ନିଆରା ହେଲମେଟ୍; ମଦ ପିଇଥିଲେ ଷ୍ଟାର୍ଟ ହେବନି ବାଇକ୍

ନୂଆଦିଲ୍ଲୀ: ଦେଶରେ ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ମାମଲାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଏଭଳି ସମସ୍ୟକୁ ଦୃଷ୍ଟିରେ ରଖି ତିଆରି ହୋଇଛି ସେନସର ଲାଗିଥିବା ନିଆରା ହେଲମେଟ୍ । ହେଲମେଟରେ ଲାଗିଛି ସ୍ପେଶାଲ୍ ଚିପ୍ । ଯାହାକୁ ପିନ୍ଧିଲେ ମଦ ପିଇଥିଲେ ବାଇକ୍ ଜମା ଷ୍ଟାର୍ଟ ହେବନି । ଏଭଳି ଏକ ହେଲମେଟ୍ ତିଆରି କରିଛନ୍ତି ଛାତ୍ରଛାତ୍ରୀ ।

ରାଞ୍ଚିର ସେଣ୍ଟ ଜାଭିୟର ସ୍କୁଲର କିଛି ଛାତ୍ର ଏହି ପ୍ରୋଟୋଟାଇପକୁ ନିର୍ମାଣ କରିଛନ୍ତି। ଯଦି ଏହି ପ୍ରୋଟୋଟାଇପକୁ ବିକଶିତ କରାଯାଏ ତେବେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଅନେକାଂଶରେ ରୋକ ଲଗାଯାଇପାରିବ ।

ହେଲମେଟରେ ଲାଗିଥିବା ଚିପ୍ ବାଇକ୍ ରାଇଡର ନିଶାସକ୍ତ ଥିବା ନେଇ ଆଲର୍ଟ ପଠାଇବ। ଫଳରେ ଗାଡ଼ି ଷ୍ଟାର୍ଟ ହେବନାହିଁ । ଏପରିକି ଚିପ୍ ମଦ ନିଶାକୁ ମଧ୍ୟ ଡିଟେକ୍ଟ କରିପାରିବ । ଯଦି ଏହି ସିଷ୍ଟମକୁ ସମ୍ପୂର୍ଣ୍ଣ ରୂପେ ବିକଶିତ କରାଯାଏ ତେବେ ହେଲମେଟ୍ ନିର୍ମାତା କମ୍ପାନୀକୁ ଏହାର ସିଷ୍ଟମ ଯୋଡିବା ନେଇ ଆଲୋଚନା କରିବୁ ବୋଲି କହିଛନ୍ତି ଟ୍ରାଫିକ୍ ସୁରକ୍ଷା ନେଇ ଚର୍ଚ୍ଚାରେ ଥିବା ଋଷଭ ଆନନ୍ଦ ।