ପ୍ରଦୀପ ଜେନା ହେବେ ନୂଆ ମୁଖ୍ୟ ଶାସନ ସଚିବ

1 min read

ଭୁବନେଶ୍ୱର: ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ପ୍ରଦୀପ ଜେନା। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୯ ବ୍ୟାଚର IAS ହେଉଛନ୍ତି ପ୍ରଦୀପ କୁମାର ଜେନା । ବର୍ତ୍ତମାନର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ରେ ସରୁଥିବା ବେଳେ ଏହା ପୂର୍ବରୁ ନୂଆ ସିଏସଙ୍କ ନାମ ପ୍ରକାଶ ପାଇଛି ।

ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା । ୨୮ରେ ଅବସର ନେବେ CS ସୁରେଶ ଚନ୍ଦ୍ର ମହାପାତ୍ର । ଅବସର ପରେ ସୁରେଶଙ୍କ କାର୍ଯ୍ୟକାଳ ଦୁଇଥର ବଢିଥିଲା। ପ୍ରଦୀପ ଜେନା ଏବେ ସ୍ୱତନ୍ତ୍ର ରିଲିଫ୍ କମିଶନର ରହିଛନ୍ତି । ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ ।

ସେହିପରି ACS ଅନୁ ଗର୍ଗ ପରବର୍ତ୍ତୀ ଉନ୍ନୟନ କମିଶନର । ଜଳସମ୍ପଦ ବିଭାଗର ACS ଭାବେ ଅତିରିକ୍ତ ଦାୟିତ୍ୱ ବି ତୁଲାଇବେ ଅନୁ ଗର୍ଗ ।