ରାଜସ୍ଥାନରେ ବିବାହ କରିବେ ସିଦ୍ଧାର୍ଥ-କିଆରା; କିଏ ନେବ ୱେଡିଂ ରାଇଟ୍ସ ?

1 min read

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡୱାଣୀ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଯାହାକୁ ନେଇ ବି-ଟାଉନରେ ଚର୍ଚ୍ଚା ଚାଲିଛି। ଦୁହିଁଙ୍କ ବିବାହକୁ ଫ୍ୟାନ୍ସ ବି ଅପେକ୍ଷା କରି ରହିଛନ୍ତି ।

କୁହାଯାଉଛି, ଏହି ଷ୍ଟାର ଯୋଡି ରାଜସ୍ଥାନର ରୟାଲ୍ ପ୍ୟାଲେସରେ ବିବାହ କରିବେ । ଏହି ରୟାଲ୍ ମ୍ୟାରେଜ୍ ଖୁବ୍ କମ୍ ଲୋକଙ୍କ ଗହଣରେ ହେବ । ଜାଣନ୍ତୁ ସବିଶେଷ ବିବରଣୀ…

ଫେବୃଆରୀ ୬ ସ୍ଥିତ ରାଜସ୍ଥାନର ଜୈସଲମେର ସ୍ଥିତ ସୂର୍ଯ୍ୟଗଡ଼ ହୋଟେଲରେ ବିବାହ ସମ୍ପନ୍ନ ହେବ। ଏହା ପୂର୍ବରୁ ପ୍ରି-ୱେଡିଂ ସେରେମୋନୀ ହେବ । ବିବାହର ସମସ୍ତ ରୀତିନୀତି ଫେବୃଆରୀ ୪ ଓ ୫ ତାରିଖ ମଧ୍ୟରେ ସରିବ । ସିସିଟିଭି କ୍ୟାମେରା ମଧ୍ୟରେ କଡ଼ା ସୁରକ୍ଷା ମଧ୍ୟରେ ରହିବ ପ୍ୟାଲେସ ।

ବିବାହରେ ଅତିଥି ଭାବେ ସାହିଦ କପୁର, ତାଙ୍କ ପତ୍ନୀ ମୀରା ରାଜପୁତ, କରନ ଜୋହର, ମନିଷ ମଲହୋତ୍ରା, ବରୁଣ ଧବନ ଓ ଅଶ୍ୱିନୀ ୟରଦି ସାମିଲ ହେବେ । ଗେଷ୍ଟଙ୍କ ପାଇଁ ଗାଡ଼ିର ବ୍ୟବସ୍ଥା କରାଯାଇଛି । ତେବେ ବିବାହ ପରେ ଏହି ଷ୍ଟାର କପଲ୍ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ୍ ପାର୍ଟି ଦେବାର କାର୍ଯ୍ୟକ୍ରମ ରହିଛି।

ଏହା ମଧ୍ୟରେ ଏହି ଷ୍ଟାର ଯୋଡିଙ୍କ ବିବାହର ଭିଡ଼ିଓ ରାଇଟ୍ସ ଓଟିଟି ପ୍ଲାଟଫର୍ମ ଆମାଜନ୍ ନେଉଛି ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏହି ଚର୍ଚ୍ଚା ସେତେବେଳେ ହେଲା, ଯେତେବେଳେ ଆମାଜନ ପ୍ରାଇମ୍ ଭିଡ଼ିଓ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡୱାଣୀଙ୍କ ଏକ ଫଟୋ ଶେୟାର କରିଥିଲା ।