ସମ୍ୱଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା: ଜାମିନ ପରେ ଜେଲରୁ ମୁକୁଳିଲେ ଆଇନଜୀବୀ

1 min read

ଭୁବନେଶ୍ୱର: ଜାମିନ ପରେ ଜେଲରୁ ମୁକୁଳିଲେ ଆଇନଜୀବୀ । ଡ଼ିସେମ୍ବର ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ଜଜ୍ କୋର୍ଟ ଭଙ୍ଗାରୁଜା ଘଟଣାରେ ଗିରଫ ହୋଇଥିଲେ ୨୯ ଆଇନଜୀବୀ । ଗତକାଲି ଓଡିଶା ହାଇକୋର୍ଟ ସମସ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଆଜି ସମ୍ବଲପୁର SDJM କୋର୍ଟରେ ଜାମିନ ସଂପର୍କୀତ ଆବଶ୍ୟକୀୟ କାଗଜପତ୍ର ଦାଖଲ ପରେ ସେମାନେ ଜେଲରୁ ମୁକୁଳିଛନ୍ତି ।

ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ବର ମିଶ୍ର, କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କ ସହିତ ୨୯ ଆଇନଜୀବୀ ଗତ ଡ଼ିସେମ୍ବର ୧୨ ତାରିଖରୁ ସମ୍ବଲପୁର କେନ୍ଦ୍ରୀୟ କାରାଗାରରେ ଥିଲେ । ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ ସମ୍ବଲପୁର ଜିଲ୍ଲା ଜଜ୍ କୋର୍ଟ ଭଙ୍ଗାରୁଜା ଘଟଣାରେ ୨୯ ଜଣ ଓକିଲ, ଓକିଲ ସଂଘ କାର୍ଯ୍ୟାଳୟର ଜଣେ ପିଅନ ଓ ୮ଜଣ କିନ୍ନରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍ ।