spot_img
Home Blog Page 3703

ଆଜି ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ, ପ୍ରଭାବିତ ହେବ ଅନଲାଇନ ବ୍ୟାଙ୍କିଂ ସେବା

ଭୁବନେଶ୍ବର: ଆଜି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ଧମର୍ଘଟ । ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା । ବିଭିନ୍ନ ଦାବି ନେଇ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ କରାଯିବ । ଅନଲାଇନ ବ୍ୟାଙ୍କିଂ ସୁବିଧା ବ୍ୟାହାତ ହୋଇପାରେ ।

ବ୍ୟାଙ୍କ ଅଫ ବରୋଦା ଷ୍ଟକ ଏକ୍ସଚେଞ୍ଜ ପାଖରେ ରେଗୁଲେଟରୀ ଫାଇଲିଂରେ ସୂଚନା ଦେଇଛି କି, ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇ ଆସୋସିଏସନର ଜେନେରାଲ ସେକ୍ରେଟାରୀ ଧର୍ମଘଟ କରିବା ପାଇଁ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନକୁ ନୋଟିସ ପଠାଇଛି । ଏହି ନୋଟିସରେ ୟୁନିୟନ ନିଜର ଦାବିକୁ ନେଇ ଆଜି ଧର୍ମଘଟ କରିବେ । ଏଥିପାଇଁ ବ୍ୟାଙ୍କର ସମସ୍ତ କାର୍ଯ୍ୟ ଠପ୍ ରହିବ ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ପ୍ରଚାର ପ୍ରସାର ନିମନ୍ତେ ବୈଠକ

ଭୁବନେଶ୍ୱର: ମେକ୍ ଇନ ଓଡ଼ିଶା ୨୦୧୬ ଏବଂ ୨୦୧୮ ସଫଳତା ପରେ ଏହାର ତୃତୀୟ ସଂସ୍କରଣ ଆଗାମୀ ନଭେମ୍ବର ୩୦ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଦେଶ ବିଦେଶରୁ ଶିଳ୍ପପତିମାନେ ଯୋଗଦେଇ ଆମ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ । ଏଥି ନିମନ୍ତେ ବ୍ୟବସାୟିକ ନେତୃତ୍ୱ ସମ୍ପର୍କିତ ପାରସ୍ପରିକ ଆଲୋଚନା ସହ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ବୈଷୟିକ ଜ୍ଞାନକୌଶଳରେ ଅଭିନବତ୍ୱ ଆଣିବା, ସିଲ୍ଡ ଇନ ଓଡ଼ିଶା, ଷ୍ଟାର୍ଟ ଅପ୍ ଓଡ଼ିଶା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା, ଓଡ଼ିଶାର ଶିଳ୍ପ ବିକାଶର ଦକ୍ଷତା ଓ ପୁଞ୍ଜି ନିବେଶ ପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।

ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବାର ରହିଛି । ମେକ୍ ଇନ ଇଣ୍ଡିଆ କନକ୍ଲେଭକୁ ସଫଳତାର ସହିତ ଆୟୋଜନ କରିବାକୁ ରାଜ୍ୟ ଶିଳ୍ପ ବିଭାଗ, ଫିକି, ଇପିକଲ ସହିତ ପିଡବ୍ଲୁସି, ଲାନିୟାର୍ଡସ, ଜେନେସିସ୍ ଆଦି ସଂସ୍ଥା ସହଯୋଗ କରୁଛନ୍ତି । ଏହି ବୃହତ ଶିଳ୍ପ ମହାକୁମ୍ଭରେ ଅନୁଷ୍ଠିତ ହେବାକୁ ଥିବା ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସୁବିଧାରେ ପ୍ରଚାର ପ୍ରସାର ନିମନ୍ତେ ଭୁବନେଶ୍ୱର ସ୍ଥିତ ଇଡକୋ ସମ୍ମିଳନୀ କକ୍ଷରେ ଗଣମାଧ୍ୟମ ପରିଚାଳନା ସମ୍ପର୍କରେ ବିଶଦ୍ ଆଲୋଚନା ହୋଇଥିଲା ।

ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡକୋର ଅଧ୍ୟକ୍ଷ ହେମନ୍ତ କୁମାର ଶର୍ମା ଯୋଗ ଦେଇ ଏହି କନକ୍ଲେଭ ନେଇ ମିଡିଆ ପ୍ଲାନିଂ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଶଦ୍ ଭାବେ ସୂଚନା ଦେଇଥିଲେ ଏବଂ ସେମାନଙ୍କଠାରୁ ଦିଆଯାଇଥିବା ପ୍ରସ୍ତାବକୁ ବିଚାରକୁ ନେଇଥିଲେ । ଏହି ବୈଠକରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଯୋଗ ଦେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆବ୍ୟକ ସୂଚନା ପ୍ରଦାନ କରାଯିବା ସହ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅଧିକାରୀମାନେ ମଧ୍ୟ ସରକାରଙ୍କ ସମ୍ପୃକ୍ତ ବିଭିନ୍ନ ବିଭାଗରୁ ସୂଚନା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯୋଗାଇ ଦେବା ପାଇଁ ତତନୁସାରେ ଯୋଜନା ପ୍ରସ୍ତୁତ ହୋଇଥିବା ଶ୍ରୀ ସିଂ ପ୍ରକାଶ କହିଥିଲେ । ବିଭାଗର ନିର୍ଦ୍ଦେଶକ  ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ାଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ, ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମର ସିଧା ପ୍ରସାରଣ, ବିଭିନ୍ନ ବୈଦୁତିକ ଚ୍ୟାନେଲଗୁଡ଼ିକ ଦ୍ୱାରା ଟିଭି କଭରେଜ, ଫଟୋ କଭରେଜ, ଓବି ଭ୍ୟାନର ଅବସ୍ଥାନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଗଣମାଧ୍ୟମ ସଂସ୍ଥାରୁ ବିଜନେସ୍ ରିପୋର୍ଟିଂ ପ୍ରତିନିଧି ଭାବେ ଏଣ୍ଟ୍ରି ପାସ୍ ପାଇବାକୁ ଥିବା ପ୍ରତିନିଧିମାନଙ୍କୁ ଗେଟ୍ ନଂ-୩ ଦେଇ ପ୍ରବେଶ ଅନୁମତି ରହିବ । କନକ୍ଲେଭର ଉପଲବ୍ଧ ସ୍ଥାନକୁ ଦୃଷ୍ଟି ଦେବା ସହିତ ଗଣମାଧ୍ୟ ପ୍ରତିନିଧିମାନେ ଯେପରି ସୁବିଧାରେ କାର୍ଯ୍ୟକ୍ରମର ପ୍ରସାରଣ ବା ପ୍ରକାଶନର ସୁବିଧା ପାଇବେ, ସେ ସମ୍ପର୍କରେ ଗୁରୁତ୍ୱ ଦିଆଯାଇ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବା ବୋଲିଂ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶର୍ମା ପ୍ରକାଶ କହିଛନ୍ତି ।

ବିଶ୍ୱକପରେ ପରାଜୟ ପରେ ଆକ୍ସନ ମୋଡରେ BCCI, ମନୋନୟନ କମିଟି ବରଖାସ୍ତ

ମୁମ୍ବାଇ: ଟି-୨୦ ବିଶ୍ୱକପରେ ପରାଜୟ ପରେ ଆକ୍ସନ ମୋଡରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) । ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ସହ ସମ୍ପୂର୍ଣ୍ଣ ବରିଷ୍ଠ ମନୋନୟନ କମିଟିକୁ ବହିସ୍କାର କରିଛି ବିସିସିଆଇ । ଟି-୨୦ ବିଶ୍ୱକପ ଟାଇଟଲ ଦୌଡ଼ରେ ଭାରତ ସବୁଠୁ ଆଗରେ ଥିଲା ହେଲେ ସେମିଫାଇନାଲରେ ଇଂଲଣ୍ଡଠାରୁ ଶୋଚନୀୟ ପରାଜୟ ପରେ ଟିମ ଇଣ୍ଡିଆର ୧୫ ବର୍ଷ ପରେ ଟାଇଟଲ ଜିତିବାର ସ୍ୱପ୍ନ ଅଧାରେ ରହିଯାଇଛି । ପରାଜୟ ପରେ ଖେଳାଳି ଚୟନକୁ ନେଇ ପ୍ରଶ୍ନ ଉଠିଥିଲା ।

