spot_img
Home Blog Page 3678

ଦୁନିଆର ପ୍ରଥମ କ୍ରିକେଟର, ଏକ ଓଭରରେ ୭ ଛକା ମାରି ରେକର୍ଡ

ମୁମ୍ବାଇ: ଯୁବ ବ୍ୟାଟର୍‌ ଋତୁରାଜ ଗାଏକୱାଡଙ୍କ ଧୂଆଁଧାର ବ୍ୟାଟିଂ  । ବିଜୟ ହଜାରେ ଟ୍ରଫିରେ ଇତିହାସ ରଚିଛନ୍ତି ଋତୁରାଜ  । ମହାରାଷ୍ଟ୍ରରୁ ଖେଳି ଉତ୍ତର ପ୍ରଦେଶ ବିପକ୍ଷରେ ରନବର୍ଷା କରିଛନ୍ତି ଏହି କ୍ରିକେଟର  । ଏକ ଓଭରରେ ସାତୋଟି ଛକା ମାରି ବୋଲରଙ୍କ ସେ ନିଦ ହଜାଇ ଦେଇଛନ୍ତି  । ଲିମିଟେଡ ଓଭର କ୍ରିକେଟରେ ଏଭଳି ରେକର୍ଡ କରି ଦୁନିଆର ପ୍ରଥମ ବ୍ୟାଟର ସାଜିଛନ୍ତି ଋତୁରାଜ  ।

ଉତ୍ତର ପ୍ରଦେଶର ବୋଲର ଶିବା ସିଂଙ୍କ ଓଭରରେ ଏହି କାରନାମା କରି ଦେଖାଇଛନ୍ତି ଋତୁରାଜ  । ଓଭରର ନୋ ବଲରେ ମଧ୍ୟ ସେ ଛକା ବର୍ଷା କରିଛନ୍ତି  । ସାତୋଟି ବଲରେ ସାତୋଟି ଛକା ମାରି ନୂଆ ରେକର୍ଡ ସେ ସୃଷ୍ଟି କରିଛନ୍ତି  । ଏହି ମ୍ୟାଚରେ ୧୫୯ ବଲରେ ୨୨୦ ରନ ସଂଗ୍ରହ କରିଛନ୍ତି ଋତୁରାଜ  । ମ୍ୟାଚରେ ୧୦ଟି ଚଉକା ସହ ସେ ୧୬ଟି ଛକା ମାରିଛନ୍ତି  ।

ଗାୟକ୍ବାଡଙ୍କ ରନ ସାହାଯ୍ୟରେ ୫ ୱିକେଟ ହରାଇ ୫୦ ଓଭରରେ ୩୦୦ ରନ କରିଛି ମହାରାଷ୍ଟ୍ର ଟିମ  । ମ୍ୟାଚରେ ସେ ଓପନିଂ କରିଥିବା ବେଳେ ଅନ୍ୟ କୌଣସି ଖେଳାଳୀ ଅର୍ଦ୍ଧଶତକ ବି କରିବାକୁ ସକ୍ଷମ ହୋଇନାହାନ୍ତି  ।

ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ, ଜମି ଚିହ୍ନଟ କରି ବର୍ଷକରେ କୁଲତା ସମାଜର କର ଧର୍ମଶାଳା

ପଦମପୁର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ପଦମପୁରର କୁଲତା ସମାଜ । ଓଡିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବୀ ବିଷୟରେ ଆଲୋଚନା କରିଛନ୍ତି ।

ପ୍ରଥମେ ସେମାନଙ୍କ କୂଳ ଦେବତା ପ୍ରଭୁ ନୃସିଂହନାଥ ଙ୍କ ପୀଠ ର ଉନ୍ନତି ନିମନ୍ତେ 5T ଉପକ୍ରମ ରେ ମୁଖ୍ୟମନ୍ତ୍ରୀ ନେଇଥିବା ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

ଆଲୋଚନା ସମୟରେ ସେମାନେ ପୁରୀଧାମରେ ଏକ ଧର୍ମଶାଳା ନିର୍ମାଣ ନିମନ୍ତେ ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

