ରତନ ଟାଟାଙ୍କ ମ୍ୟାନେଜରଙ୍କ ଇମୋସନାଲ୍ ପୋଷ୍ଟ; କେଉଁ ସାକ୍ଷାତ ଶେଷ ହେବ…

1 min read

ନୂଆଦିଲ୍ଲୀ: ଜଣାନାହିଁ କେବେ କାହା ସହିତ ଶେଷ ସାକ୍ଷାତ ହେବ। ଏଭଳି ଏକ ଇମୋସନାଲ୍ ପୋଷ୍ଟ ଶେୟାର କରିଛନ୍ତି ଶାନ୍ତନୁ ନାଇଡୁ। ଯାହାଙ୍କ ପୋଷ୍ଟ ସୋସିଆଲ୍ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି। ଶାନ୍ତନୁ ହେଉଛନ୍ତି ଦେଶର ବଡ଼ ଉଦ୍ୟୋଗପତି ତଥା ଟାଟା ସନ୍ସର ଚେୟାରମ୍ୟାନ୍ ରତନ ଟାଟାଙ୍କ ଜେନେରାଲ୍ ମ୍ୟାନେଜର।

ଶାନ୍ତନୁ ବୟସ୍କଙ୍କ ସେବା ଲାଗି ‘ଗୁଡ ଫେଲୋଜ’ ନାମକ ଏକ ଷ୍ଟାର୍ଟଅପ୍ ଚଳାଉଛନ୍ତି। ଏହି ଷ୍ଟାର୍ଟଅପ୍ ୨୦୨୨ରେ ଲଞ୍ଚ ହୋଇଥିଲା । ଯେଉଁଥିରେ ନିବେଶକ ଭାବେ ରତନ ଟାଟା ରହିଛନ୍ତି । ତେବେ ଗୁଡ ଫେଲୋଜ କେମିତି ଆରମ୍ଭ କଲେ, ସେନେଇ ଶାନ୍ତନୁ ସୋସିଆଲ୍ ମିଡିଆରେ ଏକ ଇମୋସନାଲ୍ ପୋଷ୍ଟ ଶେୟାର କରିଛନ୍ତି । ଶାନ୍ତନୁ ଜଣେ ପଞ୍ଜାବୀ ଦମ୍ପତ୍ତିଙ୍କୁ ମନେ ପକାଇ କହିଛନ୍ତି- ”ମୋ ଜୀବନରେ ତାଙ୍କର ଅବଦାନ ରହିଛି, ମୋ ଅସୁବିଧା ସମୟରେ ସେ ଛିଡା ହୋଇଥିଲା । ଗତବର୍ଷ ତାଙ୍କ ସହ ଦେଖାହୋଇଥିଲା ହେଲେ ଆଜି ସେ ନାହାଁନ୍ତି। ଆପଣ କେବେ ଜାଣିନଥିବେ କାହା ସହ ଦେଖାସାକ୍ଷାତ କେତେବେଳେ ଶେଷ ସାକ୍ଷାତ ପାଲଟିଯିବ”।

ତେବେ ୩୦ ବର୍ଷୀୟ ଶାନ୍ତନୁ ବର୍ତ୍ତମାନ ସମୟରେ ରତନ ଟାଟାଙ୍କ ଅଫିସରେ ଜେନେରାଲ୍ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି । ସେ ୨୦୧୮ ମସିହାରୁ ରତନ ଟାଟଙ୍କ ସହ ଯୋଡି ହୋଇ ରହିଛନ୍ତି ।