ଏହି କମିଟିର ନେତୃତ୍ବ ଚେତନ ଶର୍ମା ନେଉଥିବା ବେଳେ କମିଟିରେ ସେଣ୍ଟ୍ରାଲ ଜୋନରୁ ହରବିନ୍ଦର ସିଂହ, ଦକ୍ଷିଣ ଜୋନରୁ ସୁନୀଲ ଯୋଶୀ ଓ ଇଷ୍ଟ ଜୋନରୁ ଓଡ଼ିଶାର ଦେବାଶିଷ ମହାନ୍ତି ରହିଥିଲେ । ଏବେ ସମସ୍ତଙ୍କୁ ବିସିସିଆଇ ବହିଷ୍କାର କରିଛି । ଏମାନଙ୍କୁ ୨୦୨୦ ଓ ୨୦୨୧ରେ କମିଟି ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା । ସାଧାରଣତଃ ଜାତୀୟ ଚୟନ କମିଟିର କାର୍ଯ୍ୟକାଳ ୪ ବର୍ଷ ରହିଥାଏ । ପରିବର୍ତ୍ତୀ ଅବସ୍ଥାରେ ଏହାକୁ ବୃଦ୍ଧି କରିବାର ପ୍ରାବଧାନ ରହିଛି । ହେଲେ କାର୍ଯ୍ୟକାଳ ପୂରିବା ଆଗରୁ ଚେତନ ଶର୍ମା ଆଣ୍ଡ କୋଙ୍କୁ ବିସିସିଆଇ ବିଦା କରିଛି ।

ଚେତନ ଶର୍ମାଙ୍କ କାର୍ଯ୍ୟକାଳ ସମୟରେ ଭାରତ ଟି-୨୦ ବିଶ୍ୱକପର ୨୦୨୧ ସଂସ୍କରଣରେ ନକଆଉଟ୍ ପର୍ଯ୍ୟାୟରେ ପହଞ୍ଚିବାରେ ମଧ୍ୟ ବିଫଳ ରହିଥିଲା । ସେହିପରି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ଫାଇନାଲରେ ମଧ୍ୟ ପରାଜିତ ହୋଇଥିଲା । ଟିମ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଚେତନଙ୍କ ନେତୃତ୍ୱାଧୀନ ଏହି କମିଟିକୁ ଭାଙ୍ଗି ଦେଇଛି ବିସିସିଆଇ ।  ବିସିସିଆଇ ଶୁକ୍ରବାର ବରିଷ୍ଠ ଜାତୀୟ ମନୋନୟନ କମିଟିର ୫ ପଦ ପାଇଁ ନୂଆ ଆବେଦନ କରିବାକୁ ନିମନ୍ତ୍ରଣ କରିଛି । ଏହି ଆବେଦନ ସହ ବିସିସିଆଇ କିଛି ମାନଦଣ୍ଡକୁ ମଧ୍ୟ ନିର୍ଦ୍ଧାରିତ କରିଛି ଯାହାକୁ ପୂରଣ କରୁଥିବା ଖେଳାଳି ଏହି ପଦ ପାଇଁ ଆବେଦନ କରିପାରିବେ ।

