ଆଜିଠାରୁ ଆରମ୍ଭ ସଂସଦର ଶୀତକାଳୀନ ଅଧିବେଶନ, ଆଗତ ହେବ ୧୬ଟି ନୂଆ ବିଲ୍

1 min read

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ସଂସଦର ଶୀତକାଳୀନ ଅଧିବେଶନ । ଆସନ୍ତା ୨୯ ତାରିଖ ଯାଏ ଚାଲିବାକୁ ଥିବା ଅଧିବେଶନରେ ରହିଛି ମୋଟ ୧୭ଟି କାର୍ଯ୍ୟ ଦିବସ । ଏହି ଅଧିବେଶନ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିବାର କାର୍ଯ୍ୟକ୍ରମ ରହିଛି । ଚଳିତ ଅଧିବେଶନରେ ପ୍ରାୟ ୧୬ଟି ନୂଆ ବିଲ୍ ଆଗତ ହେବ । ବିଶ୍ବସ୍ତରୀୟ ଟ୍ରେଡମାର୍କ ରେଜିଷ୍ଟ୍ରେସନ ବିଲ୍, ବହୁମୁଖୀ ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍-୨୦୨୨ ଆଦି ଚଳିତ ଅଧିବେଶନରେ ଆଗତ ହେବ ।

ଉଭୟ ଲୋକସଭା ଓ ରାଜ୍ୟସଭାରେ ସରକାର ଅତିରିକ୍ତ ଅନୁଦାନ, ଚଳିତ ଆର୍ଥିକ ବର୍ଷରେ ଜାରି ରହିଥିବା କାର୍ଯ୍ୟକ୍ରମ ଉପରେ ଅଧିକ ବ୍ୟୟ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ବିଶ୍ବସ୍ତରୀୟ ଟ୍ରେଡମାର୍କ ରେଜିଷ୍ଟ୍ରେସନ ବିଲ୍ ପାରିତ ହେଲେ ଜଣେ ବ୍ୟକ୍ତି ସାରା ବିଶ୍ବରେ ଟ୍ରେଡମାର୍କ ପାଇବାର ଅଧିକାର ହାସଲ କରିବେ ।

ସମବାୟ ସଂସ୍ଥାଗୁଡିକୁ ସଶକ୍ତ କରିବା, ସେଥିରେ ସଂସ୍କାର ଆଣିବା, ସମବାୟ ସଂସ୍ଥା ନିର୍ବାଚନକୁ ସ୍ବଚ୍ଛ କରିବା ଲାଗି ଆସିବ ବହୁମୁଖୀ ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍-୨୦୨୨ । ଶାନ୍ତି ଶୃଙ୍ଖଳା ସହ ଗୃହ ଚଳାଇବା ପାଇଁ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା ।