କିଏ ଜିତିଛି ପଦମପୁରବାସୀଙ୍କୁ ହୃଦୟ, ଆସନ୍ତାକାଲି ଆସିବ ପଦମପୁର ରାୟ

ପଦମପୁର : କିଏ ଜିତିଛି ପଦମପୁରବାସୀଙ୍କୁ ହୃଦୟ । କାହାକୁ ଭରସା କରିଛନ୍ତି ଭୋଟର । ଆସନ୍ତାକାଲି ଆସିବ ପଦମପୁର ରାୟ । ଇଭିଏମ କହିବ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ ଫଳ । କାଲି ଗଣତି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ୩୧୯ ଟି ବୁଥର ଇଭିଏମକୁ ସମୁଦାୟ ୨୩ରାଉଣ୍ଡରେ ଭାଗ କରାଯାଇଥିବା ବେଳେ ଗଣତି ପାଇଁ ୧୪ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ପଦମପୁରର ଆର.ଏମ.ସିରେ ଷ୍ଟ୍ରଙ୍ଗରୁମ କରାଯାଇଥିବା ବେଳେ ବରଗଡ ଜିଲ୍ଲାପାଳ ଓ ଏସପି କଡା ନଜର ରଖିଛନ୍ତି ।