ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାରେ ଓଡ଼ିଶା ମଡେଲ ଅନୁକରଣୀୟ

ଭୁବନେଶ୍ବର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାରେ ଓଡ଼ିଶା ମଡେଲ ଅନୁକରଣୀୟ  । ମାତ୍ର ୬ମାସରେ ୩୩ଲକ୍ଷରୁ ଅଧିକ ଗାଡ଼ିରେ ଏଚଏସଆରପି ନମ୍ବର ଲଗାଇବା ପାଇଁ ଆବେଦନ କରାଯାଇଛି  । ନଭେମ୍ବର ୩୦ସୁଦ୍ଧା ୩୨ଲକ୍ଷରୁ ଅଧିକ ଗାଡ଼ି ମାଲିକ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ଆବେଦନ କରିଛନ୍ତି  ।

ଭାରତର ଅନ୍ୟ କୌଣସି ରାଜ୍ୟରେ ଏଭଳି ତ୍ବରିତ ବେଗରେ ପ୍ରକ୍ରିୟା କରାଯାଇନାହିଁ  । ରାଜ୍ୟରେ ଏବେ ଦୈନିକ ୨୨ରୁ ୨୪ହଜାର ଗାଡ଼ିରେ ନୂଆ ନମ୍ବର ପ୍ଲେଟ ଲଗାଯାଉଛି  । ଜଣେ ବ୍ୟକ୍ତି ଆବେଦନ କରିବାର ହାରାହାରି ୮ଦିନ ଭିତରେ ସେବା ପାଇପାରୁଛନ୍ତି  । ଓଡ଼ିଶା ୬ମାସରେ ଯେତିକି ସଫଳତା ହାସଲ କରିଛି ଅନ୍ୟରାଜ୍ୟ ମାନେ ବର୍ଷବର୍ଷରେ ମଧ୍ୟ କରିପାରିନାହାନ୍ତି  ।