ବିଦ୍ୟାର୍ଥୀ ବିକାଶ ମଞ୍ଚର ବାର୍ଷିକ ଉତ୍ସବ; ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ଭଦ୍ରକ: ଭଦ୍ରକର ଅଗ୍ରଣୀ, ଅଣରାଜନୈତିକ ସଂଗଠନ ‘ବିଦ୍ୟାର୍ଥୀ ବିକାଶ ମଞ୍ଚ’ର ବାର୍ଷିକ ଉତ୍ସବ ଭଦ୍ରକ ମହାବିଦ୍ୟାଳୟରେ ପାଳିତ । ସକାଳ ସମୟରେ ଭଦ୍ରକ ମହାବିଦ୍ୟାଳୟରେ ୭୦ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ କରିଥିଲେ । କାର୍ଯ୍ୟକ୍ରମକୁ ସକାଳେ ପ୍ରଫେସର ଡ ଦେବେନ୍ଦ୍ର ନାଥ ରାଉତ ଉଦଘାଟନ କରିଥିଲେ ଓ ଲକ୍ଷ୍ମିଧର ରାଉତ ବକ୍ତା ଭାବେ ଯୋଗଦେଇ ନେତାଜୀଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ପରେ ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ତର୍କ, ପତ୍ର ଲିଖନ, ଦେଶାତ୍ମବୋଧକ ସଙ୍ଗୀତ ତଥା ଭଜନ, ଚିତ୍ରାଙ୍କନ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା ।

ବିଚାରକ ଭାବେ ଅକ୍ଷୟ କୁମାର ଜେନା, ଗୌତମ ମହାରଣା, ସୁଧାଂଶୁ ଶେଖର ପଣ୍ଡା, ରଞ୍ଜନ କୁମାର ପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ରୁଦ୍ର ମାଧବ ବାରିକ, କଣ୍ଠଶିଳ୍ପୀ ଦେବେନ୍ଦ୍ର ପ୍ରସାଦ ପଣ୍ଡା, ଚିତ୍ରଶିଳ୍ପୀ ବିଶ୍ବ ରଞ୍ଜନ ରାଉତ, ଚିତ୍ରଶିଳ୍ପୀ ନିଜାମ ଉପସ୍ଥିତ ଥିଲେ । ଅପରାହ୍ନରେ ମଞ୍ଚର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ ସୁଧାଂଶୁ ଶେଖର ପଣ୍ଡା, ଗୌତମ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭା ପରିଚାଳନା କରିଥିଲେ ସଂଗଠନର ସଭାପତି ଲକ୍ଷ୍ମୀଧର ବିଶ୍ବାଳ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦକ ସୁଦାମ ଭୂଇଁ ।

ପ୍ରଫେସର ଡ. ଦେବେନ୍ଦ୍ର ନାଥ ରାଉତ ମଞ୍ଚର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି କୁମରବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ହେଉଛି ରାଷ୍ଟ୍ର ଗଠନର ପ୍ରକ୍ରିୟା, କେବଳ ଡିଗ୍ରୀ କରିଦେଲେ ଜ୍ଞାନୀ ହେବ ନାହିଁ ଜ୍ଞାନ ଅଛି ଉପଲବ୍ଧି, ଅନୁଭବ ରେ । ଶିକ୍ଷିତ, ଅଶିକ୍ଷିତ, ଜ୍ଞାନୀ, ଅଜ୍ଞାନୀଙ୍କ ମଧ୍ୟରେ ଯେଉଁ ପ୍ରଭେଦ ରହିଛି ତାହା ଅତ୍ୟନ୍ତ ଦୁଃଖଦାୟକ । ଯେଉଁ ବ୍ୟକ୍ତି ଯେଉଁ ବୃତ୍ତି ରେ ଥିଲେ ମଧ୍ଯ ସେବା ମନୋବୃତ୍ତି ନଥିଲେ ସେ ପେଷା କରିବା ବୃଥା ।