ଆବେଦନ କରୁଥିବା ଖେଳାଳି ଅତିକମରେ ୭ଟି ଟେଷ୍ଟ ବା ୩୦ ଫାର୍ସଟ କ୍ଲାସ ମ୍ୟାଚ ବା ୧୦ଟି ଦିନିକିଆ ଏବଂ ୨୦ ଫାର୍ସଟ କ୍ଲାସ ମ୍ୟାଚ ଖେଳିଥିବା ଆବଶ୍ୟକ । ଏଥିସହିତ ଆବେଦନ କରିଥିବା ଖେଳାଳିଙ୍କୁ ଅତିକମରେ ସନ୍ୟାସ ନେବାର ୫ ବର୍ଷ ସମୟ ହୋଇଥିବା ଆବଶ୍ୟକ । କୌଣସି ବି ବ୍ୟକ୍ତି ୫ ବର୍ଷ ପର୍ଯ୍ୟନ୍ତ କୌଣସି ବି କ୍ରିକେଟ ସମିତିର ସଦସ୍ୟ ରହିଥିଲେ, ପୁରୁଷ ଚୟନକର୍ତ୍ତା ସମିତିର ସଦସ୍ୟ ହେବାର ଯୋଗ୍ୟ ହେବେନି । ଆବେଦନ ପାଇଁ ଶେଷ ତାରିଖ ୨୮ ନଭେମ୍ବର ଧାର୍ଯ୍ୟ କରାଯାଇଛି ।

ସଭରକର ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଶିବସେନା ମଧ୍ୟରେ ତିକ୍ତତା

ମୁମ୍ବାଇ: ମହାରାଷ୍ଟ୍ରରେ ଭାଙ୍ଗିପାରେ କଂଗ୍ରେସ-ଶିବସେନା ମେଣ୍ଟ । ହିନ୍ଦୁତ୍ବବାଦୀ ନେତା ବୀର ଦାମୋଦର ସଭରକରଙ୍କ ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ବଢିଛି ତିକ୍ତତା । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ହିନ୍ଦୁ ନେତା ସବରକରଙ୍କ ଉପରେ ବର୍ଷିବା ସହ ସଭରରକର ବ୍ରିଟିଶର ଅନୁଗତ ହେବାକୁ ସର୍ବଦା ଚାହିଁଥିଲେ ବୋଲି କହିଥିଲେ । ଏହା ସହ ରାହୁଲ ମଧ୍ୟ ସଭରକରଙ୍କ ସ୍ବୀକାରୋକ୍ତି ପତ୍ର ମଧ୍ୟ ପ୍ରଦର୍ଶନ କରିଥିଲେ ।

ଦେଶରେ ମହାତ୍ମା ଗାନ୍ଧୀ ଓ ସଭରକରଙ୍କ ଦୃଷ୍ଟିଭଙ୍ଗୀ ମଧ୍ୟରେ ସର୍ବଦା ସଂଘାତ ରହିଛି ବୋଲି ସେ କହିଥିଲେ । ଏହି ପ୍ରସଙ୍ଗକୁ ନେଇ ଶିବସେନା ନେତା ସଞ୍ଜୟ ରାଓ୍ବତ କହିଛନ୍ତି- ସଭରକର ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ଗଠିତ ହୋଇଥିବା ମହାବିକାଶ ଅଘାଦି ମେଣ୍ଟ ଭାଙ୍ଗିପାରେ । ଗତକାଲି ସେ କହିଥିଲେ- ସଭରକରଙ୍କ ଆଦର୍ଶରେ ତାଙ୍କ ଦଳ ଅନୁପ୍ରାଣୀତ । କଂଗ୍ରେସ ଦଳ ଏହି ପ୍ରସଙ୍ଗ ଉଠାଇବା କଥା ନୁହେଁ ।

ସେପଟେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି- ସଭରକରଙ୍କୁ ରାହୁଲ ବିରୋଧ କରିନାହାନ୍ତି । ବରଂ ସେ ଏକ ଐତିହାସିକ ତଥ୍ୟକୁ ପଦାକୁ ଆଣିଛନ୍ତି । ଗତ ୨୦୧୯ରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ତିକ୍ତତା ସୃଷ୍ଟି ହେବା ପରେ ଶିବସେନା, କଂଗ୍ରେସ ଓ ଏନସିପି ମିଶି ଗଠନ କରିଥିଲେ ଏମଭିଏ । ସେପଟେ ମହାରାଷ୍ଟ୍ରର ସେଗାଓଁରେ ଭାରତ ଯୋଡୋ ଯାତ୍ରାରେ ପୁଣି କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ।

