରେ ହେଉଛି ଚିତ୍ତାକର୍ଷକ ଏୟାର ଶୋ’ ।

ପ୍ରଥମ ଥର ପାଇଁ ପୁରୀରେ ସୂର୍ଯ୍ୟକିରଣ ଶୋ ଆୟୋଜିତ ହେଉଛି । ପୂର୍ବରୁ ଗ୍ରାଉଣ୍ଡ ଚେକିଂ କରାଯିବା ପରେ ବିମାନ ଉଡାଣ କରାଯାଇ ବିଭିନ୍ନ କୌଶଳର ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା । କାଲି ପାଗ ଖରାପ ରହିବା ଆଶଙ୍କା ଥିବାରୁ ସୂର୍ଯ୍ୟକିରଣ ଶୋ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି । ଆଜି ରିହର୍ସାଲରେ ହଜାର ହଜାର ଲୋକେ ଏୟାର ଶୋ କୁ ଦେଖିଥିଲେ  ।

ଝାମ୍ପିନେଲା କୁମ୍ଭୀର, ବଞ୍ଚିଗଲେ ବବୃବାହାନ

କେନ୍ଦ୍ରାପଡ଼ା: ରଖେ ହରି ତ ମାରେ କିଏ । ପଟ୍ଟାମୁଣ୍ଡାଇରେ କୁମ୍ଭୀର-ମଣିଷ ଲଢ଼େଇ । କୂଳରୁ ନଦୀକୁ ଝାମ୍ପିନେଲା କୁମ୍ଭୀର । ଅଳ୍ପକେ ବର୍ତ୍ତିଲା ଜୀବନ । ଶୌଚ ହେବାକୁ ଯାଇଥିବା ବେଳେ ବ୍ରାହ୍ମଣୀ ନଦୀରେ ନିମପୁରର ବବୃବାହାନ ଭୂୟାଁଙ୍କୁ ପାଣିକୁ ଟାଣି ନେଇଥିଲା କୁମ୍ଭୀର ।

କୁମ୍ଭୀର ଟାଣିବା ସ୍ୱତେ, ହାରି ନଯାଇ ବୁଦ୍ଧି ଖଟାଇ ଘୋଷାରି ହୋଇ ବାହାରକୁ ଚାଲିଆସିଥିଲେ ବବୃ । ହେଲେ ଶରୀରରେ ଗଭୀର ଆଘାତ ଯୋଗୁ ତାଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ୭୨ ତମ ଜନ୍ମଦିନ, ନିଆରା ଶୁଭେଛା ଜଣାଇଲେ ଶିଳ୍ପୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଜନ୍ମଦିନ  ।  ୭୨ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ  । ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଛାର ସୁଅ ଛୁଟୁଛି  । କୋଣ ଅନୂକୋଣରୁ ଶୁଭେଛା ଜଣାଇଛନ୍ତି ପ୍ରଶଂସକ ଏବଂ ବିଶିଷ୍ଟ ରାଜନେତା  । ମୋଦିଙ୍କ ଜନ୍ମଦିନରେ ମଧ୍ୟ ନିଆରା ଢଙ୍ଗରେ ଶୁଭେଛା ଜଣାଇଛନ୍ତି କଳାକାର  । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଚା କପ ମାଧ୍ୟମରେ ଶୁଭେଛା ଜଣାଇଛନ୍ତି  । ସେହିପରି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ପିସ୍ତା ବାଦମରେ ଶୁଭେଛା ଜଣାଇଛନ୍ତି  ।

7ଟି ବାଦାମରେ ମୋଦିଙ୍କର 7ଟି ପ୍ରତିକୃତି ଆଙ୍କିଛନ୍ତି  । ଯାହାକି ବେଶ ଆକର୍ଷିତ ହୋଇଛି  । ମୋଦି ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ ହୋଇଥିବାରୁ ପ୍ରିୟଙ୍କା ପିସ୍ତାବାଦାମରେ ଚିତ୍ର କରିବେ ବୋଲି ଭାବିଥିଲେ  । ବାଦାମ ଖାଇଲେ କୁହନ୍ତି ସ୍ମରଣ ଶକ୍ତି ବଢ଼େ  । ସେହିପରି ଭାବେ ମୋଦିଜୀଙ୍କ ଜନ୍ମସ୍ଥାନ ଗୁଜୁରାଟରୁ ତାଙ୍କର କର୍ମସ୍ଥାନ ନୂଆଦିଲ୍ଲୀ ପର୍ଯ୍ୟନ୍ତ ପିସ୍ତାକୁ କ୍ରମାନୁସାରେ ସଜାଇଛନ୍ତି  । ଏହି ଚିତ୍ରଙ୍କୁ ପ୍ରିୟଙ୍କା ୭ ଘଣ୍ଟାରେ କରିଛନ୍ତି  ।

ସଡକ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଝାରସୁଗୁଡ଼ାରେ ୮ ଜଣଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେପଟେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସାମାଜିକ ଗଣମାଧ୍ୟରେ ମୁଖ୍ୟମନ୍ତ୍ରୀ ଦୁଖ ପ୍ରକାଶ କରିବା ସହ ଲେଖିଛନ୍ତି, ଏ  ବିଷୟରେ ଜାଣି ମୁଁ ଦୁଃଖିତ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

 

ଶୁକ୍ରବାର ଦିନ ଯାକର ଶ୍ରମ ସାରି ଘରକୁ ବାହୁଡୁଥିଲେ ଶ୍ରମିକ । ଅପେକ୍ଷାରେ ଥିଲେ ସ୍ତ୍ରୀ, ପିଲା ଓ ପରିବାର । ହେଲେ ଫେରିବା ବାଟରେ ମୃତ୍ୟୁ ଲେଖିଲା ଅଫେରା କାହାଣୀ । କାମ ସାରି ଘରକୁ ଫେରିବା ହେଲା ଶେଷ ଯାତ୍ରା । ଝାରସୁଗୁଡ଼ା ସରବାହଲ ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯାଇଛି 8 ଜଣଙ୍କ ଜୀବନ । ୧୮ ଜଣରୁ ଅଧିକ ଆହତ ହୋଇଥିବା ବେଳେ 14 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ମୃତକ ହେଲେ ବ୍ରଜପାଳ ସିଂ, ପଙ୍କଜ ଝା, ରାଜେନ୍ଦ୍ର ତିବାରୀ, ଶେର ବାହାଦୂର ଓ ବିକାଶ କୁମାର । ଗତକାଲି ସଂଧ୍ୟାରେ ସମୟରେ ଠେଲକୋଲୋଇ ସ୍ଥିତ ଭୂଷଣ ପ୍ଲାଣ୍ଟରୁ 60ରୁ ଅଧିକ କର୍ମଚାରୀଙ୍କୁ ନେଇ ଝାରସୁଗୁଡ଼ା ଫେରୁଥିଲା ବସ୍ । ସରବାହଲ ବାଇପାସ୍ ନିକଟରେ ବସକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ହାଇଓ୍ବା ।