କୁଲତା ସମାଜ ବହୁଳ ଗ୍ରାମ ଗୁଡିକରେ ଜଗନ୍ନାଥ ମନ୍ଦିର ସ୍ଥାପନ, ପରିଚାଳନା, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହି ସମାଜ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି । ପୁରୀ ନିକଟସ୍ଥ ରାମଚଣ୍ଡୀ ମନ୍ଦିର ମଧ୍ୟ କୁଲତା ସମାଜର ଏକ ପ୍ରସିଦ୍ଧ ଧର୍ମପୀଠ । କୁଲତା ସମାଜର ଲକ୍ଷ ଲକ୍ଷ ଭକ୍ତ ପ୍ରତିବର୍ଷ ପୁରୀଧାମକୁ ଯାଇଥାନ୍ତି । ତେଣୁ ପୁରୀରେ କୁଲତା ସମାଜକୁ ଧର୍ମଶାଳା ନିମନ୍ତେ ଏକ ଏକର ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ସେମାନେ ଅନୁରୋଧ କରିଥିଲେ । ଏହାଦ୍ବାରା କୁଲତା ସମାଜର ଭକ୍ତମାନେ ସୁବିଧାରେ ପୁରୀ ଧାମରେ ରହିବା ସହ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମଧ୍ୟ ସୁରୁଖୁରୁରେ ଆୟୋଜନ କରିପାରିବେ।

ସେମାନଙ୍କର ଅନୁରୋଧକୁ ଗ୍ରହଣ କରି ପୁରୀରେ ଉପଯୁକ୍ତ ସ୍ଥାନରେ ଏକ ସପ୍ତାହ ମଧ୍ୟରେ ଜମି ଚିହ୍ନଟ ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ସରକାରଙ୍କ ତରଫରୁ ଧର୍ମଶାଳା ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏକ ବର୍ଷ ମଧ୍ୟରେ ଏହି ଧର୍ମଶାଳା ଯେପରି ସଂପୂର୍ଣ୍ଣ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସେମାନଙ୍କ ଦାବି ପ୍ରତି ସହାନୁଭୂତିଶୀଳ ମନୋଭାବ ପାଇଁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

ଏହି ପ୍ରତିନିଧି ଦଳରେ ବୌଦ୍ଧ ,ସୋନପୁର , ସମ୍ବଲପୁର, ଓ ବ୍ରଜରାଜନଗର ଅଞ୍ଚଳର କୁଲତା ସମାଜର ବନ୍ଧୁ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ।

 

ସୁପ୍ରିମ ନିର୍ଦ୍ଦେଶ ଦେଲେ କୋର୍ଟ, ବିକ୍ଷୋଭ କଲେ ବନ୍ଧା ହେବେ ଆଇନଜୀବୀ

ନୂଆଦିଲ୍ଲୀ: ଓକିଲ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଓକିଲଙ୍କ ଆନ୍ଦୋଳନ ନେଇ ଦୃଢ଼ ଆଭିମୁଖ୍ୟ ଦେଖାଇଛନ୍ତି ସର୍ବୋଚ୍ଚ କୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ବେ ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆବଶ୍ୟକସ୍ଥଳେ ଆନ୍ଦୋଳନକାରୀ ଓକିଲଙ୍କୁ ଗିରଫ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜୁଡ଼ିସିଆଲ ଅଧିକାରୀଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି। କୋର୍ଟ ପରିସର ଏବଂ ଅଭିଯୋଗକାରୀଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ନ୍ୟାୟିକ ଅଧିକାରକୁ ହନନ ନକରିବା ନେଇ ଓକିଲ ଆନ୍ଦୋଳନ ବନ୍ଦ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ।

ପଦମପୁର ଉପନିର୍ବାଚନ ପୂର୍ବରୁ ଆଇଟି ରେଡ୍‌, ଗତକାଲି କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରିଥିଲେ

ପଦମପୁର: ନିର୍ବାଚନ ପୂର୍ବରୁ ପଦମପୁରରେ କେନ୍ଦ୍ରୀୟ ଟିମର ଚଢ଼ାଉ । ଏକାଧିକ ସ୍ଥାନରେ ଚାଲିଛି ଆଇଟି ରେଡ୍ । ଗତକାଲି ପଦମପୁର ଆସିଥିଲେ ୨ କେନ୍ଦ୍ରମନ୍ତ୍ରୀ । ଯେଉଁଠି କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ ଚାଷୀ । ଚାଷୀଙ୍କ ବିରୋଧ ପରେ କେନ୍ଦ୍ରୀୟ ଟିମ୍ ଦ୍ବାରା ଚଢାଉ କରାଯାଉଥିବା ଅଭିଯୋଗ ହୋଇଛି ।

