ବଡ଼ଭାଇ ପେଟରେ ବିୟର ବୋତଲ ପଶାଇଦେଲା ସାନଭାଇ

ବାଲିପାଟଣା: ମଦ ନିଶାରେ ଭାଇକୁ ମାରିଦେଲା ଭାଇ । ବଡ଼ଭାଇ ପେଟରେ ବିୟର ବୋତଲ ପଶାଇଦେଲା ସାନଭାଇ । ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ମୁକୁନ୍ଦଦାଶପୁରର ଘଟଣା । ମୃତକ ଜଗୁ ଭୋଇ । ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦୁଇଭାଇ ଜଗୁ ଓ ରାଜା ମଦ ପିଇ ପରସ୍ପର ଗଣ୍ଡଗୋଳ କରିଥିଲେ । ଉଭୟଙ୍କ ମଧ୍ୟରେ ମାରପିଟ ଲାଗିଥିଲା ।

ଉତ୍ତ୍ୟକ୍ତ ହୋଇ ସାନ ଭାଇ ରାଜା ବଡ଼ଭାଇ ପେଟରେ ମଦ ବୋତଲ ଭର୍ତ୍ତି କରିଦେଇଥିଲା । ଗୁରୁତର ହୋଇ କଟକ ଏସସିବିରେ ଭର୍ତ୍ତି ହୋଇଥିଲା ଜଗୁ । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ଅଭିଯୁକ୍ତ ରାଜାକୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।