ଚଳନ୍ତା ବୋଲେରୋରେ ନିଆଁ ଲାଗି ଜଣେ ଜୀବନ୍ତ ଦଗ୍ଧ, ୩ ଗୁରୁତର

ସମ୍ବଲପୁର: ଚଳନ୍ତା ବୋଲେରୋରେ ନିଆଁ ଲାଗି ଜଣେ ଜୀବନ୍ତ ଦଗ୍ଧ । ତିନି ଗୁରୁତର । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା କରଲାଖମାନରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସିମଡେଗାରୁ ରିଙ୍ଗ ସେରିମନି ସାରି ବୁଲୋରରେ ଫେରୁ୍ଥିବା ବେଳେ ଏହି ଅଘଟଣ ଘଟିଛି । ସମସ୍ତେ ଡେଟାପଡା ପରମାନପୁର ର ବୋଲି ଜଣାପଡିଛି। କରଲାଖମନ ଡୁମେରମୁଣ୍ଡା ଛକରେ ବୋଲେରୋ ଭାରସାମ୍ୟ ହରାଇ ଗଛକୁ ପଟି ହୋଇଥିଲା । ଫଳରେ ସଙ୍ଗେ ସଙ୍ଗେ ଗାଡିରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ହେଲେ ଜଣେ ଗାଡିରେ ରହି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।