ଇଣ୍ଡୋନେସିଆରେ ୬.୯ ତୀବ୍ରତାର ଭୂକମ୍ପ ଝଟକା

ଜାକର୍ତ୍ତା: ଶୁକ୍ରବାର ସନ୍ଧ୍ୟାରେ ଇଣ୍ଡୋନେସିଆର ପଶ୍ଚିମାଞ୍ଚଳରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରେକର୍ଡ ହୋଇଛି । ତେବେ ଭୂମିକମ୍ପରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ ।  ୟୁନାଇଟେଡ ଷ୍ଟେଟ୍ସ ଜିଓଲୋଜିକାଲ ସର୍ଭେ ଏନେଇ ସୂଚନା ଦେଇଛି । ସନ୍ଧ୍ୟା ୭ ଟା ୭ମିନିଟରେ ଏହି ଭୂକମ୍ପ ଆସିଥିଲା । ଏହାର ଗଭୀରତା ୨୦ କିମି ଥିଲା । ବେଙ୍ଗକୁଲୁର ସହରଠାରୁ ୨୦୩ କିମି ଦୂର ଦକ୍ଷିଣ ପଶ୍ଚିମରେ ଏହା କେନ୍ଦ୍ରୀଭୂତ ହୋଇଛି ।

ପକ୍ଷାଘାତ ପ୍ରେମିକା ମଥାରେ ପ୍ରତିଶ୍ରୁତିର ସିନ୍ଦୂର..

ନନ୍ଦିଘୋଷ ବ୍ୟୁରୋ: କୁହାଯାଏ ପ୍ରେମ ଶ୍ୱାସତ, ଚିରନ୍ତନ ଆଉ ସତ୍ୟ  ।  ପ୍ରେମରେ ବିଶ୍ୱାସ ଆଉ ନିଶ୍ୱାସର ସମିଶ୍ରଣ ହୋଇଥାଏ  । ସାତ ଜନ୍ମର ସାଥି ବାଛିବାରେ ନା ଥାଏ ସ୍ୱାର୍ଥ ନା ସଙ୍କୋଚ  । କାଳେ କାଳେ ପ୍ରେମ ଅନ୍ଧ । କଥା ଦେଇଥିଲେ କଥା ରଖିଲେ । ନିଜ ଶାଶ୍ବତ ପ୍ରେମକୁ ମରିବାକୁ ଦେଲେନି । ପ୍ରେମ ବିବାହର ରୂପ ନେବା ପୂର୍ବରୁ ପ୍ରେମିକା ପାଲଟିଗଲେ ପକ୍ଷାଘାତ ରୋଗୀ । ମାତ୍ର କ୍ରୁର ପକ୍ଷାଘାତ ପ୍ରତିବନ୍ଧକର ଲକ୍ଷ୍ମଣରେଖାକୁ ଡେଇଁଲା ପ୍ରେମିକ । ପ୍ରେମିକାର ମଥାରେ ପିନ୍ଧାଇ ଦେଲା ସିନ୍ଦୂର ।

ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ । ବ୍ରାହ୍ମଣର ମନ୍ତ୍ରଧ୍ବନୀ ଭିତରେ ହ୍ବିଲ ଚେୟାରରେ ବସିଥିବା ପ୍ରେମିକାକୁ ସାରା ଜୀବନ ପାଇଁ ସୁଖଦୁଃଖର ସାଥୀ କରିନେଲେ। ନିଜ ପ୍ରେମକୁ ଆକାଶଛୁଆଁ ଉଚ୍ଚତାକୁ ନେଇଗଲେ । ପ୍ରମାଣ କରିଦେଲେ ପ୍ରେମରେ ବଡ଼ ସର୍ତ୍ତ ହେଉଛି ଏହା ନିସର୍ତ୍ତ । ଅନାବିଳ ସ୍ନହ ଆଉ ଭଲପାଇବା ଯେଉଁଠି ପ୍ରେମ ହିଁ ସେଇଠି । ପ୍ରେମ ଜୀବନର ଜଟିଳ ଜ୍ୟାମିତି । ପ୍ରେମରେ ନା ଥାଏ ହାରିବା, ନା ଜିତିବା । ମନରେ ମନ ମିଶିଲେ ଆସେ ଭିନ୍ନ ଏକ ଆବେଗ ଆଉ  ଉଚ୍ଛ୍ବାସ, ଯାହାର ନାଁ ପ୍ରେମ ।

