spot_img
Home Blog Page 3632

ପୋଷା ବିଲେଇ କାମୁଡାରେ ମାଲିକ ମୃତ

ନୂଆଦିଲ୍ଲୀ: ପୋଷା ବିଲେଇ କାମୁଡାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ବିଲେଇଟି ହାତର ଆଙ୍ଗୁଠିକୁ କାମୁଡି ଦେଇଥିଲା। ଯାହା ଫଳରେ ତାଙ୍କ ହାତରେ ଇନଫେକସନ୍ ହୋଇଯାଇଥିଲା ।

ସୂଚନା ଅନୁଯାୟୀ, ଏହି ଘଟଣାଟି ଡେନମାର୍କର । ୨୦୧୮ ମସିହାରେ ହେନରିକ କ୍ରେଗବାଉମ  ପ୍ଲେଟନର ଗୋଟିଏ ମା’ ଓ ଛୁଆ ବିଲେଇକୁ ଘରକୁ ଆଣିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଛୁଆ ବିଲେଇ ହେନରିକଙ୍କ ଆଙ୍ଗୁଠିକୁ କାମୁଡି ଦେଇଥିଲେ। କିଛି ସମୟ ପରେ ଆଙ୍ଗୁଠି ଫୁଲି ଯାଇଥିଲା । ପରେ ଡାକ୍ତରଙ୍କ ପରାମର୍ଶ ନେଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଯେଉଁଠି ତାଙ୍କର ୧୫ଟି ଅପରେସନ୍ ହୋଇଥିଲା ।

ତେବେ ଅପରେସନର ୪ ମାସ ପରେ ମଧ୍ୟ ହେନରିକଙ୍କ ଆଙ୍ଗୁଠି ଠିକ୍ ଭାବେ କାମ କରିନଥିଲା । ଫଳରେ ଡାକ୍ତର ଆଙ୍ଗୁଠିକୁ ସମ୍ପୂର୍ଣ୍ଣ କାଟି ଦେବାକୁ କହିଥିଲେ । ତେବେ ଆଙ୍ଗୁଠିକୁ କାଟି ହଟାଇବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା ।

ଏନେଇ ତାଙ୍କ ମା’ କୁହନ୍ତି, ପୁଅର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନଥିଲା । ଏପରିକି ଇମ୍ୟୁନ୍ ସିଷ୍ଟମ ଦୁର୍ବଳ ହେବାରେ ଲାଗିଥିଲା । ପରେପରେ ତାକୁ ନିମୋନିଆ, ଗାଉଟ୍ ଓ ଡାଏବେଟିସ୍ ଭଳି ରୋଗ ହୋଇଥିଲା । ବିଲେଇଟି ଠିକ୍ ଶୀରକୁ କାମୁଡି ଦେଇଥିଲା । ଫଳରେ ଶରୀରରେ ବ୍ୟାକ୍ଟେରିଆ ବ୍ୟାପିବାରେ ଲାଗିଥିଲା । ଫଳରେ ଏହି ଘଟଣାର ୪ ବର୍ଷ ପରେ ହେନରିକଙ୍କ ମୃତ୍ୟୁ ଘଟିଥିଲା ।

ତେବେ ବିଲେଇ କାମୁଡିଲେ ଏହାକୁ ହାଲୁକା ଭାବେ ନନେଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି କହିଛନ୍ତି ହେନରିକଙ୍କ ପରିବାର । କାରଣ ବିଲେଇ କାମୁଡିବା ଦ୍ୱାରା Pasteurella multocida ନାମକ ଏକ ବ୍ୟାକ୍ଟେରିଆରୁ ଟିସୁଇନଫେକସନ୍ ହୋଇଥାଏ । ଫଳରେ ଜୀବନ ଯିବାର ଆଶଙ୍କା ରହିଥାଏ ।

ବିହାର ମଦ ଟ୍ରାଜେଡି; ମୃତ୍ୟୁ ସଂଖ୍ୟା ୩୮ ଛୁଇଁଲା

ପାଟଣା: ବିହାର ମଦ ଟ୍ରାଜେଡି। ବଢୁଛି ମୃତ୍ୟୁ ସଂଖ୍ୟା । ବିଷାକ୍ତ ମଦ ପିଇ ଏବେସୁଦ୍ଧା ୩୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଡ୍ରାଏ ଷ୍ଟେଟରେ ମଦ ମୃତ୍ୟୁକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଆଜି ବିଧାନସଭାରେ ବି ସରକାରଙ୍କୁ ବିରୋଧୀ ଟାର୍ଗେଟ କରିବା ସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି।

