spot_img
Home Blog Page 3735

୫୧ ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟଆଙ୍ଗେଲ୍ ପୁରସ୍କାର, ଓଡିଶାରୁ ୩

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୧ ନିମନ୍ତେ ଆଜି ନର୍ସିଂ ବୃତିଧାରୀଙ୍କୁ ରାଷ୍ଟ୍ରପତି ଭବନ ଠାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ପ୍ରଦାନ କରିଛନ୍ତି । ସାରା ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଗୁଡିକରୁ ସମୁଦାୟ ୫୧ ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାରରେ ପୁରସ୍କୃତ କରାଯାଇଛି  । ସେମାନଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ଏଏନ୍‌ଏମ୍ , ୪ ଜଣ ଏଲ୍‌ଏଚ୍‌ଭି ଏବଂ ୩୦ ଜଣ ନର୍ସ । ଓଡିଶାର ନର୍ସ ଖୁଲଣା ବାରିକ ଓ ନର୍ସ ଶିବାନୀ ଦାସ ଏବଂ ଏଏନ୍‌ଏମ୍ ଦମୟନ୍ତୀ ରାଉତ ଏହି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ସ ମାନଙ୍କୁ ଫ୍ଲୋରେନ୍ସ ନାଇଟଏଙ୍ଗେଲ ସମ୍ମାନରେ ସମ୍ମାନୀତି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନଜନ ଉପାଧୀ ପ୍ରଦାନ କରାଯାଇଛି । ପ୍ରତିବର୍ଷ ଭାରତୀୟ ନର୍ସିଂ ପରିଷଦ ଦ୍ୱାରା ବିଭିନ୍ନ ବର୍ଗର ନର୍ସ ମାନଙ୍କୁ ଚୟନ କରି ପୁରସ୍କୃତ କରାଯାଇଥାଏ । ବ୍ରିଟିଶ ନର୍ସ ଫ୍ଲୋରେନ୍ସ ନାଇଟଏଙ୍ଗେଲଙ୍କ ସମାନର୍ଥେ ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ ଯୋଗଦାନ କରିଥିବା ନର୍ସମାନଙ୍କୁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଥାଏ । ଓଡ଼ିଶାରୁ ଚଳିତ ଥର ୩ ଜଣଙ୍କୁ ଏହି ସମ୍ମାନ ମିଳିଛି ।ସେମାନେ ହେଲେ ନର୍ସ ଖୁଲଣା ବାରିକ , ନର୍ସ ଶିବାନୀ ଦାସ ଏବଂ ଏଏନ୍‌ଏମ୍ ଦମୟନ୍ତୀ ରାଉତ । ଜଗତସିଂହପୁର ଜିଲ୍ଲା ହସ୍ପିଟାଲରେ କାର୍ଯ୍ୟରତ ଖୁଲଣା ବାରିକ ଓ ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫ୍ଲୋରେନ୍ସ ନାଇଟଏଙ୍ଗେଲ ସମ୍ମାନରେ ସମ୍ମାନିତ କରିଛନ୍ତି ।

ଏହି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ୧୯୭୩ ମସିହାରେ ସମାଜ ପ୍ରତି ନର୍ସ ମାନଙ୍କର ଏବଂ ନର୍ସିଂ ବୃତିଧାରୀ ମାନଙ୍କର ପ୍ରଶଂସନୀୟ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସ୍ଥାପିତ ହୋଇଥିଲା ।