ଦୁନିଆରେ ଭଲ ମଣିଷ ହେବାକୁ ହେଲେ ମାଆ, ମାତୃଭାଷା, ମାତୃଭୂମିକୁ ଆଗ ଭଲ ପାଇବା ଆବଶ୍ୟକ । ଶିକ୍ଷା ଦୀକ୍ଷା ଥାଇ ମଧ୍ଯ ମଣିଷ ଆଜି ଅହଙ୍କାର ରୂପକ ଅଜ୍ଞାନୀ ପାଲଟିଛି । ଧନୀ ଗରିବଙ୍କ ମଧ୍ୟରେ କୌଣସି ବିଭେଦ ନାହିଁ, ଯିଏ ଧନ ବାଣ୍ଟିଥାଏ ସେ ହେଲା ପ୍ରକୃତ ଧନୀ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ବୈଦିକ ବିଦ୍ବାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ କହିଥିଲେ ଆଜି ସମସ୍ତେ ପ୍ରତିଯୋଗୀ ହେବାକୁ ଚାହୁଁଛନ୍ତି କେହି ପ୍ରତିଦ୍ବନ୍ଦୀ ହେବାକୁ ଚାହୁଁ ନାହାନ୍ତି ।

ବଡ଼ ଶିକ୍ଷା କରିଦେଲେ କି ଭଲ ଭାଷଣ ଦେଇଦେଲେ ପଣ୍ଡିତ ନୁହଁନ୍ତି, ଜଣେ ଆଦର୍ଶ ମଣିଷ ହେବା ଆବଶ୍ୟକ । ଯେଉଁଦିନ ସମସ୍ତେ ଶିକ୍ଷିତ ସେବକ ହେବେ ସେହିଦିନ ଦେଶ ବଦଳି ଯିବ । ଜ୍ଞାନ, ନ୍ୟାୟ, ଅଭାବ କ୍ଷେତ୍ରରେ ସେବା କରିବା ଦରକାର । ଆଜିର ସମାଜରେ ସେବକ ହେବା କଷ୍ଟକର । ଆଜି ବିଦ୍ୟାର୍ଥୀ ବିକାଶ ମଞ୍ଚର ଏଭଳି କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ ପଣ୍ଡିତ ପଣ୍ଡା । ଡାକ୍ତର ଦୁର୍ଯ୍ୟୋଧନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେତେବେଳେ ବିଦ୍ୟାର୍ଥୀ ବିକାଶ ମଞ୍ଚ ଆରମ୍ଭ କରିଥିଲୁ, ଆରମ୍ଭରୁ ଆମର ଯାହା ଲକ୍ଷ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ବିକାଶ, ଦେଶାତ୍ମବୋଧକ ଚେତନା ଜାଗ୍ରତ କରିବାରେ ସଫଳ ହୋଇଛୁ ।

ଭଦ୍ରକ ମହାବିଦ୍ୟାଳୟର ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରଫେସର ସନ୍ତୋଷ କୁମାର ସେଠୀ ସମ୍ମାନୀତ ଅତିଥି ଭାବେ ନିଜର ବକ୍ତବ୍ୟରେ ଆମେମାନେ ଆଜି ଆନନ୍ଦ ଉତଫୁଲିତ କାରଣ ଆମେ ସ୍ୱାଧୀନ । ଆମକୁ ଯେଉଁ ମହାପୁରୁଷ ମାନେ ସ୍ୱାଧୀନତା ଦେଇଛନ୍ତି, ଦେଶ ପାଇଁ ବଳି ଦେଇଛନ୍ତି ସେମାନଙ୍କୁ ଆଜି ମନେ ପକାଇବା । ବିଦ୍ୟାର୍ଥୀ ବିକାଶ ମଞ୍ଚ ପକ୍ଷରୁ ଏଭଳି ମହାପୁରୁଷଙ୍କୁ ମନେ ପକାଇବା ସହ ଯେଉଁଭଳି କାର୍ଯ୍ୟ କରିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ବିଶିଷ୍ଟ ଡାକ୍ତର ରବୀନ୍ଦ୍ର କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗୁରୁ ଆଉ ଛାତ୍ରଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଆଣିବା ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଆଣିବା ବିଦ୍ୟାର୍ଥୀ ବିକାଶ ମଞ୍ଚ ଏଭଳି କାର୍ଯ୍ୟ କରିବାର ମୁଖ୍ୟ ଉଦ୍ଦେଶ୍ୟ।

ଯେତେବେଳେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିବେ ବାପା ମାଆଙ୍କୁ ପ୍ରଣାମ କରିକି ଆସିଲେ ଅଦୃଶ୍ୟ ଆଶୀର୍ବାଦ ନିଶ୍ଚୟ ପିଲାମାନଙ୍କ ବଡ଼ ହେବା କ୍ଷେତ୍ରରେ ସାହାଯ୍ୟ କରିବ । କେବଳ ପାଠ ପଢି ବଡ଼ ବଡ଼ ଚାକିରୀ କରିଲେ ହେବ ନାହିଁ ପିଲାମାନେ ଶିକ୍ଷିତ ହୋଇ ଉଚିତ ମାର୍ଗ ରେ ଗଲେ ଆଜି ଏଭଳି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ନିଶ୍ଚୟ ସଫଳ ହେବ ବୋଲି କହିଥିଲା । ସମ୍ମାନୀତ ବକ୍ତା ଭାବେ ଡଃ ରାଧାରାଣୀ ମହାପାତ୍ର ପ୍ରକୃତ ପ୍ରତିଭା ପାଖରେ ପହଞ୍ଚିବା ଓ ବିପନ୍ନ ବିଦ୍ୟାର୍ଥୀଙ୍କ ନିକଟରେ ପହଞ୍ଚିବା ମଞ୍ଚର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ ।

ଗୁରୁମା ରେଣୁବାଳା ତ୍ରିପାଠୀ ଜଣେ ଛାତ୍ର ଜୀବନର ଶୃଙ୍ଖଳା ବିଷୟରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଭଦ୍ରକ ରୋଟାରୀ କ୍ଲବର ସଭାପତି ଅଭିଜିତ୍ ନାୟକ ସମ୍ବର୍ଦ୍ଧିତ କରାଯିବା ସହ ଯୁବ ଅଧ୍ୟାପକ ଅମିତ କୁମାର ନାୟକଙ୍କୁ ୨୦୨୩ ନେତାଜୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସଭା ଆରମ୍ଭରେ ଛାତ୍ରଛାତ୍ରୀମାନେ ସ୍ବାଗତ ଗୀତକା ପରିବେଷଣ କରିଥିଲେ ।

ଡଃ ଧୀରେନ୍ଦ୍ର କୁମାର ନାୟକ, ଅନିଲ କୁମାର ଦେ, ଯୋଗଗୁରୁ ସୁରେନ୍ଦ୍ର ପ୍ରସାଦ ଦାସ, ଅନିଲ ଦେ ଯୋଗଦେଇଥିଲାବେଳେ ସଭା ପରିଚାଳନା କରିଥିଲେ ବଳଭଦ୍ର ଜେନା, ଦେବୀକିଙ୍କର ପାଣିଗ୍ରାହୀ, ବିକାଶ ନାଏକ, ବିଶ୍ଵନାଥ ରାଉତ । କୃତୀ ପ୍ରତିଯୋଗିତା ମାନଙ୍କୁ ପୁରସ୍କାର ବିତରଣ ଓ ଅସହାୟ ମାନଙ୍କୁ ବସ୍ତ୍ର, ଆଶୁତୋଷ ମିଶ୍ରଙ୍କ ସହଯୋଗରେ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଅତୁଲ କୁମାର ଦେ, ଶାନ୍ତିମନ୍ତ୍ର ପାଠ ପୂର୍ବକ ସଭା ଶେଷ କରାଯାଇଥିଲା ।