ବିବାହ ନାଁରେ ନାବାଳିକା ଝିଅକୁ ସାବତ ବାପାର ବିକ୍ରି ଉଦ୍ୟମ

1 min read

ବଲାଙ୍ଗୀର: ବିବାହ ନାଁରେ ନାବାଳିକା ଝିଅକୁ ବିକ୍ରି ପାଇଁ ସାବତ ବାପାର ଉଦ୍ୟମ ଅଭିଯୋଗI ମଧ୍ୟସ୍ଥି ଜରିଆରେ ବିକ୍ରି ବେଳେ ଧରିଲା ପୋଲିସI ମହିଳା ମଧ୍ୟସ୍ଥି ଓ ସାବତ ବାପା ସମେତ 4 ଅଟକ I ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଘସିଏନ ଗାଁରୁ ଆସିଛି ଏହି ଅଭାବନୀୟ ଖବର I

ଘଟଣା ଅନୁଯାଇ ନବମ ଶ୍ରେଣୀରେ ପଢୁଥିବା ଝିଅକୁ  ବିକ୍ରି ପାଇଁ ୮୦ ହଜାର ଟଙ୍କାରେ ଡିଲ ହୋଇଥିଲା।ମହିଳା ମଧ୍ୟସ୍ଥିଙ୍କ ଜରିଆରେ ୫୦ ହଜାର ଟଙ୍କା ନେଇଥିଲେ ମା ଓ ସାବତ ବାପା I ଝିଅକୁ ରାଜସ୍ଥାନ ଚାଲାଣ ଉଦ୍ୟମ କରୁଥିଲା ସାବତ ବାପା  । ଝିଅକୁ ବଧୂବେଶରେ ସଜାଇ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ପହଞ୍ଚିଥିଲା I

କୌଣସି ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜି ରେଳବାଇ ପୋଲିସ ପହଞ୍ଚି ପଚରା ଉଚରା କରିବା ସହ ବଧୂ ବେଶରେ ସଜ୍ଜିତ ଝିଅଟି ନାବାଳିକା ହୋଇଥିବା ବେଳେ ତାଙ୍କୁ  ରାଜସ୍ଥାନ ଚାଲାଣ କରାଯାଉଥିବା ଜଣାପଡିଥିଲା I ପରେ କଣ୍ଟାବାଞ୍ଜି ରେଳବାଇ ପୋଲିସ ଉକ୍ତ ନାବାଳିକାକୁ ନିଜ ହେପାଜତରେ ରଖିଥିବା ବେଳେ ମହିଳା ମଧ୍ୟସ୍ଥି ଓ ସାବତ ବାପା ସମେତ ୪ ଜଣଙ୍କୁ ପାଟଣାଗଡ ଥାନାକୁ ଅଣାଯାଇଥିଲା I ପରେ ଅଟକ  ୪ ଜଣଙ୍କୁ ଲରମ୍ଭା ଥାନାକୁ ନିଆଯାଇଥିଲା I ଜିଲ୍ଲା ଶିଶୁ ସୁରକ୍ଷା କମିଟି ପକ୍ଷରୁ ମଧ୍ଯ ଘଟଣାର ତଦନ୍ତ ଆରମ୍ଭ ହୋଇଛି I