ସେପଟେ ରାଜ୍ୟରେ ମଦ ବ୍ୟାନ ସଫଳ ହୋଇଛି । ବିଷାକ୍ତ ମଦ ପିଇ ମୃତ୍ୟୁ ଘଟଣା ପ୍ରାୟ ରାଜ୍ୟରୁ ଆସୁଥିବା ବେଳେ ନକଲି ମଦ ପିଇଲେ ଲୋକେ ମରିବା ନିଶ୍ଚିତ ବୋଲି ନୀତୀଶ କହିଛନ୍ତି। ରାଜ୍ୟରେ ମଦ ବ୍ୟାନ ପାଇଁ ସବୁ ଦଳ ଏକାଠି ନିଷ୍ପତ୍ତି ଦେଇଥିଲେ। ରାଜ୍ୟବାସୀ ଏହାର ସୁଫଳ ପାଇଛନ୍ତି । ମାତ୍ର କେତେଜଣ ଅମାନିଆ ଏହାକୁ ନମାନି ବିଷାକ୍ତ ମଦ ପିଉଛନ୍ତି।

ତେବେ ଚୋରାରେ ବିଷାକ୍ତ ମଦ ବିକ୍ରି କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୀତୀଶ କହିଛନ୍ତି । ଅନ୍ୟପଟେ ବିଜେପି ସମର୍ଥକ ମଦ ମାଫିଆଙ୍କ ସହ ମିଶି ୟୁପିରୁ ଚୋରାରେ ମଦ ଆଣୁଛନ୍ତି । ସରକାରଙ୍କୁ ବଦନାମ କରିବାକୁ ଜାଣିଶୁଣି ଏପରି କରାଯାଉଛି ବୋଲି ଆରଜେଡି ବିଧାୟକଙ୍କ ଅଭିଯୋଗ କରିଛନ୍ତି ।

ରାଜ୍ୟରେ ୧୯ରୁ ଆରମ୍ଭ ହେବ ମିଶନ୍ ଶକ୍ତି ଋଣ ମେଳା

ଭୁବନେଶ୍ୱର: ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ରାଜ୍ୟରେ ଗଢ଼ି ଉଠିଛି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ। ଏହି ଗୋଷ୍ଠୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଆଉ ସେମାନେ ଋଣ ନେଇ ବିଭିନ୍ନ ଯୋଜନାରେ ଅର୍ଥ ବିନିଯୋଗ କରି ଲାଭବାନ ହେବା ସଙ୍ଗେ ସଙ୍ଗେ ଆତ୍ମ ନିର୍ଭରଶୀଳ ହୋଇ ଦେଶ ଗଠନରେ ସାମିଲ ହୋଇପାରିବେ।

ଏହି ଲକ୍ଷ୍ୟ ନେଇ ଜିଲ୍ଲାରେ ଚଳିତ ମାସ ୧୯ ତାରିଖ ଠାରୁ ଆସନ୍ତା ଡିସେମ୍ବର ମାସ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ୍ ରେ ଅନୁଷ୍ଠିତ ହେଉଛି ମିଶନ୍ ଶକ୍ତି ଋଣ ମେଳା । ଏହି ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଳକ ଋଣମେଳା ଅନୁଷ୍ଠିତ ହୋଇଛି । ଆଉ ଉକ୍ତ ମେଳାରେ ପାଖାପାଖି ୬ ହଜାରରୁ ଉର୍ଦ୍ଧ ମହିଳା ଯୋଗ ଦେଇଛନ୍ତି।

