spot_img
Home Blog Page 3867

ହଷ୍ଟେଲରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ରଙ୍କ ନିର୍ମମ ନିର୍ଯାତନା, ଭାଇରାଲ ହେଲା ଭିଡିଓ

କନ୍ଧମାଳ: ଦାରିଙ୍ଗବାଡି ଗ୍ରିନ୍ ବାଡିରେ ଥିବା ଉଚ୍ଚ ବିଦ୍ୟାଳୟରୁ ଆସିଲା ଅଭାବନୀୟ ଘଟଣା । ହଷ୍ଟେଲରେ ୪ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀର ୪ ଜଣ ଛାତ୍ର ନିର୍ମମ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅମାନୁଷିକ ଭାବେ ମାଡ଼ ମାରିବା ସହ ଭିଡିଓ ରେକର୍ଡିଂ କରିଛନ୍ତି ଦଶମ ଶ୍ରେଣୀର ୪ ଛାତ୍ର । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

ତେବେ ଘଟଣା ପରେ ମାଡ଼ ମାରିଥିବା ଦଶମ ଶ୍ରେଣୀର ୪ ଛାତ୍ରଙ୍କୁ ସ୍କୁଲରୁ ବିଦା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଆଜି ଉଭୟ ପକ୍ଷ ଅଭିଭାବକଙ୍କୁ ନେଇ କାଉନସେଲିଂ କରାଯିବ । ସେହିପରି ମାଡ଼ ଖାଇଥିବା ସପ୍ତମ ଶ୍ରେଣୀର ୪ ଜଣ ଛାତ୍ରଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି । ମାଡ ମରାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଏକ ଦାୟିତ୍ବବାନ୍ ଗଣମାଧ୍ୟମ ହିସାବରେ ଆମେ ଏହି ଭିଡିଓକୁ ଦେଖାଇ ପାରିବୁ ନାହିଁ । ଦୁଇ ଜଣ ମାଡ଼ ମାରୁଥିବା ବେଳେ ଅନ୍ୟ ୨ ଜଣ ସହଯୋଗ କରିବା ସହ ଭିଡିଓ ରେକର୍ଡିଂ କରିଥିଲେ । ଅନ୍ୟପଟେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା କଥା, ହଷ୍ଟେଲରେ ଦଶମ ଶ୍ରେଣୀର ଛାତ୍ର ମାନେ ବିସ୍କୁଟ ନେଉଥିବା ସପ୍ତମ ଶ୍ରେଣୀ ଛାତ୍ର ମାନେ ଦେଖିଥିଲେ । ହେଲେ ଏ ସମ୍ପର୍କରେ କାହାରିକୁ ନକହିବା ପାଇଁ ଧମକ ଚମକ ଦେବା ସହ ମାଡ଼ ମାରିଥିଲେ ଦଶମ ଶ୍ରେଣୀର ଛାତ୍ର । ଭାଇରାଲ ହୋଇଥିବା ଭିଡିଓ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ମଙ୍ଗଳବାରର ବୋଲି ଜଣାପଡିଛି ।

ଟ୍ରକକୁ ପିଟିଲା ଯାତ୍ରୀ ବାହୀ ବସ୍; ଜଣେ ମୃତ, ୧୦ରୁ ଅଧିକ ଗୁରୁତର

ସମ୍ବଲପୁର: ସମ୍ବଲପୁର ଠେଲକୋଲଇ ଥାନା ଖିଣ୍ଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛ ପଟୁ ପିଟିଲା ଯାତ୍ରୀ ବାହୀ ବସ୍ । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କୁ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଝାରସୁଗୁଡାରୁ ସମ୍ବଲପୁର ଆସୁଥିବା ବେଳେ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ ।

କମୁଛି ପାରଦ, ବଢୁଛି ଶୀତ; ଆସନ୍ତା ୧୨ରୁ ଆହୁରି କମିବ ତାପମାତ୍ରା

ଭୁବନେଶ୍ୱର: ଧିରେ ଧିରେ କମୁଛି ପାରଦ। ବଢୁଛି ଶୀତ। ରାତିରେ ତାମପାତ୍ରା ହ୍ରାସ ପାଇବାରୁ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୧୨ ତାରିଖରୁ ଆହୁରି ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବା ସହ, କେତେକ ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ପଡ଼ିବ।

