ଆମେରିକା ପାଟ୍ରୋଲିଂ ଏୟାରକ୍ରାଫ୍ଟକୁ ଘଉଡାଇଲା ଚୀନ

1 min read

ପାରାସେଲ: ଆମେରିକା-ଚୀନ ମୁହାଁମୁହିଁ । ଚୀନ ବାୟୁସୀମା ଭିତରେ ଆମେରିକାର ପାଟ୍ରୋଲିଂ ଏୟାରକ୍ରାଫ୍ଟ । ଘଉଡାଇ ଦେଲା ଚୀନର ଫାଇଟର ଜେଟ୍ ।

ସୂଚନା ଅନୁସାରେ, ଦକ୍ଷିଣ ଚୀନ ସାଗର ପାରାସେଲ ଦ୍ବୀପପୁଞ୍ଜରେ ଅନୁପ୍ରବେଶ କରିଥିଲା ଆମେରିକାର ପାଟ୍ରୋଲିଂ ଏୟାରକ୍ରାଫ୍ଟ । ଚୀନର ରାଡରକୁ ଏହାର ସୂଚନା ଆସିବା ମାତ୍ରେ ଆକ୍ଟିଭ ହୋଇଯାଇଥିଲା ଲାଲ ସେନାର ଫାଇଟର ଜେଟ୍ । କ୍ଷେପଣାସ୍ତ୍ରରେ ସଜ୍ଜିତ ଚୀନର J-11 ଫାଇଟର ଜେଟ୍ ଆକାଶରେ ଗର୍ଜନ କରିବା ସହ ଆମେରିକା ପାଟ୍ରୋଲିଂ ଏୟାରକ୍ରାଫ୍ଟକୁ ଘଉଡାଇ ଦେଇଥଇଲା ।

ଅଭିଯୋଗ ଅନୁସାରେ, ଦକ୍ଷିଣ ଚୀନ ସାଗରର ୨୧ ହଜାର ୫୦୦ ଫୁଟ ଉଚ୍ଚତାରେ ଆମେରିକା ନୌସେନାର ପି-୮ ପସିଡନ ଏୟାରକ୍ରାଫ୍ଟ ଉଡୁଥିଲା । ତାହାକୁ ଇଣ୍ଟରସେପ୍ଟ କରିବାକୁ ଚୀନ ଫାଇଟର ଜେଟ୍ ଆକ୍ସନକୁ ଆସି ଯାଇଥିଲେ ।

ଘଟଣା ପରେ ଆମେରିକାକୁ ଚୀନ ତରଫରୁ ପଡ଼ା ବାର୍ତ୍ତା ଦିଆଯାଇଛି । ଭବିଷ୍ୟତରେ ଏପରି କଲେ ପ୍ରତିଫଳ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଚୀନ ସତର୍କବାଣୀ ଶୁଣାଇ ଦେଇଛି ।

ସୂଚନାଯୋଗ୍ୟ, ପାରାସେଲ ଦ୍ବୀପପୁଞ୍ଜକୁ ନେଇ ଚୀନ, ଫିଲିପାଇନ୍ସ, ଭିଏତନାମ, ମାଲେସିଆ, ବ୍ରୁନେଇ ଓ ତାଇଓ୍ବାନ ମଧ୍ୟରେ ବିବାଦ ରହିଛି । ହେଲେ ଏହି ଦ୍ବୀପକୁ ନିଜର ବୋଲି ଦାବି କରିଆସୁଛନ୍ତି ଚୀନ ।