ମଦ ପିଇ ମାତାଲ ଯୁବତୀ, ମଝି ରାସ୍ତାରେ ଗୁଣ୍ଡାଗର୍ଦ୍ଦି, ପିଟି ପିଟି ଯୁବତୀଙ୍କୁ…

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ୁଛି ଅପରାଧ । ନିଶାରେ ବୁଡ଼ି ରହୁଛନ୍ତି ଯୁବକ ଯୁବତୀ । ନିକଟରେ ନିଶାଗ୍ରସ୍ତ କିଛି ଯୁବତୀ ଏକାଠି ମିଶି ଜଣେ ଯୁବତୀଙ୍କୁ ପିଟୁଥିବାର ଦେଖିବାକୁ ମିଳିଛି । ଏହି ଘଟଣା ନଭେମ୍ବର ୪’ର ବୋଲି କୁହାଯାଉଛି । ଘଟଣାକୁ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ, ଏମଆଇଜି ଥାନା ଅଞ୍ଚଳସ୍ଥିତ ଏଲଆଇଜି ଅଞ୍ଚଳରେ ଜଣେ ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି । ମାତାଲ ଯୁବତୀଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣେ ଯୁବତୀଙ୍କୁ ବେଲ୍ଟରେ ପିଟୁଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି । ଲୋକଙ୍କ ଭିଡ଼ ଜମିଛି, କିନ୍ତୁ କେହି ସାହାଯ୍ୟ କରିବାକୁ ଆସୁନାହାଁନ୍ତି ।

ଘଟଣା ପରେ ପୀଡ଼ିତ ଯୁବତୀ  ୪ ଜଣ ନିଶାଶକ୍ତ ଯୁବତୀଙ୍କ ବିରୁଦ୍ଧରେ ଏମଆଇଜି ଥାନାରେ ଅଭିଯୋଗ କରିଛନ୍ତି । ତେବେ ଥାନା ଅଧିକାରୀଙ୍କ କହିବା ହେଉଛି,  ନିଶାଶକ୍ତ ଯୁବତୀଙ୍କୁ ପୋଲିସ୍‌ ଖୋଜୁଛି ।

 

ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ୭୫ ବର୍ଷ, ଜୋରସୋରରେ ଚାଲିଛି ଚୟନ ପ୍ରକ୍ରିୟା

ବରଗଡ: ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ପୁରିବ ୭୫ ବର୍ଷ । ଆସନ୍ତା ଡିସେମ୍ବର ୨୭ ତାରିଖରୁ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବରଗଡ଼ ଧନୁଯାତ୍ରା । ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ପ୍ରଥମ ପର୍ଯ୍ୟାୟରେ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଦେବକୀ, ବସୁଦେବ, ଉଗ୍ରେସନ, ନାରଦ, ସେନାପତି ଭୂମିକାରେ ବିଭିନ୍ନ ଜିଲ୍ଲାର ବହୁ କଳାକାର ମାନେ ଆସି ଚୟନ ପ୍ରକ୍ରିୟାରେ ଭାଗ ନେଇଛନ୍ତି ।

ଚୟନ ପ୍ରକ୍ରିୟାରେ 7 ଜଣ ଜଜ୍ ନିୟୋଜିତ ହୋଇଛନ୍ତି । ତିନି ଦିନ ଧରି ଚୟନ ପ୍ରକ୍ରିୟା ହେବାକୁ ଥିବା ବେଳେ ଆଜି 55 ଜଣ କଳାକାର ନିଜର ଅଭିନୟ ପ୍ରଦର୍ଶନ କରିଥିଲେ । ଉଗ୍ରସେନ ପାଇଁ 6 ଜଣ, ଦେବକୀ ପାଇଁ 4 ଜଣ, ସେନାପତି ପାଇଁ 24 ଜଣ, ନାରଦ ପାଇଁ 7 ଜଣ ଓ ବସୁଦେବ ପାଇଁ 14 ଜଣ ଏହି ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ ।

ପ୍ରଗତିବାଦୀକୁ ପୁରିଲା ୫୦ ବର୍ଷ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୈନିକ ଖବରକାଗଜ ପ୍ରଗତିବାଦୀକୁ ପୂରିଲା ୫୦ ବର୍ଷ । ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀ ସହିତ ଏହାର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୯୦ତମ ଜୟନ୍ତୀ ସମାରୋହ ପାଳିତ ହୋଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦବୋଧନ ଦେଇ ନବୀନ କହିଛନ୍ତି ପ୍ରଗତିବାଦୀ ପାଇଁ ଆଜି ଏକ ଐତିହାସିକ ଦିନ ।

