ମଞ୍ଚ ଉପରେ ଦାବି, ମଞ୍ଚ ଉପରେ ହିଁ ପୂରଣ କଲେ ନବୀନ

1 min read

ଜୟପୁର: ମଞ୍ଚ ଉପରେ ଦାବି, ମଞ୍ଚ ଉପରେ ହିଁ ପୂରଣ କଲେ ନବୀନ। ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମଞ୍ଚରେ ମୁଖ୍ୟମନ୍ତ୍ରୀ ବସିଥିବା ବେଳେ ବିଶ୍ବବିଦ୍ୟାଳୟରେ ଏକ ଅଡିଟୋରିୟମ ପାଇଁ ଦାବି କରିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ବିଧାୟକଙ୍କ ମୁହଁରୁ ଦାବି ଶୁଣୁ ଶୁଣୁ ପୂରଣ କରିଥିଲେ ମୁଖ୍ୟମନ୍ତ୍ରୀ । ଶିକ୍ଷା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଗକୁ ନେବ ଅଡିଟୋରିୟମ୍ । ସବୁବେଳେ ଶିକ୍ଷାକୁ ଗୁରୁତ୍ବ ଦେଉଥିବା ମୁଖ୍ୟମନ୍ତ୍ରୀ ମଞ୍ଚରୁ ହିଁ ବିକ୍ରମଦେବ କଲେଜ ପାଇଁ ଆଧୁନିକ ଅଡିଟୋରିୟମ ଘୋଷଣା କରିଥିଲେ ।

୧ ହଜାର ସିଟ୍ ବିଶିଷ୍ଠ ଅଡିଟୋରିୟମ ପାଇଁ ୮ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରାପୁଟ ଜିଲ୍ଲାପାଳଙ୍କୁ ଅନୁମୋଦନ ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମଞ୍ଚ ଉପରୁ ଘୋଷଣା କରିଥିଲେ 5T ସଚିବ ଭିକେ ପାଣ୍ଡିଆନ୍ ।