ଆସିଲା ବିଚିତ୍ରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ହୃଦଘାତରୁ ମୃତ୍ୟୁ

1 min read

ଭୁବନେଶ୍ବର: ସୁଧ ବେପାର ପାଇଁ ବିଚିତ୍ର ପଲେଇଙ୍କ ହତ୍ୟା ମାମଲାରେ ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ହୃଦଘାତରେ ହୋଇଛି ବିଚିତ୍ରଙ୍କ ମୃତ୍ୟୁ । ଶରୀରରେ ନାହିଁ କୌଣସି କ୍ଷତ ଚିହ୍ନ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ରିପୋର୍ଟରୁ ସ୍ପଷ୍ଟ । ଭିସେରା ରିପୋର୍ଟରୁ ସ୍ପଷ୍ଟ ହେବ ନିଶା କିମ୍ବା ବିଷକ୍ରୀୟା କାରଣ କି ନୁହେଁ ।

ଥାନା ପରିସରରେ ହୃଦଘାତରେ ବିଚିତ୍ରଙ୍କ ମୃତ୍ୟୁ ହୋଇଥିବାରୁ NHRC ଗାଇଡଲାଇନ ଅନୁସାରେ ଚାଲିଛି ତଦନ୍ତ । ହତ୍ୟା ଓ ଅପହରଣ ଦଫାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ବିଚିତ୍ରଙ୍କ ଘର ଗାଡ଼କଣରେ । ସେ ଜଣେ ମିଠା ବ୍ୟବସାୟୀ । ନାଲକୋ ଛକରେ ଗାଙ୍ଗୁରାମ ଦୋକାନ ଦେଇଥିଲେ ବିଚିତ୍ର । ଧାର ଟଙ୍କା ଫେରାଉ ନଥିବାରୁ ଗୁରୁବାର ରାତିରେ ଦୁଇ ଜଣ ତାଙ୍କୁ ଅପହରଣ କରି କାରରେ ନେଇଥିଲେ । ବାଣୀବିହାର ନିକଟରେ କାର୍‌ରୁ ଖସି ପଡ଼ିଥିଲେ ବିଚିତ୍ର । ବାଇକ ଯୋଗେ ସହିଦନଗର ଥାନାକୁ ଯାଇଥିଲେ ବିଚିତ୍ର । ହଠାତ୍ ସେଠାରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସିସିଟିଭିରେ କଏଦ ହୋଇଥିଲା । ମୃତ୍ୟୁ ପୂର୍ବରୁ ବିଚିତ୍ରଙ୍କୁ ପ୍ରବଳ ନିର୍ଯାତନା ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।