ଏହି ଅସବସରେ ପ୍ରଗତିବାଦୀ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଦ୍ୟୁମ୍ନ ବଳ ଜଣେ ଆଦର୍ଶ ବ୍ୟକ୍ତିତ୍ବ ଥିଲେ । ଜଣେ ଦୃଢ଼ମନା ବ୍ୟକ୍ତି ସହିତ ସମାଜର ସବୁ ଶ୍ରେଣୀ ପାଇଁ ସେ ଚିନ୍ତା କରୁଥିଲେ । ତାଙ୍କ ସଂଘର୍ଷ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି । ବାକ୍ ସ୍ବାଧୀନତା ଓ ମିଡିଆ ଏଥିକ୍ସକୁ ପାଳନ କରୁଥିଲେ ପ୍ରଦ୍ୟୁମ୍ନ । ତାଙ୍କ ଆଦର୍ଶରେ ସାମ୍ବାଦିକମାନେ ଅନୁପ୍ରାଣିତ ହୋଇଛନ୍ତି । ପ୍ରଦ୍ୟୁମ୍ନ ବଳଙ୍କ ଦ୍ବାରା ପ୍ରତିଷ୍ଠିତ ପ୍ରଗତିବାଦୀ ଆଜି ୫୦ବର୍ଷରେ ପାଦ ଥାପିଛି ।

ସବୁବେଳେ ନିରପେକ୍ଷତାକୁ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମାଜର ନିମ୍ନସ୍ତରରେ ଲୋକଙ୍କ ପାଇଁ କାମ ସହିତ ଭଏସଲେସଙ୍କ ଭଏସ ହେବାକୁ ନବୀନ କହିଛନ୍ତି । ଓଡ଼ିଶା ଏବେ ବିକାଶର ଶୀର୍ଷ ଆଡ଼କୁ ଅଗ୍ରସର । ଓଡ଼ିଶାର ରୂପାନ୍ତରଣ ସାରା ବିଶ୍ବରେ ପ୍ରଶଂସିତ । ନୂଆ ଓଡ଼ିଶା ଗଠନରେ ପ୍ରଗତିବାଦୀ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ବଟେଶ୍ବର ଶୈବପୀଠରେ ଅଘଟଣ: ଦଶମ ଶ୍ରେଣୀ ଛାତ୍ର ମୃତ, ତିନି ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବଟେଶ୍ବର ଶୈବପୀଠ ନିକଟରେ ଅଘଟଣ । ନିକଟସ୍ଥ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ମୃତ । ମୃତକ ହୁମ୍ମା ଅଞ୍ଚଳର ରବୀନ୍ଦ୍ର ସ୍ବାଇଁଙ୍କ ପୁଅ ଗାୟତ୍ରୀ ଶ୍ରୀଜଗନ୍ନାଥ  । ଅପରାହ୍ନରେ ଜଗନ୍ନାଥ ଓ ତାଙ୍କ କିଛି ସାଙ୍ଗ ବଟେଶ୍ବର ସମୁଦ୍ରକୁ ଗାଧେଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକ ତିନି ଜଣଙ୍କୁ ଉଦ୍ଧାର କରିଥିଲେ ହେଲେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଥିଲା  ।

ଜଗନ୍ନାଥଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ମୃତକ ଜଣଙ୍କ ହୁମ୍ମା ବୀରଭଦ୍ର ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି  ।

୧୩ ନବ ନିର୍ବାଚିତ DSPଙ୍କୁ ଗୁରୁମନ୍ତ୍ର ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ୍‌  

0

ଭୁବନେଶ୍ୱର: ଦେଶ, ସମାଜ ତଥା ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ପ୍ରଦାନ କରିବା ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ ହେବା ଉଚିତ୍ । ସେଥିପାଇଁ ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ସାଧୁତା ଓ ସଚ୍ଚୋଟତାର ସହ ପାଳନ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ୍‌  ୧୩ ଜଣ ଡିଏସ୍‌ପି ପ୍ରୋବେସନର୍‌ଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଛନ୍ତି । ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ୍ ଏକାଡ଼େମୀଠାରେ ଆୟୋଜିତ ୬ଷ୍ଠ ବ୍ୟାଚ୍ ଡିଏସ୍‌ପି ପ୍ରୋବେସନର୍‌ଙ୍କ ଦୀକ୍ଷାନ୍ତ  ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡିଜିପି ଶ୍ରୀ ବଂସଲ ସମସ୍ତଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇବା ସହ କହିଛନ୍ତିଯେ, ଆଇନ୍ ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ନିମନ୍ତେ  ନବନିଯୁକ୍ତ ଡିଏସ୍‌ପିଙ୍କ ନିକଟରେ ଗୁରୁଦାୟିତ୍ୱ ଅର୍ପଣ କରାଯାଇଛି । ଏହି ଦାୟିତ୍ୱକୁ ସଠିକ୍‌ ଭାବେ ପାଳନ କରିବା ସହ ଆଗାମୀ ଦିନରେ ଓଡ଼ିଶା ପୋଲିସ୍‌ର ସୁନାମ ବଢାଇବାକୁ ଡିଜିପି ଶ୍ରୀ ବଂସଲ୍ ନବାଗତ ଡିଏସ୍‌ପି ମାନଙ୍କ ଉଦ୍ଦେଶ୍ୟରେ ଆହ୍ୱାନ ଦେଇଛନ୍ତି ।

ପ୍ରତିଦିନ ପୋଲିସ୍ ସମ୍ମୁଖରେ ବିଭିନ୍ନ ଚ୍ୟାଲେଞ୍ଜ୍ ରହିଥାଏ । ଆଜିଠାରୁ ପ୍ରତିଟି କ୍ଷେତ୍ରରେ ଏବଂ ପ୍ରତି ମୁହୂର୍ତ୍ତରେ ସମ୍ମୁଖୀନ ହେବାକୁ ଯାଉଥିବା ବିଭିନ୍ନ ଚ୍ୟାଲେଞ୍ଜ୍‌କୁ ସଫଳତାର ସହ  ପ୍ରତିହତ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ପୋଲିସ୍ ପ୍ରତି ସାଧାରଣ ଲୋକଙ୍କ ଆଶା ଓ ଆକାଂକ୍ଷା ସବୁବେଳେ ରହିଥାଏ । ତେଣୁ କାର୍ଯ୍ୟକ୍ଷେତ୍ରରେ ସାଧୁତା, ନିରପେକ୍ଷ ଏବଂ ନ୍ୟାୟବାଦୀ ହେବାକୁ ଡିଜିପି ପରାମର୍ଶ ଦେଇଛନ୍ତି । ମହିଳା ଓ ଶିଶୁ ମାନଙ୍କ ବିରୋଧରେ ହେଉଥିବା ଅପରାଧ ପ୍ରତି ସମ୍ବେଦନଶୀଳ ହେବା ସହ ସୁଚାରୁରୂପେ ପାଳନ କରିବା ଉପରେ ଡିଜିପି ଶ୍ରୀ ବଂସଲ ପରାମର୍ଶ ଦେଇଛନ୍ତି । ଅତୀତରେ ମାଓ ସମସ୍ୟାକୁ ଓଡ଼ିଶା ପୋଲିସ୍‌ ସଫଳତାର ସହ ମୁକାବିଲା କରିଛି, ତଥାପି ଚ୍ୟାଲେଞ୍ଜ୍ ବାକି ରହିଛି । ଆଗାମୀ ଦିନରେ  ଏହି ସମସ୍ୟାର ମୁକାବିଲା କରିବା ନିମନ୍ତେ ଗୁରୁଦାୟିତ୍ୱ ଅର୍ପଣ କରାଯିବ ବୋଲି ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି । ଏହାସହ  5T  ନିୟମାବଳୀକୁ କାର୍ଯ୍ୟକ୍ଷେତ୍ରରେ ସଠିକ୍ ଭାବେ ପାଳନ କରିବା ଉପରେ ଡିଜିପି ଶ୍ରୀ ବଂସଲ ଡିଏସ୍‌ପିମାନଙ୍କୁ ପରାମର୍ଶ  ଦେଇଛନ୍ତି।

ପ୍ରୋବେସନର୍ ସଚିନ୍ ପଟେଲ୍‌, ସୁବ୍ରତ କୁମାର, ଉପାସନା ପାଢୀ, ମୀନାକ୍ଷୀ ଠାକୁର ଏବଂ  ରଶ୍ମିରଞ୍ଜନ ସେନାପତିଙ୍କୁ ଡିଜିପି ସମ୍ବର୍ଦ୍ଧିତ କରିଥିଲେ । ଏହାସହ ୧୨ଜଣଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଟ୍ରଫି ଡିଜିପି ପ୍ରଦାନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ୍‌  ଏକାଡ଼େମୀର ନିର୍ଦ୍ଦେଶକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ, ଆଇଜି  ଶ୍ରୀମତୀ ସାଇନି ଏସ୍‌ଙ୍କ ସମେତ ପୋଲିସ୍ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରାତି ୧୨ଟାରୁ ଖୋଲିବ ଶ୍ରୀମନ୍ଦିର, ସ୍ବତନ୍ତ୍ର ନୀତିକାନ୍ତି ପରେ ସାଧାରଣ ଦର୍ଶନ ଆରମ୍ଭ