ଉଚ୍ଚଶିକ୍ଷା ବିଭାଗ ଆଣିବ ଷ୍ଟୁଡେଣ୍ଟସ ସ୍ପୋର୍ଟସ ପଲିସି

ଭୁବନେଶ୍ୱର: ଖୁବ ଶୀଘ୍ର ଉଚ୍ଚଶିକ୍ଷା ବିଭାଗ ଆଣିବ ଷ୍ଟୁଡେଣ୍ଟସ ସ୍ପୋର୍ଟସ ପଲିସି । ଉଚ୍ଚଶିକ୍ଷା ପରିଷଦ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଭାଗ ଓ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ମଧ୍ୟରେ ଏନେଇ ଆଲୋଚନା ଚାଲିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏହି ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେପରି କ୍ରୀଡା କ୍ଷେତ୍ରରେ ବିଶ୍ୱରେ ଓଡିଶାକୁ ସ୍ୱତନ୍ତ୍ର ସ୍ଥାନ ଦେଲେଣି, ଏହାକୁ ନେଇ କ୍ରୀଡ଼ାବିତଙ୍କୁ ଅଧିକ ଉତ୍ସାହିତ କରି ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ପ୍ରସ୍ତୁତ କରିବାକୁ ପଡ଼ିବ । କଲେଜ ଓ ବିଶ୍ୱବିଦ୍ୟାଳୟ ହେଉଛି କ୍ରୀଡ଼ାବିତଙ୍କ ପାଇଁ ଅନ୍ତୁଡ଼ିଶାଳ । ଯେଉଁ ଛାତ୍ରଛାତ୍ରୀ ଭଲ ଖେଳୁଛନ୍ତି, ସେମାନଙ୍କ ନାମଲେଖା ପରି ସୁବିଧା କରାଯିବ। ଖେଳ ସମୟରେ ଯେପରି କ୍ଲାସ ଉପସ୍ଥାନ ସମସ୍ୟା ନ ରହିବ, ସେହି ଉଦେଶ୍ୟରେ ଏହି ପଲିସି ହେବ । ସେମାନେ କ୍ରୀଡାର ହାଇ ପରଫର୍ମାନ୍ସ ସେଣ୍ଟରରେ ଟ୍ରେନିଂ ପାଇଁ ପାରିବେ ।

ସେଥିପାଇଁ ଯେଉଁ ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଅଛି, ସେମାନଙ୍କ ପରି ଆମ sports ପଲିସିରେ ସାମିଲ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି । ଏହା କୋର୍ସ ଆକାରରେ ରହିବ ନାହିଁ । ଭଲ ଖେଳୁଥିବା ଛାତ୍ରଛାତ୍ରୀ ଯେପରି ଅଧିକ ସମୟ ଖେଳକୁ ଦେଇ ପାରିବେ, ସେ ଦିଗରେ ନୀତି ହେବା ଦରକାର ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ପ୍ରକାଶ କରିଛନ୍ତି।

ତାଓ୍ବଙ୍ଗରେ ସଂଘର୍ଷ ପରେ ସ୍ଲିପିଂବ୍ୟାଗ ଓ ଯନ୍ତ୍ରପାତି ଛାଡ଼ି ପଳାଇଛି ଚୀନ୍ ସେନା

ତାଓ୍ବଙ୍ଗ: ଅରୁଣାଚଳ ପ୍ରଦେଶର ତାଓ୍ବଙ୍ଗରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟଣା। ଘଟଣାସ୍ଥଳ ଛାଡି ପଳାୟନ କରିଥିବା ଚୀନ ସୈନ୍ୟ ଛାଡିଯାଇଛନ୍ତି କେତେକ ସ୍ଲିପିଂବ୍ୟାଗ, ଯନ୍ତ୍ରପାତି ଓ ଅନ୍ୟାନ୍ୟ ସାମଗ୍ରୀ। ଏଲଏସିର ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାବେଳେ ଚୀନ ସୈନ୍ୟ ନାନା ପ୍ରକାର ଶୀତପୋଷାକ ଆଣି ସେଠାରେ ଥିଲେ ବୋଲି ସୂଚନା ମିଳିଛି।

ପ୍ରାୟ ୧୭ ହଜାର ଫୁଟ ଉଚ୍ଚରେ ଚୀନର ପ୍ରାୟ ୩୦୦ ସୈନ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ୨୦୧୭ରେ ଭାରତ-ଭୁଟାନ ଓ ଡୋକଲାମଠାରେ ହୋଇଥିବା ବିବାଦ ପୁଣି ମୁଣ୍ଡ ଟେକିଛି। ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ ଭୁଟାନର ଅଧିନରେ ଆସୁଥିବା ଡୋକଲାମ ଅଞ୍ଚଳକୁ ଚୀନ ନିଜ କବଜାକୁ ନେଇଯାଇଛି। ସେଠାରେ ପୋଲ, ସ୍ଥାୟୀ ଜନବସତି ସ୍ଥାପନ କରିଛି । ଏହି ସ୍ଥାନ ଟ୍ରାଇ-ଜଙ୍କସନଠାରୁ ମାତ୍ର ୯ କିଲୋମିଟର ଦୂରରେ ଅବସ୍ଥିତ ।