ଭୋଟ ପୂର୍ବରୁ ଲୋକଙ୍କ ମନରେ ଭୟ ସୃଷ୍ଟି କରାଯାଉଥିବା ଅଭିଯୋଗ ହୋଇଛି । ନିର୍ବାଚନକୁ ସପ୍ତାହେ ଥିବା ବେଳେ କାହିଁକି କରାଗଲା ଚଢାଉ? କେନ୍ଦ୍ରୀୟ ଟିମର ରେଡ୍କୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତର ୨୪ ଘଣ୍ଟା ନପୂରୁଣୁ ରେଡ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ହଟଚମଟ ସୃଷ୍ଟି କରିବାକୁ ରେଡ୍ କରାଯାଉଥିବା ଅଭିଯୋଗ ହୋଇଛି ।

ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯାଇଥିଲେ, ୭ ରାଉଣ୍ଡ ଫୁଟିଲା ଲ୍ୟାଣ୍ଡମାଇନ

ବୌଦ୍ଧ: ଲକଡ଼ପାଜୁ ଜଙ୍ଗଲରେ ଫୁଟିଲା ଲ୍ୟାଣ୍ଡମାଇନ୍ । ଜଙ୍ଗଲ ଭିତରେ ୭ ରାଉଣ୍ଡ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ବନବିଭାଗ ଗାଡି ଉଡାଇବା ପାଇଁ ଲ୍ୟାଣ୍ଡମାଇନ ଲଗାଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ୫୦ ଜଣ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ । ଘଟଣାସ୍ଥଳରୁ କିଛି ତାର ଜବତ ହୋଇଛି । ସୂଚନା ଅନୁସାରେ, ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ଯାଇଥିଲେ ବନ କର୍ମଚାରୀ ।

ପ୍ରତିଦିନ ଶହ ଶହ ଏକର ଜଙ୍ଗଲ ଜମିରେ ଲାଗିଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରୁଛି ବନବିଭାଗ, ପୋଲିସ ଓ ଅବକାରୀ ବିଭାଗ । ପ୍ରଶାସନର ଏଭଳି ପଦକ୍ଷେପ ଏବେ ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଛି । ଯାହାକୁ ନେଇ ଉଗ୍ର ହୋଇ ଉଠିଛନ୍ତି ଗଞ୍ଜେଇ ମାଫିଆ । ଗତକାଲି ଲକଡ଼ପାଜୁ ଜଙ୍ଗଲରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ ପାଇଁ ବନ ବିଭାଗର ୫୦ ଜଣିଆ ଟିମ୍ ଯାଇଥିଲା । ଘାଟି ରାସ୍ତାରେ ଗାଡି ରଖି ଅତିକ୍ରମ କଲା ବେଳେ ଫୁଟିଥିଲା ଲାଣ୍ଡମାଇନ୍ । ଗୋଟିଏ ପରେ ଗୋଟିଏ କରି ୭ଟି ଲ୍ୟାଣ୍ଡମାଇନ୍ ଫୁଟିଥିଲା ।

ହେଲେ ବିସ୍ଫୋରଣରେ କାହାର କୌଣସି କ୍ଷତି ହୋଇନାହିଁ । ମାତ୍ର ୪ ଜଣ ସୁରକ୍ଷା କର୍ମୀ ଥିବା ବେଳେ କମ ସୁରକ୍ଷା ବଳ କାରଣରୁ ସେଠାରୁ ବନବିଭାଗ ଫେରି ଆସିଥିଲା । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟେ ଲଗଡ଼ପାଜୁ ଠାରୁ କନ୍ଧମାଳ ସୀମା ୭ କିଲୋମିଟର ହୋଇଥିବାରୁ ଏହି ବିସ୍ପୋରଣ ଗଞ୍ଜେଇ ମାଫିଆ କରିଛନ୍ତି ନା ମାଓବାଦୀ ତାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

