ଦୃଷ୍ଟିହୀନଙ୍କୁ ସହଯୋଗର ହାତ ବଢ଼ାଇଲେ ପିପିଲି ବିଧାୟକ

ପିପିଲି: ଦୃଷ୍ଟିହୀନ ଦମ୍ପତିଙ୍କୁ ସହଯୋଗର ହାତ ବଢ଼ାଇଲେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ।ଦୃଷ୍ଟିହୀନ ଦମ୍ପତି ପିପିଲି ମଙ୍ଗଳପୁରର ଏକ ଭଡ଼ା ଘରେ ରହୁଥିଲା ବେଳେ ତାଙ୍କ ସାଢ଼େ ତିନି ବର୍ଷ ଝିଅର ଆଖି ଚିକିତ୍ସା ପାଇଁ ଅର୍ଥ ଅଭାବ ଥିଲା । ଗଣମାଧ୍ୟମରୁ ଏସମ୍ପର୍କରେ ଅବଗତ ହେବା ପରେ ବିଧାୟକ ଏହି ଦୃଷ୍ଟିହୀନ ଦମ୍ପତିଙ୍କୁ ଝିଅର ଚିକିତ୍ସା ପାଇଁ ୨୦ ହଜାର ଟଙ୍କା ଝିଅ ଦେବା ସହ ଚଳିବା ପାଇଁ ରାସନ ସାମଗ୍ରୀ ଦେଇଛନ୍ତି ।

ତେବେ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କୁନିଝିଅର ବାପାମାଆ।