spot_img
Home Blog Page 3627

ଶେଷ ହେବ ମରାମତି କାମ: ଖୋଲିବ ଲିଙ୍ଗରାଜ ମନ୍ଦିର ସିଂହଦ୍ବାର

ଭୁବେନଶ୍ବର: ଖୋଲିବ ଲିଙ୍ଗରାଜ ମନ୍ଦିରର ସିଂହଦ୍ବାର। ଖୁବଶୀଘ୍ର ଶେଷ ହେବ ମରାମତି କାର୍ଯ୍ୟ । ୨୫ ତାରିଖ ସୁଦ୍ଧା ସିଂହଦ୍ବାର ସମେତ ଅନ୍ୟାନ୍ୟ ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ପ୍ରତ୍ନତତ୍ୱ ବିଭାଗ ।

ଏନେଇ ସୂଚନା ଦେଇଛନ୍ତି ଏଏସଆଇ ଅଧିକାରୀ ମାନସ କୁମାର ସାହୁ। ସେହିପରି ଖୁବଶୀଘ୍ର ଖୋଲିବ ଲିଙ୍ଗରାଜ ମନ୍ଦିର ସମ୍ମୁଖ ଦେବୀପାଦହରା ପାର୍କ । ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ବନ୍ଦ ରହିଛି ଏହି ପାର୍କ । ପାର୍କ ସଫା ସହ ତୁରନ୍ତ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ। ମନ୍ଦିର ଭିତର ଓ ବାହାରର ରାସ୍ତା ନିର୍ମାଣ ସହ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଏମସି ଓ ପୂର୍ତ୍ତ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ ।

ମରାମତି ପାଇଁ ସେପ୍ଟେମ୍ବର ୧୧ ତାରିଖରୁ ବନ୍ଦ ରହିଛି ଲିଙ୍ଗରାଜ ମନ୍ଦିରର ସିଂହଦ୍ବାର । ଅନ୍ୟପଟେ ହକି ବିଶ୍ବ ପୂର୍ବରୁ ଲିଙ୍ଗରାଜ ମନ୍ଦିରର ସମସ୍ତ ବାକି ଥିବା କାମକୁ ଡିସେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂ। ଗସ୍ତ ସମୟରେ ମନ୍ଦିରର ସିଂହଦ୍ଵାର ମରାମତି କାର୍ଯ୍ୟ ଚାଲୁ ରହିଥିବାରୁ ଉତ୍ତର ଦ୍ୱାର ଦେଇ ମନ୍ଦିର ଭିତରକୁ ଯାଇ ମନ୍ଦିର ଭିତରର ସ୍ଥିତି ଅନୁଧ୍ୟାନ କରିଥିଲେ ବିଡିଏ ଉପାଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ଅଧିକାରୀ । ନିର୍ଦ୍ଦେଶ କେତେଦୂର ପାଳନ ହେଉଛି ତାକୁ ପୁଣି ସପ୍ତାହକ ମଧ୍ୟରେ ଅନୁଧ୍ୟାନ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି ।

ପରିମଳ, ରାସ୍ତାଘାଟରେ ଯେଭଳି କୌଣସି ସମସ୍ୟା ନରୁହେ ଏବଂ ଜବରଦଖଲକୁ ଆଦୌ ପ୍ରଶୟ ନଦେବାକୁ ସ୍ପଷ୍ଟ କରିଛନ୍ତି । ବିଶ୍ୱକପ ଅବସରରେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହେବ । ସେମାନେ ଯେମିତି ଭୁବନେଶ୍ୱର ସହର ପ୍ରତି ଏକ ଭଲ ସ୍ମୃତି ନେଇ ଫେରିବେ ସେଥିପାଇଁ ସମସ୍ତ ଦିଗ ଉପରେ ଧ୍ୟାନ ଦିଆଯାଉଛି ।

ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ, ASI ଅଧିକାରୀ, ମନ୍ଦିର ପ୍ରଶାସନ, ୱାଟକୋ, ପୂର୍ତ୍ତ, ବିଏମସି ଆଦି ବିଭିନ୍ନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ସ୍ଥିତି ସମୀକ୍ଷା ହୋଇଛି ।