ପୁରୀ: ଧର୍ମମାସ କାର୍ତ୍ତିକର ଆସନ୍ତାକାଲି ଅନ୍ତିମ ଦିବସ ସହ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । କାର୍ତ୍ତିକ ପୁର୍ଣିମା ଅବସରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ରାଜାଧିରାଜ ବେଶ ବା ସୁନା ବେଶ । ରାହୁ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଆଜି ମଧ୍ୟ ରାତ୍ର 12ଟା 10ରେ ଦ୍ବାରଫିଟା ନୀତି 12ଟା 25ରେ ଭିତର ଶୋଧ, 12ଟା 30ରେ ମଙ୍ଗଳ ଆଳତୀ, 12ଟା 45ରେ ରୋଷ ହୋମ, 12ରେ 45 ମଇଲମ ଓ ତଡ଼ପ ଲାଗି, 1.15 ଅବକାଶ, 2ଟାରେ ସୂର୍ଯ୍ୟପୂଜା ହେବ  ।

ସେହିପରି 2ଟା 30ରେ ଦ୍ବାରପାଳ ପୂଜା ପରେ ରାଜାଧିରାଜ ବେଶ, 3ଟାରେ ଗୋପାଳ ବଲ୍ଲଭ, 3 ଟା 20ରୁ 4ଟା 20ରେ ସକାଳ ଧୂପ (କେବଳ କୋଠଭୋଗ), 4ଟା 45ରେ ବାଳଧୂପ ଓ ଭୋଗମଣ୍ଡପ, 5ଟା 10ରେ ବାଳଧୂପ ଶେଷ, 5ଟା 15ରେ ବନ୍ଦାପନା, 5ଟା 50 ସୁଦ୍ଧା ଭୋଗ ମଣ୍ଡପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ତେବେ 5:54 ମିନିଟ ପରଠାରୁ ପାକ ତ୍ୟାଗ ନିଷେଧ ହୋଇଥିବାରୁ ଦେବ ନୀତି ବନ୍ଦ କରାଯାଇ ଶ୍ରୀଜୀଉ ମାନଙ୍କ ଦର୍ଶନ ବ୍ୟବସ୍ଥା ଜାରି ରହିବ । 2ଟା 38 ମିନିଟରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦେବ ନିତୀ ଆରମ୍ଭ କରାଯିବ । ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନିତୀ ଆଦି କରାଯିବ । ସନ୍ଧ୍ୟା 6ଟା 18 ମିନିଟ 47 ସେକେଣ୍ଡ ପରେ ଗ୍ରହଣ ସର୍ବମୋକ୍ଷ ହେବା କ୍ଷଣି ଘର ଓ ଅନ୍ୟାନ୍ୟ ଦେବାଳୟରେ ପୂଜା ହୋଇପାରିବ ।

ବଡଓଷାରେ ରାଜଧାନୀରେ ଭାସିଲା ଡଙ୍ଗା, ଏଥର ଫିକା ପଡିବ ବୋଇତ ବନ୍ଦାଣ

ଭୁବନେଶ୍ବର: ମଧ୍ୟରାତ୍ରି ୨ ଟାରୁ ଭୋର ୫ ଟା ୪୫ ମଧ୍ୟରେ ଡଙ୍ଗାଭସା । ବିନ୍ଦୁସାଗର, ଦୟା, କୁଆଖାଇରେ ସ୍ବତନ୍ତ୍ର ବ୍ୟବସ୍ଥା । ମଙ୍ଗଳବାର ଅପରାହ୍ନ ୨ ଟା ୩୦ରୁ ଚନ୍ଦ୍ରଗ୍ରହଣ ସମୟ ଥିବାରୁ ଭୋର ୫ଟା ୫୪ ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିଛି। ଆ କା ମା ବୈ, ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋ’ର…। ଏଇ ଗୀତର ଗୁଞ୍ଜରଣ ସହ ବୋଇତ ବନ୍ଦାଇ ଧର୍ମ ଅର୍ଜନ କରିବା ପାଇଁ ରାଜଧାନୀର ବିନ୍ଦୁସାଗର ପାଲଟିଛି ଚଳଚଞ୍ଚଳ ।