ଅନୁଗୁଳ, ବଲାଙ୍ଗୀର, ଗଜପତି ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତାପାମତ୍ରା ହ୍ରାସ ପାଇବ ବୋଲି ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତକାଲି ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରି ରେକର୍ଡ କରାଯାଇଥିଲା। ଏହାବ୍ୟତୀତ ବୌଦ୍ଧରେ ୧୪ ଡିଗ୍ରି ଥିବା ବେଳେ, ଦାରିଙ୍ଗବାଡ଼ିରେ ୧୪.୫, ଫୁଲବାଣୀରେ ୧୫.୫, କେନ୍ଦୁଝରଗଡ଼ରେ ୧୬, ଭବାନୀପାଟଣାରେ ୧୬.୨ ଡିଗ୍ରି ରେକର୍ଡ ହୋଇଥିଲା।

ଆଜି ଜ୍ଞାନବାପୀର ସୁପ୍ରିମ ଶୁଣାଣୀ, ଖଣ୍ଡପୀଠ ଗଠନ କରିବେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ହେବ ଜ୍ଞାନବାପୀ ମସଜିଦ ପରିସରରେ ଶିବଲିଙ୍ଗ ପୂଜିବା ସଂକ୍ରାନ୍ତ ଆବେଦନର ଶୁଣାଣି। ଆବେଦନକାରୀଙ୍କ ଦ୍ବାରା ହୋଇଥିବା ୩ଟି ମୁଖ୍ୟ ଦାବି ଉପରେ କୋର୍ଟ ରାୟ ଦେଇପାରନ୍ତି । ଜ୍ୟୋର୍ତିଲିଙ୍ଗ ଭଗବାନ ବିଶ୍ବେଶ୍ବରଙ୍କୁ ତୁରନ୍ତ ପୂଜା ଆରମ୍ଭ କରିବା ପାଇଁ ଅନୁମତି ଦେବା, ସମଗ୍ର ଜ୍ଞାନବାପୀ ମସଜିଦ ପରିସରକୁ ହିନ୍ଦୁ ପକ୍ଷଙ୍କୁ ଦେବା ଏବଂ ମସଜିଦ ପରିସରରେ ମୁସଲିମଙ୍କ ପ୍ରବେଶ ନିଷିଦ୍ଧ ସଂକ୍ରାନ୍ତରେ ୩ଟି ଦାବି ହୋଇଥିଲା।

ତେବେ ଏହି ୩ଟି ଦାବି ଉପରେ ଆଜି ରାୟ ଦେଇପାରନ୍ତି ସୁପ୍ରିମ କୋର୍ଟ। ତେବେ ଜ୍ଞାନବାପୀ ମସଜିଦ ପରିସରରେ ଏବେ ମୁସଲିମ ପକ୍ଷଙ୍କୁ ପ୍ରାର୍ଥନା ପାଇଁ ଅନୁମତି ଅଛି। ପୂର୍ବ ଶୁଣାଣି ସମୟରେ ବାରଣାସୀ କୋର୍ଟ ମସଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର ବୈଜ୍ଞାନିକ ଅନୁଧ୍ୟାନ ପାଇଁ ମନା କରି ଦେଇଥିଲେ। ହିନ୍ଦୁ ପକ୍ଷ ଏହି ନିର୍ମାଣର କାର୍ବନ ଡେଟିଂ ପାଇଁ ଦାବି କରିଥିଲେ । ହିନ୍ଦୁ ପକ୍ଷ କହିଛନ୍ତି ଯେ, ଶିବଲିଙ୍ଗ କାର୍ବନ ଡେଟିଂ ସଂକ୍ରାନ୍ତ ବାରଣାସୀ କୋର୍ଟଙ୍କ ରାୟକୁ ସେମାନେ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିବେ । ସେପ୍ଟେମ୍ବର ୨୯ ଶୁଣାଣିରେ ହିନ୍ଦୁ ପକ୍ଷ ଏଏସ୍ଆଇ ଦ୍ବାରା ଶିବଲିଙ୍ଗର ବୈଜ୍ଞାନିକ ତଦନ୍ତ ପାଇଁ ଦାବି କରିଥିଲେ।

