ଆତଙ୍କବାଦୀ କାର୍ଯ୍ୟକଳାପ ମାମଲାରେ ଅବଦୁର ରେହମାନ ଦୋଷୀ ସାବ୍ୟସ୍ଥ

କଟକ: କଟକ ଜଗତପୁର ଅଞ୍ଚଳର ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ । ଦିଲ୍ଲୀ ପଟିଆଲା ହାଉସକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅବଦୁର ରେହମାନକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । ୧୪ତାରିଖରେ ଅବଦୁଲ ରେହମାନର ଦଣ୍ଡ ଘୋଷଣା କରାଯିବ । ଅବଦୁଲ ରେହମାନ ଜଗତପୁର ଅଞ୍ଚଳରୁ ଗିରଫ ହୋଇଥିଲେ । ୨୦୧୫ ଡିସେମ୍ବର ୧୬ରେ ଗିରଫ ହୋଇଥିଲା ଅବଦୁର । ଅଲକଏଦା ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ରହି ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିଲା ରେହମାନ ।