ଯଦିଓ ମଧ୍ୟରାତ୍ରି ୨ ଟାରୁ ଭୋର ୫ଟା ୪୫ ମଧ୍ୟରେ ଡଙ୍ଗା ଭସା ପାଇଁ ସମୟ ରହିଛି, ତେବେ ଚନ୍ଦ୍ର ଗ୍ରହଣ ପାଇଁ ଶୀତୁଆ ପାହାନ୍ତି ସକାଳରେ ବିନ୍ଦୁସାଗର ନିକଟରେ ଲୋକେ ଡଙ୍ଗା ଭସାଉଥିବା ଦେଖାଯାଇଛି । ବଡ଼ ଓଷା ଉପବାସ କରିଥିବା ଲୋକେ ସକାଳୁ ନିଜ ପରିବାରର ଶୁଭ ମନାସି ଡଙ୍ଗା ଭସାଇଛନ୍ତି । ମଙ୍ଗଳବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଅପରାହ୍ନ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ ।

ଓଡିଶାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାତ୍ର ୬ ମିନିଟ୍ ପାଇଁ ଅର୍ଥାତ ୫ଟା ୫ରୁ ୫ଟା ୧୧ ଯାଏଁ ଦେଖିପାରିବେ । ଗ୍ରହଣ ଯୋଗୁଁ ମଙ୍ଗଳବାର ଭୋର୍ ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ । ଏଣୁ ପ୍ରାୟତଃ ରାତି ସମୟରେ ଡଙ୍ଗାଭସା ହେବାକୁ ଥିବାରୁ ରାଜଧାନୀରେ ୫ ପ୍ଲାଟୁନ ପୋଲିସ ମୁତୟନ ହେବେ । ଏହାସହ ଲୋକଙ୍କ ସୁରକ୍ଷା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ସଜାଗ ରହିବ ।

ଚନ୍ଦ୍ରଗ୍ରହଣ ପାଇଁ ପଠାଣି ସାମନ୍ତ ପ୍ଳାନେଟୋରିଅମରେ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି । ଦୂରବୀକ୍ଷଣ ଯନ୍ତ୍ର ଦ୍ବାରା ଲୋକେ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ ।

Whatsapp Down: ୨ ଘଣ୍ଟା ପରେ କାମ କଲା ହ୍ୱାଟ୍ସଆପ୍‌

0

ନୂଆଦିଲ୍ଲୀ: ପ୍ରାୟ ୨ ଘଣ୍ଟା ବନ୍ଦ ରହିବା ପରେ ଠପ୍‌ ହୋଇଯାଇଛି ହ୍ୱାଟ୍ସଆପ୍‌ ସେବା । ସୂଚନା ଅନୁସାରେ ଭାରତରେ ଦିନ ୧୨ଟା ୩୦ ପରଠାରୁ ୟୁଜର୍ସଙ୍କୁ  ହ୍ୱାଟ୍ସଆପ ମାଧ୍ୟମରେ ମେସେଜ୍‌ ପଠାଇବାରେ ସମସ୍ୟା ହେଉଛି । ଏହି ସମସ୍ୟା  ହ୍ୱାଟ୍ସଆପ ଚ୍ୟାଟ୍‌ ଏବଂ ଗ୍ରୁପ ଚ୍ୟାଟରେ ଦେଖିବାକୁ ମିଳିଥିଲା । ଷ୍ଟାଟସ୍‌ ଦେଖିବାରେ ମଧ୍ୟ ସମସ୍ୟା ଦେଖା ଦେଉଥିଲା । ତେବେ ମେଟା ମଧ୍ୟ ଏହା ସୂଚିତ କରିଥିଲା ।

ହ୍ୱାଟ୍ସଆପ ସମସ୍ୟାକୁ ନେଇ ଏକାଧିକ ୟୁଜର୍ସ ଅଭିଯୋଗ ଆଣିଥିଲେ । ମେଟା ମୁଖ୍ୟ ମଧ୍ୟ ଏହାକୁ ନେଇ ସୂଚନା ଦେଇଥିଲେ । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ସେ କହିଥିଲେ ।