ଆଜି ରାଷ୍ଟ୍ରୀୟ ଶିକ୍ଷା ଦିବସ, ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ଅବୁଲ କାଲାମ ଆଜାଦଙ୍କୁ ମନେପକାଉଛି ଦେଶ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ଶିକ୍ଷା ଦିବସ । ଆଜିର ଦିନକୁ ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ଅବୁଲ କାଲାମ ଆଜାଦଙ୍କୁ ସମର୍ପିତ କରାଯାଇଛି । ଦେଶର ମହାନ ସ୍ବାଧିନତା ସଂଗ୍ରାମୀଙ୍କ ସହ ଜଣେ ବିଦ୍ବାନ ଓ ଶିକ୍ଷାବିତ୍ ଭାବେ ଅବୁଲ କାଲାମ ଆଜାଦଙ୍କୁ ସାରା ଦେଶ ଜାଣିଛି। ତାଙ୍କର ଜନ୍ମ ଜୟନ୍ତୀଙ୍କୁ ସାରା ଦେଶରେ ରାଷ୍ଟ୍ରୀୟ ଶିକ୍ଷା ଦିବସ ଭାବେ ପାଳନ କରାଯାଏ । ସ୍ବାଧିନତା ପରେ ଦେଶର ବିକାଶ ପାଇଁ ଶିକ୍ଷା କେତେ ଜରୁରୀ ତାହାର ଭଲ ଭାବେ ଅନୁଶୀଳନ କରିଥିଲେ ଆଜାଦ । ସେଥିପାଇଁ ଆଧୁନିକ ଶିକ୍ଷା ପଦ୍ଧତିକୁ ଦେଶରେ ଲାଗୁ କରିବା ପାଇଁ ସେ ଅନେକ ନୀତି କରିଥିଲେ।

ଆଜିର ଦିନରେ ଦେଶର ବିଭିନ୍ନ ଶିକ୍ଷାଅନୁଷ୍ଠାନରେ ତାଙ୍କ ଜନ୍ମଜୟନ୍ତୀ ପାଳନ କରାଯାଏ । ୨୦୦୮ରେ ଆଜିର ଦିନକୁ ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳନ କରିବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ । ୧୮୮୮ ମସିହା ନଭେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ଅବୁଲ କାଲାମ ଆଜାଦ ।

ଓଡ଼ିଶାରେ ରାଷ୍ଟ୍ରପତିଙ୍କ ଦ୍ୱିତୀୟ ଦିନ, ନିଜେ ପଢ଼ିଥିବା ସ୍କୁଲ ପରିଦର୍ଶନ କରିବେ ମହାମହିମ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଦ୍ୱିତୀୟ ଦିନରେ ରହିଛି ମହାମହିମଙ୍କ ବିଭିନ୍ନ କାର୍ଯ୍ୟକ୍ରମ। ସକାଳ ୯ଟାରେ ଭୁବନେଶ୍ବର ଖଣ୍ଡଗିରିରେ ଥିବା ତପୋବନ ହାଇସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି। ପରେ ଯୁନିଟ୍ ୨ରେ ଥିବା ସରକାରୀ ଗାର୍ଲସ ହାଇସ୍କୁଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏହି ହାଇସ୍କୁଲରେ ନିଜେ ପଢ଼ିଛନ୍ତି ଦ୍ରୌପଦୀ । ଏଠାରେ ସମସ୍ତ ଛାତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