ସେଠାରେ ଚୀନ ବସାଇଥିବା ଗାଁର ନାଁ ରଖାଯାଇଛି ପାଙ୍ଗଡା। ଏହି ଗାଁକୁ ୨୦୨୦ରେ ତିଆରି କରାଯାଇଥିଲା। ୨୦୨୧ରେ ଏହାର ସଂପ୍ରସାରଣ କରାଯାଇଥିଲା। ଏହି ଅଞ୍ଚଳ ଭୁଟାନର ହୋଇଥିଲେ ବି ସାମରିକ ଦୃଷ୍ଟିକୋଣରୁ ଭାରତ ପାଇଁ ବେଶ ଚିନ୍ତାର କାରଣ ହୋଇଛି। କାରଣ ଚୀନ ସେଠାରେ କେବଳ ଜନବସତି ନୁହେଁ, ସେନାର ବ୍ୟବହାର ପାଇଁ ଟନେଲ, ଭାରିଯାନ ଯାଇପାରୁଥିବା ସଡ଼କ ଓ ହେଲିପ୍ୟାଡ ନିର୍ମାଣ କରିଛି। ପୁଣି ନିଜର ସୁରକ୍ଷା ପାଇଁ ଭୁଟାନ ଭାରତ ଉପରେ ନିର୍ଭରଶୀଳ ହୋଇଥିବାବେଳେ ଚୀନର ଏହି କାର୍ଯ୍ୟ ଭୁଟାନକୁ ଭୟଭୀତ କରିଛି।

ଚୀନ ବର୍ଡରରେ ଗର୍ଜିବ ସୁଖୋଇ, ରାଫେଲ ଫାଇଟର ଜେଟ୍

ନୂଆଦିଲ୍ଲୀ: ସୀମାରେ ଉତ୍ତେଜନା ସ୍ଥିତି ଭିତରେ ଆଜିଠୁ ଶକ୍ତି ପ୍ରଦର୍ଶନ କରିବ ବାୟୁସେନା । ଚୀନ ବର୍ଡରରେ ଗର୍ଜିବ ସୁଖୋଇ, ରାଫେଲ ଫାଇଟର ଜେଟ । ଭାରତ-ଚୀନ ସୀମାରେ ଦୁଇ ଦିନିଆ ଯୁଦ୍ଧାଭ୍ୟାସ କରିବ ଏୟାରଫୋର୍ସ । ଏଥିରେ ବାୟୁସେନାର ପ୍ରାୟ ସମସ୍ତ ଯୁଦ୍ଧ ବିମାନ ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରିବେ ।

ସମସ୍ତ ଫ୍ରଣ୍ଟଲାଇନ ଏୟାରବେସ୍ ଓ ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡସ ଏଥିରେ ସାମିଲ ହେବେ। ବାୟୁସେନାର ଶକ୍ତି ଓ ଯୁଦ୍ଧ ପ୍ରସ୍ତୁତି ପାଇଁ ଏହି ସମରାଭ୍ୟାସ କରାଯିବ। ୨୦୨୦ରେ ଗଲଓ୍ବାନରେ ଭାରତ-ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବା ପରଠାରୁ LAC ନିକଟରେ ସେନାର ହାଇଲେବୁଲ ଅପରେସନ ଜାରି ରହିଛି । ତେବେ ଗତ ସପ୍ତାହରେ ବି ଚୀନର ଗତିବିଧି ଉପରେ ନଜର ରଖିବାକୁ ସୀମାରେ ଯୁଦ୍ଧ ବିମାନ ଉଡାଇଥିଲା ବାୟୁସେନା ।