ଏମିତି ନିଃସର୍ତ୍ତ ପ୍ରେମରେ ପଡ଼ିଥିଲେ ବାଲେଶ୍ୱର ଖନ୍ତାପଡା ଅଞ୍ଚଳର ଶୁଭ୍ରାଂଶୁ ଓ ଦେବସ୍ମିତା  । ୨୦୧୫ରେ ପରସ୍ପରକୁ ଭଲ ପାଇବସିଥିଲେ ଏ ପ୍ରେମୀ ଯୁଗଳ । ଏ ଭଲ ପାଇବାକୁ ସେମାନେ ବିବାହର ନାଁ ଦେବା ପାଇଁ ବି ପ୍ରସ୍ତୁତ ହୋଇସାରିଥିଲେ । କିନ୍ତୁ ଦେବସ୍ମିତାଙ୍କ ସହ ଯାହା ଘଟିଲା, ସବୁ ସ୍ୱପ୍ନ ଯେମିତି ଅଧାରେ ଅଟକିଗଲା  । ରାତତାରାତି ସବୁକିଛି ବତଦଳିଗଲା  । କିନ୍ତୁ ସାତ ଜନ୍ମର ସାଥି କରିବାର ପ୍ରତିଶ୍ରୁତି ଦେଇଥିବା ଶୁଭ୍ରାଂଶୁ ବଡ଼ ହୃଦୟରେ ଆପଣାଇ ନେଇଥିଲେ  । ଜୀବନର ଯନ୍ତ୍ରଣାରେ ପ୍ରେମର ମହୋଷଧି ଦେଇ ସମାଜକୁ ବାର୍ତ୍ତା ଦେଇଥିଲେ  । ଆଉ ପ୍ରମାଣିତ କରିଥିଲେ ପ୍ରେମ ଐଶିର୍ଗିକ, ନୈଶିର୍ଗିକ…

 

 

ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୨ ମୃତ

ଜୋଶିମଠ: ଉତ୍ତରାଖଣ୍ଡର ଜୋଶିମଠରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ସୂଚନା । ଅନେକ ଫସିରହିଛନ୍ତି । ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛି । ସୂଚନାନୁସାରେ, ଜୋଶିମଠ ବ୍ଲକର ଉର୍ଗମ-ପଲ୍ଲା ଜଖୋଲା ମୋଟର ମାର୍ଗରେ ଗାଡ଼ି ଟି ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା ।

ଜୋଶିମଠରୁ କିମାଣା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୧୦ ପୁରୁଷ ସାମିଲ ଅଛନ୍ତି । ଏସଡିଆରଫ, ଏନଡିଆରଏଫ, ପୋଲିସ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଉଦ୍ଧାର ୩ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବାରବାଟୀ ଷ୍ଟାଡିୟମ ସମେତ ୫ଟି ମ୍ୟୁନିସପାଲ କର୍ପୋରେସନରେ ପାଳନ ହେବ ହକି ବିଶ୍ୱକପ୍ ଉତ୍ସବ