କାର୍ତ୍ତିକେଶ୍ବର ବାଣ ବିସ୍ଫୋରଣରେ ଗଲା ଆଉ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୨ ଛୁଇଁଲା

0

କେନ୍ଦ୍ରାପଡା: କାର୍ତ୍ତିକେଶ୍ବର ଭଷାଣ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ଗଲା ଜୀବନ । ଫଳରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଏସସିବି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ଖାନ୍‌ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୂର୍ବରୁ ଉଦୟ ଭୋଇ ନାମକ ବାଣୁଆଙ୍କ ଜୀବନ ଯାଇଥିଲା । ବେଆଇନ ଭାବେ ବାଣ ଫୁଟାଇବା ନେଇ ଉଦୟ ଭୋଇ ନାଁରେ ମାମଲା ରୁଜୁ ହୋଇଥିଲା ।

ଘଟଣାରେ ୩୪ ଜଣ ଆହତ ହୋଇ ଏସସିବିରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବାକି ୩୨ ଜଣଙ୍କ ଚିକିତ୍ସା ଚାଲିଛି । ଗତ ୨୩ ତାରିଖରେ କାର୍ତ୍ତିକେଶ୍ବରଙ୍କ ଭସାଣି ବେଳେ ହାବେଳି ଫୁଟି ବାଣ ବସ୍ତା ଉପରେ ପଡିଥିଲା । କେହି କିଛି ଭାବିବା ପୂର୍ବରୁ ବସ୍ତାରେ ଥିବା ବାଣ ଫୁଟି ଲୋକଙ୍କ ଉପରେ ପଡିଥିଲା । ଘଟଣାରେ ପୋଲିସ ଅନେକଙ୍କୁ ଗିରଫ କରିଛି ।

ବିଶ୍ବର ୫୦ କୋଟି ହ୍ବାଟସଆପ୍ ୟୁଜରଙ୍କ ଡାଟା ଲିକ୍, ତାଲିକାରେ ରହିଛି ଭାରତ

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ଼ ଡାଟା ହ୍ୟାକ୍ । ପ୍ରାୟ 50 କୋଟି ହ୍ବାଟସଆପ୍ ୟୁଜରଙ୍କ ଡାଟା ଲିକ୍ । କେବଳ ଲିକ୍ ହୋଇନାହିଁ ଅନେକ ଗୋପନୀୟ ତଥ୍ୟକୁ କରାଯାଉଛି ବିକ୍ରି । ବିଶ୍ବର 84ଟି ଦେଶର 50 କୋଟିରୁ ଅଧିକ ୟୁଜରଙ୍କ ବ୍ୟକ୍ତିଗତ ଓ ଗୋପନୀୟ ତଥ୍ୟ ହ୍ୟାକ୍ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ସାଇବର ନ୍ୟୁଜର ତଥ୍ୟ ଅନୁସାରେ ଏକ ସ୍ବତନ୍ତ୍ର ହ୍ୟାକିଂ ଫୋରମରେ ଏହି ଡାଟା ଲିକ୍ ହୋଇଛି ।

କେବଳ ଆମେରିକୀୟ ୟୁଜରଙ୍କ ପ୍ରାୟ 32 ନିୟୁତ ରେକର୍ଡ ହ୍ୟାକ ହେବା ସହ ବିକ୍ରି ହେବାରେ ଲାଗିଛି । ଯେଉଁ ଦେଶର ୟୁଜରଙ୍କ ତଥ୍ୟ ହ୍ୟାକ ହୋଇଛି ସେହି ରାଷ୍ଟ୍ର ମଧ୍ୟରେ ରହିଛନ୍ତି ଭାରତ, ବ୍ରିଟେନ, ଆମେରିକା, ଇଜିପ୍ଟ, ଇଟାଲୀ, ଫ୍ରାନ୍ସ, ଋଷ ଆଦି ରାଷ୍ଟ୍ର । ଆମେରିକାର ଡାଟାସେଟର ଦାମ୍ 7 ହଜାର ଡଲାର ରହିଥିବା ବେଳେ ବ୍ରିଟେନର ଡାଟାସେଟର ଦାମ୍ ରହିଛି ଅଢ଼େଇ ହଜାର ଡଲାର । ଯେଉଁ ବିକ୍ରେତା ଏହି ଡାଟା ହ୍ୟାକ୍ କରିଛନ୍ତି ତାଙ୍କ ସହ ସାଇବର ନ୍ୟୁଜ ଯୋଗାଯୋଗ କରିବା ପରେ ବ୍ରିଟେନର 1 ହଜାର 97 ଜଣଙ୍କ ତଥ୍ୟ ପ୍ରମାଣ ସ୍ବରୂପ ବିକ୍ରେତା ଦେଇଥିବା କୁହାଯାଇଛି ।

ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଥିଲା ସେହି 1 ହଜାର 97 ଜଣ ହେଉଛନ୍ତି ବାସ୍ତବରେ ହ୍ବାଟସ ଆପ୍ ୟୁଜର । ତେବେ ଏତେ ସଂଖ୍ୟକ ତଥ୍ୟ କିପରି ହ୍ୟାକ୍ କରାଗଲା ସେ ସମ୍ପର୍କରେ ସୂଚନା ମିଳିନାହିଁ । ବିଶେଷ କରି ସ୍ମିସିଂ ଓ ଭିସିଂ ଜରିଆରେ ସାଇବର ଅପରାଧ ଘଟାଯାଉଥିବା ବେଳେ, ଏହି ବୃହତ ଲିକ୍ କାହା ଜରିଆରେ ହୋଇଛି ତାହାର ସୂଚନା ମିଳିନାହିଁ । ପ୍ରଥମେ ହ୍ବାଟସଆପ୍ ୟୁଜରଙ୍କ ନିକଟକୁ ଏକ ଟେକ୍ସଟ ମେସେଜ ପଠାଇବା ପରେ ଏକ ଲିଙ୍କ୍ ଉପରେ କ୍ଳିକ କରିବା ଲାଗି ସାଇବର ଅପରାଧୀ କହିଥାନ୍ତି । ପରେ କ୍ରେଡିଟ କାର୍ଡ ବା ଅନ୍ୟାନ୍ୟ ତଥ୍ୟ ମଗାଯିବା ପରେ ଆକାଉଣ୍ଟ ହ୍ୟାକ କରାଯାଇଥାଏ । ଗତବର୍ଷ ମଧ୍ୟ ପ୍ରାୟ 50 କୋଟି ଫେସବୁକ ୟୁଜରଙ୍କ ତଥ୍ୟ ହ୍ୟାକ ହୋଇଥିଲା । ସେଥିରେ ଥିଲା ଭାରତୀୟ ୟୁଜରଙ୍କ ପ୍ରାୟ 60 ଲକ୍ଷ ରେକର୍ଡ ।

ଶୀତରେ ଥରୁଛି ସାରା ଓଡ଼ିଶା, ଶିମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ ହ୍ରାସ ଓ ମେଘମୁକ୍ତ ଆକାଶ ଫଳରେ ବହୁଛି ଥଣ୍ଡା ପବନ । ପ୍ରଭାବରେ ଶୀତରେ ଥରୁଛି ସାରା ଓଡ଼ିଶା । ଗତ ୨୪ଘଣ୍ଟାରେ କୋରାପୁଟର ଶିମିଳିଗୁଡ଼ାରେ ସର୍ବନିମ୍ନ ୭.୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ୧୦ଡିଗ୍ରୀ ତଳେ ରହିଛି ଫୁଲବାଣୀର ପାରା ।

ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଉଛି । ଦୃଶ୍ୟମାନ ଦୂରତା କମିବା ସହ ପ୍ରଭାବିତ ହେଉଛି ଯାତାୟତ । ଅନୁଗୁଳ, ଫୁଲବାଣୀ ଓ ଭବାନୀପାଟଣାକୁ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି । ଯାତାୟତ ସମୟରେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଆସନ୍ତା ୫ଦିନ ଯାଏଁ ସମାନ ପାଗ ଜାରି ରହିବ । ସ୍ବାଭାବିକ ଠାରୁ ୩ରୁ ୫ଡିଗ୍ରୀ ଯାଏ କମିବ ପାରଦ ।

