ଆଜି ଭାରତ ଏବଂ ବାଂଲାଦେଶ ଭିତରେ ଦ୍ବିତୀୟ ଦିନିକିଆ ; ବାଜିରେ ଲାଗିଛି ଭାରତର ସମ୍ମାନ

1 min read

ଢ଼ାକା: ଭାରତର ସମ୍ମାନ ଏବେ ବାଜିରେ ଲାଗିଛି। ଭାରତ ପାଇଁ ‘କର ବା ମର’ ସ୍ଥିତି ଉପୁଜିଛି। ବାଂଲାଦେଶ ଠାରୁ ଦିନିକିଆ ମ୍ୟାଚ୍ ୧ ଓ୍ବିକେଟରେ ହାରିଯିବା ପରେ ଭାରତ ଚାପରେ ରହିଛି ।  ଆଜି ଦ୍ବିତୀୟ ଦିନିକିଆ ଖେଳାଯିବ। ରବିବାର ଭାରତକୁ ହରାଇ ଘରୋଇ ବାଂଲାଦେଶ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ ରେ ଆଗୁଆ ରହିଛି। ଘରୋଇ ମାଟିରେ ବିପଜ୍ଜନକ ସାବ୍ୟସ୍ତ ହେଉଥିବା ବାଂଲାଦେଶ ଆଉ ଏକ ବିଜୟ ସହ ଭାରତ ବିପକ୍ଷରେ କ୍ରମାଗତ ଦ୍ବିତୀୟ ଦିନିକିଆ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିଛି। ଶେଷ ଥର ପାଇଁ ୨୦୧୫ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ବାଂଲାଦେଶ ଗସ୍ତରେ ୧-୨ରେ ଦିନିକିଆ ଶୃଙ୍ଖଳା ହାରିଥିଲା।

ଏହି ମ୍ୟାଚ୍‌ ମୀରପୁରର ଶେର୍‌-ଇ ବଙ୍ଗଳା ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ସକାଳ ୧୧.୩୦ରୁ ମ୍ୟାଚ୍‌ ଖେଳାଯିବ। ଟସ୍‌ ଦିନ ୧୧ଟାରେ ପଡିବ। ସୋନି ସ୍ପୋର୍ଟସ ନେଟୱାର୍କରେ ବାଂଲାଦେଶ ବିପକ୍ଷ ସିରିଜର ଲାଇଭ ଟେଲିକାଷ୍ଟ ଦେଖିହେବ। ଏହାସହ ଡିଡି ସ୍ପୋଟର୍‌ସରେ ମାଗଣାରେ ଲାଇଭ ଟେଲିକାଷ୍ଟ ଦେଖିହେବ। ସୋନି ଲିଭ ଆପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆର ଲାଇଭ ଷ୍ଟ୍ରିମିଂ ଆପଣ ଦେଖିପାରିବେ।