ସୂଚନା ଅନୁସାରେ, ହ୍ୱାଟ୍ସଆପ ଆନୁଷ୍ଠାନିକ ଭାବରେ ଘୋଷଣା କରିଥିଲାଯେ, ୨୫ ଅକ୍ଟୋବରଠାରୁ ଏହା କେତେକ ସ୍ମାର୍ଟଫୋନରେ କାମ କରିବା ବନ୍ଦ କରିଦେବ । ଯେଉଁଥିରେ Apple ଭଳି ବଡ଼ ବଡ଼ କମ୍ପାନୀ ସାମିଲ ରହିଛି ।  ଯାହାପରେ ହ୍ୱାଟ୍ସଆପରେ ଏଭଳି ଡାଉନ୍‌ ଦେଖିବାକୁ ମିଳିଛି ।

ଡାଉନ ଡିଟେକ୍ଟର ଅନୁସାରେ, ବିଶେଷ କରି ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଲକ୍ଷ୍ନୌରେ ଅଧିକ ସମସ୍ୟା ଦେଖା ଦେଇଥିଲା ।

ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ, କେଉଁ ରାଶି ପାଇଁ ଅଶୁଭ

ଭୁବନେଶ୍ୱର:  ଆସନ୍ତାକାଲି ୨୦୨୨ର ଶେଷ ଚନ୍ଦ୍ର ଗ୍ରହଣ । ଏହା ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ । ଦେଶରେ ପ୍ରଥମେ ଅରୁଣାଚଳ ପ୍ରଦେଶରେ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ । ଦେଶର ପୂର୍ବ-ଉତ୍ତର ରାଜ୍ୟରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଏବଂ ଅନ୍ୟ ସମସ୍ତ ରାଜ୍ୟରେ ଆଂଶିକ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ । କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପାଇଁ ବୋଇତ ବନ୍ଦାଣରେ କଟକଣା ଜାରି ହୋଇଛି ।  ତେବେ ଶ୍ରଦ୍ଧାଳୁ ଭୋର ୫ଟା ୩୮ମିନିଟ୍ ପୂର୍ବରୁ ବୋଇତ ବନ୍ଦାଣ ସମ୍ପନ୍ନ କରିବେ  ।

ପ୍ରାତଃ ୫ଟା ୩୮ ମିନିଟରୁ ସନ୍ଧ୍ୟା ୬ଟା ୨୦ ପର୍ଯ୍ୟନ୍ତ ଗ୍ରହଣ ଲାଗିବ । ଏହି ସମୟରେ ପାକ ତ୍ୟାଗ ଏବଂ ଦେବକାର୍ଯ୍ୟ ନିଷେଧ ।

କେଉଁ ରାଶି ପାଇଁ ଶୁଭ:

ଗ୍ରହଣ ଦର୍ଶନ ପାଇଁ ଶୁଭରାଶି ଗୁଡ଼ିକ ହେଉଛି,  ମିଥୁନ, କର୍କଟ, ସିଂହ, ତୁଳା, ବିଚ୍ଛା, ଧନୁ, କୁମ୍ଭ, ମୀନ ।

କେଉଁ ରାଶି ପାଇଁ ଅଶୁଭ:

ଗ୍ରହଣ ଦର୍ଶନ ପାଇଁ ଅଶୁଭ ରାଶି ଗୁଡ଼ିକ ହେଉଛି, ମେଷ, ବୃଷ, କନ୍ୟା ଓ ମକର ।ଗ୍ରହଣ ସ୍ପର୍ଶ ସମୟ ହେଉଛି ଅପରାହ୍ନ ୨ଟା ୩୯ ମିନିଟ୍ । ଗ୍ରହଣ ମଧ୍ୟ: ଅପରାହ୍ନ ୪ଟା ୨୯ ମିନିଟ୍ । ଗ୍ରହଣ ମୋକ୍ଷ: ସନ୍ଧ୍ୟା ୬ଟା ୨୦ମିନିଟ୍ । ତେବେ ଗ୍ରହଣ ସ୍ଥିତିକାଳ: ୩ଘଣ୍ଟା ୪୧ମିନିଟ୍ ।