ଟେରର ଫଣ୍ଡିଂ ଲିଙ୍କରେ ଶ୍ରୀନଗରର ବିଭିନ୍ନ ସ୍ଥାନରେ ରେଡ୍

1 min read

ଶ୍ରୀନଗର: ଟେରର ଫଣ୍ଡିଂ ଲିଙ୍କରେ ଶ୍ରୀନଗରରେ ରେଡ୍ ।  ପରିମ୍ପୋରା, ଜଓ୍ବାହର ନଗର, ନଟିପୁରା, ବୁଲବୁଲ ବାଗ ଭଳି ଅଞ୍ଚଳରେ ରାଜ୍ୟ ତଦନ୍ତ ଏଜେନ୍ସି (ଏସଆଇଏ) ରେଡ ଜାରି ରଖିଛି।

ଏସଆଇଏ ଟିମ ସହ ସ୍ଥାନୀୟ ପୋଲିସ ଓ ସିଆରପିଏଫ ଟିମ ରେଡରେ ସାମିଲ ହୋଇଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ବିଦେଶୀ ଲିଙ୍କରେ ଆଜି ସକାଳୁ ଟିମ୍ ଚଢ଼ାଉ ଜାରି ରଖିଥିବା ନେଇ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।