ସୁରଟରେ ଓଡ଼ିଆ ଝିଅକୁ ବିଭତ୍ସ ହତ୍ୟା; ବିବାହ ପାଇଁ ଜିଦ୍ ଧରିବାରୁ ମାରିଦେଲା ପ୍ରେମିକ

ସୁରଟ: ସୁରଟରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା। ସୁରଟ ଅଞ୍ଜନୀ ଶିଳ୍ପାଞ୍ଚଳରେ ବର୍ବର କାଣ୍ଡ । ୪୯ ଥର ଛୁରୀ ଭୁସି ପ୍ରେମିକାକୁ ହତ୍ୟା କରିଛି ଜହ୍ଲାଦ ପ୍ରେମିକ । ବିବାହ ପାଇଁ ବାଧ୍ୟ କରିବାକୁ ପ୍ରେମିକାକୁ ଛୁରି ଭୁସି ହତ୍ୟା କରିଛି ବୟଫ୍ରେଣ୍ଡ । ରାକ୍ଷସ ପ୍ରେମିକ ହେଉଛି ଜଗନ୍ନାଥ ଗଉଡ଼ ।

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ରହୁଥିବା ଲୁନି ଦାସଙ୍କ ସହ ଜଗନ୍ନାଥର ତିନି ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ବିବାହ ପାଇଁ କହିବାରୁ ଲୁନିଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା ଜଗନ୍ନାଥ । ପରେ ଦୁହେଁ ଭବନେଶ୍ବରରୁ ପୁରୀ-ଅହମ୍ମଦାବାଦ ଟ୍ରେନରେ ସୁରଟ ଚାଲିଯାଇଥିଲ । ଷ୍ଟେସନରୁ ଓହ୍ଲାଇବା ପରେ ଲୁନିକୁ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଜଗନ୍ନାଥ ।

ସୁରଟ ଅଞ୍ଜଳି ଶିଳ୍ପାଞ୍ଚଳରେ ଥିବା ଏକ ପୋଖରୀରୁ ଲୁନିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ୫ଶହ ସିସିଟିଭି ଓ କଲ୍ ରେକର୍ଡ ଯାଞ୍ଚ ପରେ ରାକ୍ଷସ ବୟଫ୍ରେଣ୍ଡ ଜଗନ୍ନାଥକୁ ସୁରଟ କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଛି । ଜଗନ୍ନାଥ ଡ୍ରଗ୍ସ ସେବନ କରେ । ପ୍ରାଥମିକ ତଦନ୍ତରୁ ଜଗନ୍ନାଥ ହିଁ ହତ୍ୟାକାରୀ ବୋଲି ପୋଲିସ ପକ୍ଷରୁ ସୂଚନା। ଖୁବଶୀଘ୍ର ଏ ନେଇ ଚାର୍ଜସିଟ ଦାଖଲ କରାଯିବ ବୋଲି ସୁରଟ ଜଏଣ୍ଟ ପୋଲିସ କମିସନର ସରଦ ସିଙ୍ଘଲ ପ୍ରକାଶ କରିଛନ୍ତି ।

ଟାଙ୍ଗୀ ରେଞ୍ଜରେ ଉତ୍ପାତ କରୁଛନ୍ତି ୧୭ଟିକିଆ ହାତୀ ପଲ

ଖୋର୍ଦ୍ଧା: ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜରେ ଉତ୍ପାତ କରୁଛନ୍ତି ୧୭ଟିକିଆ ହାତୀ ପଲ । ହାତୀ ପଲରେ ୭ ଛୁଆ ହାତୀଓ ୫ଟି ଦନ୍ତା ଓ ୫ ମାଇ ହାତୀ ଥିବା ସୂଚନା । ରାତି ହେଲେ ଖାଦ୍ୟ ଲୋଭରେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ । ଘରଦ୍ବାର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ହାତୀପଲଙ୍କୁ ଦେଖି ଆତଙ୍କିତ ସ୍ଥାନୀୟ ଲୋକ ।

ବନବିଭାଗ ଆବଶ୍ୟକ ପଦକ୍ଷେପ ନେଉନଥିବାରୁ ଉତ୍ତ୍ୟକ୍ତ ଗ୍ରାମଵାସୀ ୩ଜଣ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ବନବିଭାଗ କର୍ମଚାରୀ ଟାଙ୍ଗୀ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ତେଣୁ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ବିଶେଷ ଦ୍ରୁଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୋଲିସ ବାବୁଙ୍କ ଘରେ ରେଡ୍, ମିଳୁଛି କୋଟି କୋଟି ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ତମଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଛାପା । ଭୁବନେଶ୍ୱରର ୩ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ।