ପରେ ଯୁନିଟ୍ ୨ରେ ଥିବା କୁନ୍ତଳା କୁମାରୀ ସାବତ ଆଦିବାସୀ ଗାର୍ଲସ ହଷ୍ଟେଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସକାଳ ୧୦ଟାରେ ରାଜଭବନ ଫେରିବେ ମହାମହିମ । ୧୧ଟା ୪୦ରେ ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ସମସ୍ତ କାର୍ଯ୍ୟକ୍ରମ ସାରି ଅପରାହ୍ଣ ୧ଟା ୧୫ରେ ଦିଲ୍ଲୀ ରାଇସିନା ହିଲ୍ସ ଫେରିଯିବେ ରାଷ୍ଟପତି ଦୌପଦି ମୁର୍ମୁ ।

ଏଥର କଂସ ଭୂମିକାରେ ନଜର ଆସିବେ ହୃଷିକେଶ ଭୋଇ

ବରଗଡ଼:  ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ନଜର ଆସିବେ ହୃଷିକେଶ ଭୋଇ । ହୃଷିକେଶଙ୍କ ନାଁ ଚୟନ କରିଛି ଚୟନ କମିଟି । ଆଜି ଯାତ୍ରାର ମୁଖ୍ୟ ଚରିତ୍ର କଂସ ଭୂମିକା ପାଇଁ ଚୟନ ପ୍ରକିୟାର ଶେଷ ଦିନ ରହିଥିଲା । ଚୟନ ପ୍ରିକ୍ରିୟାରେ 56ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କିନ୍ତୁ ଚୟନ କମିଟି ହୃଷିକେଶ ଭୋଇଙ୍କୁ ଚୟନ କରିଥିଲେ  ।

କଂଶ ଭୂମିକାରେ କେବଳ ଓଡିଶା ନୁହେଁ ସମଗ୍ର ବିଶ୍ୱରେ ବେସ୍ ନାଁ କମାଇଛନ୍ତି ହୃଷିକେଶ ଭୋଇ  । ବିଗତ କିଛି ବର୍ଷ ହେବ କଂଶ ଭୂମିକାରେ ନଜର ଆସୁ ନଥିଲେ ହୃଷିକେଶ  । ପୁଣି ଥରେ ହୃଷିକେଶଙ୍କ ନାରେ ମୋହର ଲାଗିଥିବାବେଳେ ଦର୍ଶକ ମଧ୍ୟ ବେଶ ଉତ୍ସାହିତ ହୋଇଛନ୍ତି  ।

ପଦମପୁର ନିର୍ବାଚନ ପୂର୍ବରୁ ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ନେତା

ବରଗଡ଼: ପଦ୍ମପୁର ନିର୍ବାଚନ ପୂର୍ବରୁ ଆହୁରି ବଢୁଛି ବିଜେଡି । ବିଜେପି ଛାଡ଼ି ବିଜେଡିରେ ମିଶିଲେ ପଦମପୁର ବ୍ଲକ ସର୍ଗିବାହାଲ ପଞ୍ଚାୟତର ବିଜେପି ନେତା ବାବୁଲୁ ବହିଦାର । ଏହାସହ ବରିହାପାଲି ପଞ୍ଚାୟତର ସ୍ବାଧୀନ ସମିତି ସଭ୍ୟ ଶ୍ରୀକାନ୍ତ ସାହୁ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ସେମାନେ ଦଳ ଛାଡି ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ଏହି ମିଶ୍ରଣ ପର୍ବ ।