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମ ସମେତ ପାଞ୍ଚଟି ମ୍ୟୁନିସିପାଲ କର୍ପୋରେସନରେ ହକି ବିଶ୍ବକପ୍‌ ଉତ୍ସବ ପାଳନ କରାଯିବ । ଶହେଟି ନୂଆ ବସ୍‌ ସହିତ ରାଉରକେଲାରେ ଆରମ୍ଭ କରାଯିବ ମୋ ବସ୍‌ ସେବା । ନିୟମିତ ବିମାନ ସେବା ସହ ରାଉରକେଲା ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ପୁରୁଷ ହକି ବିଶ୍ବ କପ୍ ପ୍ରତିଯୋଗିତା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି ।  FIH ପୁରୁଷ ବିଶ୍ବ କପ୍‌ ହକି-୨୦୨୩, ଭୁବନେଶ୍ବର ଓ ରାଉରକେଲାଠାରେ ୧୩ ଜାନୁଆରୀରୁ ୨୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଏଥିରେ ବିଶ୍ବର ୧୬ଟି ଦଳ ଅଂଶଗ୍ରହଣ କରିବେ । ଭୁବନେଶ୍ବରରେ ୨୪ଟି ମ୍ୟାଚ ଓ ରାଉରକେଲାରେ ୨୦ଟି ମ୍ୟାଚ ଖେଳାଯିବ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମନ୍ତ୍ରୀ ପରିଷଦର ସଦସ୍ୟ ମାନଙ୍କୁ ବିଶ୍ବକପ୍‌ ଆୟୋଜନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ପ୍ରତିଯୋଗିତା ପାଇଁ ଭୁବନେଶ୍ବରର କଳିଙ୍ଗ ହକି ଷ୍ଟାଡିଅମ ସଂପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମ ନଭେମ୍ବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ସେ ସୂଚନା ଦେଇଥିଲେ ।

ଉଭୟ ଷ୍ଟାଡିଅମରେ ଆଷ୍ଟ୍ରୋ ଟର୍ଫ ଓ ଫ୍ଲଡ ଲାଇଟ୍ କାମ ଶେଷ ହୋଇଯାଇଛି । ଅଂଶଗ୍ରହଣକାରୀ ଦଳ ଓ ମ୍ୟାଚ ଅଫିସିଆଲମାନଙ୍କ ରହଣି ପାଇଁ ୨୨୫ଟି ରୁମ୍‌ ତିଆରି କାମ ଚାଲିଛି ଏବଂ ଏହା ମଧ୍ୟ ନଭେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ । ଓଡିଶାର ଅଧିକାଂଶ ଜିଲ୍ଲା ସହିତ ସାରା ଦେଶରେ ହକି ବିଶ୍ବକପ ଟ୍ରଫି ପ୍ରଦର୍ଶନ ଯାତ୍ରା କରାଯିବ । ଏହି ସମୟରେ ଜିଲ୍ଲାସ୍ତରରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବିକାଶ ପାଇଁ ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ କରାଯିବ । ସ୍କୁଲ, କଲେଜର ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ।

ରାଉରକେଲା ଓ ଭୁବନେଶ୍ବର ସହରର ସୌନ୍ଦର୍ଯ୍ୟକରଣ କରାଯିବ । ରାଉରକେଲା ବିମାନ ବନ୍ଦରରୁ ନିୟମିତ ବିମାନ ସେବା ଆରମ୍ଭ ହେବ । ଏହା ସହିତ ଖେଳାଳି ଓ ମ୍ୟାଚ ଅଫିସିଆଲ ମାନଙ୍କ ଯାତାୟତ ପାଇଁ ଚାର୍ଟର୍ଡ ଫ୍ଳାଇଟର ବ୍ୟାବସ୍ଥା କରାଯାଉଅଛି । ଏହି ଅବସରରେ ୧୦୦ଟି ନୂଆ ବସ୍‌ ସହିତ ରାଉରକେଲାରେ ମୋ ବସ୍‌ ସେବା ଆରମ୍ଭ ହେବ ।

ବିଶ୍ବକପ୍‌ ହକି ଆୟୋଜନରେ ସାମିଲ ହୋଇଥିବା ସବୁ ବିଭାଗ ଗୁଡିକର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ସବୁ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହକି ବିଶ୍ବକପ୍‌ ଯେଭଳି ବିଭିନ୍ନ ଟିମ୍‌ ଓ ପ୍ରଶଂସକ ମାନଙ୍କ ନିମନ୍ତେ ଏକ ଭବ୍ୟ ଉତ୍ସବ ଭାବରେ ସ୍ମରଣୀୟ ହୋଇରହିବ, ସେଥିପାଇଁ ପରସ୍ପର ମଧ୍ୟରେ ଉତ୍ତମ ସମନ୍ବୟ ରଖି କାର୍ଯ୍ୟ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଓଡ଼ିଶା ବନ୍ଦର ନୀତି-୨୦୨୨କୁ କ୍ୟାବିନେଟ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର ମାରିଲେ ସରକାର । ଓଡ଼ିଶା ବନ୍ଦର ନୀତି-୨୦୨୨କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଅନ୍ତର୍ଦେଶୀୟ ଜଳପଥ ଏବଂ କ୍ଷୁଦ୍ର ବନ୍ଦରର ବିକାଶକୁ ଗୁରୁତ୍ବ ଦିଆଯାଉଛି । ଏଥିସହ ବନ୍ଦର କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦିଆଯିବ । ସାମୁଦ୍ରିକ ପର୍ଯ୍ୟଟନ ଓ ବହୁମୁଖୀ ଜେଟିକୁ ପ୍ରୋତ୍ସାହିତ କରାଯିବ ।