ସୂଚନା ଅନୁଯାୟୀ, ପାଇକନଗରର ୪ ତାଲା ବିଲ୍ଡିଂ, ନୟାଗଡ଼ ନଛିପୂରର ଗୋଟେ ମହଲା ଘର ସମେତ ତମଣ୍ଡୋ ଥାନାର ଏସଓ ଅଫିସରେ ଏକକାଳୀନ ରେଡ କରୁଛି ଭିଜିଲାନ୍ସ । ଏହି ରେଡ୍‌ରେ ସାମିଲ ଅଛନ୍ତି ୩ଜଣ ଡ଼ିଏସପି, ୧୧ଜଣ ଇନ୍ସପେକ୍ଟର ଓ ୬ଜଣ ଏସଆଇ।

ତମାଣ୍ଡୋ ଥାନା ଏସଆଇଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି। ଭୁବନେଶ୍ବରରେ ଆଉ ଦୁଇଟି ଜମି, ୮୬ ଲକ୍ଷର ବ୍ୟାଙ୍କ ଡିପୋଜିଟ୍ ଠାବ କରିଛି ଭିଜିଲାନ୍ସ । ଘରୁ ମିଳିଛି ୨ଟି ମାରଣାନ୍ସ । ଖଣ୍ଡା ସହ ଚାପଡ଼ ଜବତ ହୋଇଛି । ଅଭିମନ୍ୟୁ ଚୌଧୁରୀ ଓ ତାଙ୍କ ସମ୍ପର୍କୀୟଙ୍କ ୧୪ଟି ବ୍ୟାଙ୍କ ଆକାଉଣ୍ଟରୁ ୮୬ଲକ୍ଷ ୮୩ହଜାର ୧୬୨ଟଙ୍କା ଠାବ କରିଛି ଭିଜିଲାନ୍ସ ଟିମ।  ପାଇକନଗର ଘରୁ ୧.୫ ଲକ୍ଷ ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଠାବ ହୋଇଛି। ଭୁବନେଶ୍ୱର ପାଇକ ନଗର ଓ ୩ଟି ପ୍ଲଟ ସମେତ ନୟାଗଡ଼ ପ୍ଲଟର ଲ୍ୟାଣ୍ଡ ଭ୍ୟାଲୁ ୧ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ଟିମ ।

ଘରେ ପସି ମହିଳାଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

ଦେବଗଡ଼: ଘରେ ପସି ମହିଳାଙ୍କୁ ଗୁଳିମାଡ଼। ଗୁରୁତର ମହିଳା ବୁର୍ଲା ସ୍ଥାନାନ୍ତର। ଘଟଣା ଘଟିଛି ଦେବଗଡ଼ ବାରକୋଟ ଥାନା କାଦୋଗୁଡା ଗାଁର ଘଟଣା। ଗାଁର ରାଜେଶ ମହନ୍ତଙ୍କ ସ୍ତ୍ରୀ ରୁକ୍ମିଣୀ ଗତକାଲି ସନ୍ଧ୍ୟାରେ ଘରେ ରୋଷେଇ କରୁଥିବା ବେଳେ କେହି ଜଣେ ବ୍ୟକ୍ତି ଆସି ରୁକ୍ମଣୀଙ୍କ ଉପରକୁ ଏକ ଦେଶୀ ବନ୍ଧୁକ ଫୁଟାଇ ଥିଲେ।

ରୁକ୍ମିଣୀଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ରୁକ୍ମିଣୀଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାରକୋଟ ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ତାନାନ୍ତର କରିଥିଲେ । ସୂଚନା ପାଇ ବାରକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ତେବେ ପୀଡିତ କିମ୍ବା ପରିବାର ପକ୍ଷରୁ କୌଣସି ତଥ୍ୟ ମିଳିପାରିନାହିଁ । ଅନ୍ୟପକ୍ଷରେ ଥାନାରେ ବର୍ତ୍ତମାନ ଯାଏଁ କୌଣସି ଅଭିଯୋଗ ହୋଇନଥିବାରୁ ମାମଲା ରୁଜୁ ହୋଇପାରିନଥିବା ସୂଚନା ।