ଚାଲିଗଲେ ବଳରାମ, ଧନୁଯାତ୍ରାରେ ଆଉ ଶୁଭିବନି ସ୍ୱର..

1 min read

ବରଗଡ଼: ବରଗଡ଼ ଧନୁଯାତ୍ରା ପୂର୍ବରୁ ଅଘଟଣ । ବଳରାମ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ମୃତ୍ୟୁ । କୁନି କଳାକାର ଶ୍ରେୟାଂଶ ପୂଜାରୀଙ୍କର ଅକାଳ ବିୟୋଗ ହୋଇଛି । ଖେଳୁଥିବା ସମୟରେ ତଳେ ପଡ଼ିଯାଇଥିଲେ ଶ୍ରେୟାଂଶ l ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ହୃଦଘାତ ହୋଇଥିବା କହିଛନ୍ତି ଡାକ୍ତର । ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ଶ୍ରେୟାଂଶ । ୭୫ତମ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ସେ ଚୟନ ହୋଇଥିଲେ । ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ 17 ଦିନ ବାକିଅଛି । ଏହାପୂର୍ବରୁ ଶ୍ରେୟାଂଶଙ୍କ ଅକାଳ ବିୟୋଗ ଖବର ବରଗଡ଼ ଓ ଅମ୍ବାପାଲିରେ ଶୋକର ଛାୟା ଖେଳିଯାଇଛି l