ଜୟଶ୍ରୀଙ୍କ ହାତ ଧରିଲେ ଯୁବ ବୈଜ୍ଞାନିକ ଶେଷ କିଷାନ

ସମ୍ବଲପୁର: ଯୁବ ବୈଜ୍ଞାନିକ ଶେଷ କିଷାନଙ୍କ ବିବାହ  ।  ଜୀବନକୁ ଆସିଲେ ନୂଆ ସାଥୀ । ବିବାହ ବନ୍ଧନରେ ବାନ୍ଧିହେଲେ ଯୁବ ବୈଜ୍ଞାନିକ ଶେଷ କିଷାନ । ରେଢାଖୋଲରେ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି ଶେଷ କିଷାନ । ଜୟଶ୍ରୀ ଜେନାଙ୍କୁ ସେ ବିବାହ କରିଥିବା ଜଣା ପଡ଼ିଛି । ରେଜିଷ୍ଟ୍ରି ମ୍ୟାରେଜ ପରେ ଶେଷଙ୍କୁ ପରିବାର ପରିଜନ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ଆସନ୍ତା ୨୨ ତାରିଖରେ ସମ୍ବଲପୁର ଜିଲ୍ଲା ବଲାସିଂଘା ଗାଁରେ ବୈଦିକ ରୀତିନୀତିରେ ଶେଷଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ । ବହୁ ସଂଷର୍ଷ ପରେ ଶେଷ କିଷାନ ସଫଳାତାର ସ୍ବାଦ ଚାଖିଥିଲେ । ଏକ ଅଭାବ ପରିବାରରୁ ବୈଜ୍ଞାନିକ ହୋଇପାରିଛନ୍ତି ଶେଷ କିଷାନ । ସେ ଏବେ ଜର୍ମାନରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି ।

ଗୌତମ ନାଭଲାଖାଙ୍କୁ ଗୃହବନ୍ଦୀ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଏଲଗାର ପରିଷଦ- ମାଓବାଦୀ ଲିଙ୍କ ମାମଲା । ଜେଲରେ ଥିବା ସାମାଜିକ କର୍ମୀ ଗୌତମ ନାଭଲାଖାଙ୍କୁ ତାଙ୍କ ଘରେ ଗୃହବନ୍ଦୀ କରି ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଗୃହବନ୍ଦୀ କ୍ଷେତ୍ରରେ କେତେକ ସର୍ତ୍ତ ଲାଗୁ କରିଛନ୍ତି କୋର୍ଟ । ଗୌତମଙ୍କ ମେଡିକାଲ ରିପୋର୍ଟକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କହିଛନ୍ତି ଅଦାଲତ । ୪୮ ଘଣ୍ଟା ଭିତରେ ସମସ୍ତ ପ୍ରକ୍ରିୟା ଯାଞ୍ଚ କରି ଗୌତମଙ୍କୁ ଗୃହବନ୍ଦୀ ଅବସ୍ଥାରେ ରଖିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହ ଗୃହବନ୍ଦୀ ସମୟରେ ପୋଲିସ ମୁତୟନ ଖର୍ଚ୍ଚ ଲାଗି ଆବଶ୍ୟକ ୨ ଲକ୍ଷ ୪୦ ହଜାର ଟଙ୍କା ଜମା କରିବା ଲାଗି ଗୌତମଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୃହବନ୍ଦୀ କାଳରେ ଏହି ସୁଯୋଗର ଅପବ୍ୟବହାର ନ କରିବା, ମୋବାଇଲ, ଇଣ୍ଟରନେଟ, ଲାପଟପ ଓ ଅନ୍ୟାନ୍ୟ କମ୍ୟୁନିକେସନ ବ୍ୟବସ୍ଥା ବ୍ୟବହାର ନ କରିବା ଲାଗି କୋର୍ଟ କହିଛନ୍ତି । ଦୈନିକ ତାଙ୍କୁ ଥରଟିଏ ଲାଗି ମାତ୍ର ୧୦ ମିନଟ ମୋବାଇଲ ବ୍ୟବହାର ସକାଶେ ଅନୁମତି ଦିଆଯିବ ।

ସପ୍ତାହରେ ଥରେ ତାଙ୍କ ପରିବାରର ଦୁଇ ସଦସ୍ୟଙ୍କୁ ଭେଟିବା ଲାଗି ଅନୁମତି ଦିଆଯିବ । ସେ ରହୁଥିବା ଘର ଓ ବାହାରେ ସିସିଟିଭି କ୍ୟାମେରା ଲାଗିବ । ଗୌତମ ଥିଲେ ବହୁଳ ପ୍ରସାରିତ ଇକୋନୋମିକ ଆଣ୍ଡ ପଲିଟିକାଲ ଓ୍ବିକିଲିର ଏଡିଟୋରିଆଲ କନସଲଟାଣ୍ଟ । ସେ ବର୍ତ୍ତମାନ ମହାରାଷ୍ଟ୍ରର ତାଲୋଜା ଜେଲରେ ଅଛନ୍ତି ।