ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣର ଧମକ, NIAକୁ ମିଳିଛି ଧମକପୂର୍ଣ୍ଣ ଇ-ମେଲ

1 min read

ମୁମ୍ବାଇ: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣର ଧମକ । ନ୍ୟାସନାଲ ଇନଭେଷ୍ଟିଗେଟିଂ ଏଜେନ୍ସି ବା NIAକୁ ଧମକପୂର୍ଣ୍ଣ ଇ-ମେଲ ମିଳିଛି । ଇ-ମେଲ ପଠାଇଥିବା ବ୍ୟକ୍ତି ନିଜକୁ ତାଲିବାନୀ କହୁଥିବା ବେଳେ ପୁରା ସହରକୁ ଆଲର୍ଟରେ ରଖାଯାଇଛି । NIA ସମେତ ମୁମ୍ବାଇ ପୋଲିସ ଓ ଅନ୍ୟ ଏଜେନ୍ସିଗୁଡ଼ିକ ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ଇ-ମେଲ କେଉଁଠୁ ଆସିଛି ଓ ଏହା ପଛର ଉଦ୍ଦେଶ୍ୟ ଜାଣିବାକୁ ଯାଞ୍ଚ ଆରମ୍ଭ ହୋଇଛି । ଧମକପୂର୍ଣ୍ଣ ମେଲ ମିଳିବା ପରେ ମୁମ୍ବାଇ ସମେତ ଅନ୍ୟ ବଡ଼ ସହରରେ ମଧ୍ୟ ସୁରକ୍ଷା ଏଜେନ୍ସି ଆଲର୍ଟରେ ରହିଛି । ତାଲିବାନ ହକ୍କାନି ନେଟଓ୍ବର୍କର ମୁଖ୍ୟ ସିରାଜୁଦ୍ଦିନ ହକ୍କାନିଙ୍କ ନିର୍ଦ୍ଦେଶରେ ଆକ୍ରମଣ କରାଯିବ ବୋଲି ଇ-ମେଲରେ ଉଲ୍ଲେଖ ରହିଛି । ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ହକ୍କାନୀଙ୍କୁ ସେଠାକାର ଗୃହମନ୍ତ୍ରୀ ଦାୟିତ୍ବ ମିଳିଛି ।