ପିଟି ଉଷା ହେଲେ ଅଲମ୍ଫିକ ସଂଘର ପ୍ରଥମ ମହିଳା ସଭାପତି

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ମହିଳା ସଭାପତି ହେଲେ ପିଟି ଉଷା । ଡିସେମ୍ବର ୧୦ରେ ଏନେଇ ନିର୍ବାଚନ ହେବାକୁ ଥିଲା। କିନ୍ତୁ ପିଟି ଉଷାଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ଦାଖଲ ନକରିବାରୁ ଉଷାଙ୍କୁ ସଭାପତି ଘୋଷଣଶ କରାଯାଇଛି । ପିଟି ହେବେ ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ମହିଳା ସଭାପତି । ୫୮ ବର୍ଷୀୟ ଆଥଲେଟ ଅନେକ ଏସିୟ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

୧୯୮୪ ମସିହା ଅଲିମ୍ପିକ୍ସରେ ପିଟି ଉଷା ୪୦୦ ମିଟର ଦୌଡରେ ସଫଳତାରୁ ମାତ୍ର ଅଳ୍ପକେ ବର୍ତ୍ତିଥିଲେ । ଫଳରେ ସେ କାଂସ୍ୟ ପଦକରୁ ବଞ୍ଚିତ ଥିଲେ । ଭାରତୀୟ ଅଲମ୍ପିକ ସଂଘର  ଅନ୍ୟ ୧୪ ଜଣ ବ୍ୟକ୍ତି ମଧ୍ୟ ଭିନ୍ନ ଭିନ୍ନ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଆଇଓଏରେ ଜଣେ ଅଧ୍ୟକ୍ଷ, ଜଣେ ବରିଷ୍ଠ ଉପାଧ୍ୟକ୍ଷ, ଦୁଇଜଣ ଉପାଧ୍ୟକ୍ଷ, ଜଣେ କୋଷାଧକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି ।

ଜିନପିଙ୍ଗ୍‌ ସରକାର ବିରୋଧରେ ବଢୁଛି ଅସନ୍ତୋଷ, ଲକଡାଉନ୍‌ ନେଇ ବିକ୍ଷୋଭ

ବେଜିଂ: ଚୀନରେ ଏକଛତ୍ରବାଦ ସରକାର ବିରୋଧରେ ନାରାବାଜି । ହାତଗଣତି କରୋନା ସଂକ୍ରମିତ ଚିହ୍ନଟ ହେଲେ ବି ଲକଡାଉନ କରୁଛନ୍ତି ସରକାର । ଏହାକୁ ନେଇ ସାରା ଦେଶରେ ଜୋରଦାର ବିରୋଧ । କୋଭିଡ କଟକଣା ଲୋକଙ୍କ ଜୀବନ ଜୀବୀକା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ସରକାର କିନ୍ତୁ ଏହାକୁ ଅଣଦେଖା କରୁଛନ୍ତି । ସରକାର ଲୋକଙ୍କ ସ୍ଥିତି ଉପରେ ସମ୍ପୂର୍ଣ୍ଣ ଅଜଣା । ଏ ନେଇ ସରକାରଙ୍କ ବିରୋଧରେ ତେଜୁଛି ଜନ ଅସନ୍ତୋଷ ।

ଦେଶର ଅଧିକାଂଶ ସହରରେ ଉଗ୍ର ଆନ୍ଦୋଳନ ଜାରି ରହିଛି । ଚୀନ ସରକାରଙ୍କ ଜିରୋ କୋଭିଡ ପଲିସିକୁ ନେଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଲଗାତାର ସଂକ୍ରମଣ ବଢୁଥିବା ବେଳେ ଲକଡାଉନ କଟକଣାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି । ଆଣ୍ଟି ହ୍ୟୁମାନ କୋଭିଡ ପଲିସିକୁ ବିରୋଧ କରି ନାରାବାଜି କରିବା ସହ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଇସ୍ତଫା ପାଇଁ ବିକ୍ଷୋଭକାରୀ ଦାବି କରିଛନ୍ତି ।

ଜିନସାଙ୍ଗ ପ୍ରାନ୍ତରେ ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯିବା ପରେ ବିକ୍ଷୋଭ ଆହୁରି ଉଗ୍ର ରୂପ ନେଇଛି । ଲକଡାଉନ ଯୋଗୁ ଅଗ୍ନିକାଣ୍ଡ ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନ ପାରିବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଜିନପିଙ୍ଗଙ୍କ ଇସ୍ତଫା ଦାବି ଜୋର ଧରିଛି ।