ଖଲ୍ଲିକୋଟ କଲେଜ ଛାତ୍ରୀଙ୍କୁ ରାଗିଂ ଘଟଣା : ୭ ଜଣ ଛାତ୍ରଙ୍କୁ ସବୁ ଦିନ ପାଇଁ କ୍ୟାମ୍ପସରୁ ବାରଣ

ବ୍ରହ୍ମପୁର : ଖଲ୍ଲିକୋଟ ଜୁନିୟର କଲେଜରେ ଛାତ୍ରୀଙ୍କୁ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ । ରାଗିଂ ଘଟଣାରେ ସଂପୃକ୍ତ ଥିବା ୭ ଜଣ ଛାତ୍ରଙ୍କୁ ସବୁ ଦିନ ପାଇଁ କ୍ୟାମ୍ପସରୁ ବାରଣ କରାଯାଇଛି । ଏନେଇ ନୋଟିସ ଜାରି କରିଛନ୍ତି କଲେଜ୍ କର୍ତ୍ତୃପକ୍ଷ । ବାରଣ ସତ୍ତ୍ବେ ଯଦି ଏହି ଛାତ୍ରମାନେ କଲେଜ କ୍ୟାମ୍ପସକୁ ଆସନ୍ତି, ତେବେ ଆଣ୍ଟି ରାଗିଂ କମିଟି, ସ୍କ୍ବାଡ ଏହା ଉପରେ ନଜର ରଖିବା ସହ  ତୁରନ୍ତ ପୋଲିସକୁ ଖବର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଖଲ୍ଲିକୋଟ ଜୁନିୟର କଲେଜର ପ୍ରଥମ ବର୍ଷର ଛାତ୍ରୀଙ୍କୁ ଦ୍ବିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ରାଗିଂ କରିଥିଲେ । ପିଛା କରିବା ସହ କ୍ଲାସ କଲା ବେଳେ ବିଭିନ୍ନ ଭାଷାରେ କଥା କହିବା ସହ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ  ।