ଶିଶୁଙ୍କ ବିକାଶ ପାଇଁ `ପ୍ରାରମ୍ଭ’ ନୀତିକୁ ଅନୁମୋଦନ କଲେ ସରକାର । ଏଥିସହ ଟେକ୍ ହୋମ ରାସନ ନୀତିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଓଡ଼ିଶା ମ୍ୟୁନିସିପାଲ ଆଇନ୍ ୧୯୫୦ର ସଂଶୋଧନ ପ୍ରସ୍ତାବ ଓ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆଇନ୍ ୨୦୦୩ର ସଂଶୋଧନ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍ । ଏଥିସହ ଓୟୁଟିଆର ରୂପାନ୍ତରଣ ପାଇଁ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା ।

ଖଣ୍ଡଗିରି ସ୍ଥିତ ଜେଡି ସେଣ୍ଟର ଅଫ ଆର୍ଟ୍ସକୁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେବା ନେଇ ପ୍ରସ୍ତାବକୁ ମୋହର ମରାଯାଇଛି । ଏଥିସହ ଗ୍ରୁପ ବି ଓ ଗ୍ରୁପ ସି ସ୍ପେଶାଲିଷ୍ଟ ପଦବୀ ଓ ସେବା ନିୟମାବଳୀ ୨୦୨୨ ସମନ୍ବିତ ପରୀକ୍ଷା ଅନୁଷ୍ଠିତ ହେବାକୁ ନେଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ଅଧିନିୟମରେ ହେବ ସଂଶୋଧନ । ଇଚ୍ଛାଧୀନ କୋଟାରେ ସିଙ୍ଗଲ ଆଲଟମେଣ୍ଟକୁ ଟାସ୍କଫୋର୍ସରୁ ବାଦ ପଡିବ । ଏଣିକି ବିଡିଏ, ସିଡିଏ ଓ OSHBର ସିଙ୍ଗଲ ଆଲଟମେଣ୍ଟ ଜମି ବୈଧ ହେବ ।

‘ଦମନ’ ଚଳଚ୍ଚିତ୍ରକୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସ୍ରୁଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ ।

ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । Covid ମହାମାରୀ ସମୟରେ ଯେଭଳି ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା । ଯୋଗାଇଲେ ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜ ର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି ।

ସୂଚନାଥାଉକି, ପ୍ରଥମଥର କୌଣସି ଓଡ଼ିଆ ସିନେମା ଜାତୀୟ ସ୍ତରରେ ପ୍ରଶଂସା ସାଉଣ୍ଟିଛି । ସତ୍ୟ ଘଟଣା ଉପରେ ଆଧାରିତ ଏହି ସିନେମାକୁ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି । ଧୀରେ ଧୀରେ ଅବନତୀ ଆଡ଼କୁ ଗତି କରୁଥିବା ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀ ଦମନରୁ ସଞ୍ଜିବନୀ ପାଇଛି । ଆଉ ଏବେ ରାଜ୍ୟ ସରକାର ଏହାକୁ କରମୁକ୍ତ ଘୋଷଣା କରିବା ପରେ ଥିଏଟରରେ ଦମନ ଦେଖିବା ପାଇଁ ଆହୁରି ଲୋକଙ୍କ ଭିଡ଼ ବଢ଼ିବ ।