ଓକିଲ ଆନ୍ଦୋଳନ ଘଟଣା: ତିଆରି ହେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ସମ୍ବଲପୁର: ସମ୍ବଲପୁରରେ ଓକିଲ ଆନ୍ଦୋଳନ ସମୟରେ କୋର୍ଟ ଭିତରେ ପଶି ଭଂଗାରୁଜା ଘଟଣା । ତିଆରି ହେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଏହାସହ କେବଳ ୫୪ ଜଣ ସଦସ୍ୟଙ୍କ ସସପେଣ୍ଡ  କଟକଣା ବଳବତ୍ତରେ ରହିବ ବୋଲି ବାର କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୫୪ ଜଣ ସଦସ୍ୟଙ୍କୁ ଛାଡି ଅନ୍ୟ ସମସ୍ତଙ୍କ ଲାଇସେନ୍ସ ସସପେଣ୍ଡ ପ୍ରତ୍ୟାହାର ହୋଇଥିବା ସୂଚନା ମିଳିଛି । ସେପଟେ ଫେବୃଆରୀ ୧୫ ସୁଦ୍ଧା ଲାଇସେନ୍ସ ସସପେଣ୍ଡ ହୋଇଥିବା ସଦସ୍ୟ ମାନେ ବିସିଆଇ ନିକଟରେ  ନିଜ ପକ୍ଷ ରଖିପାରିବେ ଆଇନଜୀବୀ ବୋଲି ସ୍ପଷ୍ଟ କରିଛି ବାର କାଉନସିଲ୍ ଅଫ ଇଣ୍ଡିଆ ।

ଗତକାଲି ଆଉ ୧୧ ଜଣଙ୍କୁ ସସପେଣ୍ଡ କରିଥିଲେ ବାର୍ କାଉନସିଲ ଅଫ ଇଣ୍ଡିଆ । ଫଳରେ ନିଲମ୍ବିତ ଆଇନଜୀବୀଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । କେଉଁମାନେ ଘଟଣା ପଛରେ ଥାଇ ହିଂସାକାଣ୍ଡ ଘଟାଇବା ପାଇଁ ପ୍ରବର୍ତ୍ତାଇଥିଲେ ତାହାର ତଦନ୍ତ ଲାଗି ଗଠିତ ହୋଇଛି ୩ ଜଣିଆ ସତ୍ୟ ଅନୁସନ୍ଧାନକାରୀ ଟିମ୍ ।

୧୫ ଜାନୁଆରୀ ସୁଦ୍ଧା ବାର କାଉନସିଲକୁ ରିପୋର୍ଟ ପ୍ରଦାନ କରିବ ଟିମ୍ । ଟିମର ରିପୋର୍ଟକୁ ଭିତ୍ତି କରି ଦୋଷୀଥିବା ଓକିଲଙ୍କ ବିରୋଧରେ ପୁଣି ଥରେ ବଳବତ୍ତର ରହିପାରେ ସସପେଣ୍ଡ ଆଦେଶ ।

ହକି ବିଶ୍ବକପ୍ ପୂର୍ବରୁ ଦେଶ ପରିକ୍ରମା କରୁଛି ଟ୍ରଫି

ନୂଆଦିଲ୍ଲୀ: ପୁରୁଷ ହକି ବିଶ୍ବକପ୍ ପୂର୍ବରୁ ଦେଶ ପରିକ୍ରମା କରୁଛି ଟ୍ରଫି । ଦିଲ୍ଲୀରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ହକି ବିଶ୍ବକପ ଟ୍ରଫିକୁ ଅନାବରଣ କରିଛନ୍ତି ।

ବିଶ୍ବକପ୍ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍ । ଆଉ ୨୭ ଦିନର ଅପେକ୍ଷା। ବିଶ୍ବ ଦେଖିବ କଳିଙ୍ଗରେ ଟକ୍କର । ହକି ଷ୍ଟିକ୍‌ର କମାଲ, ଗୋଲ୍ ବଢାଇବ ହାର୍ଟବିଟ୍। ଏବେଠୁ ବଢିଲାଣି ହକି ଫିଭର । ୧୩ ଜାନୁଆରୀରୁ ଆରମ୍ଭ ହେବ ହକି ବିଶ୍ବକପ୍ । କମ୍ପିବ ଭୁବନେଶ୍ବରରୁ ରାଉରକେଲା । ବିଶ୍ବକପ୍‌ରେ ୧୬ଟି ଟିମ୍ ଭାଗ ନେବେ ।

ଆଜି ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ, ନ୍ୟାର୍ଯ୍ୟ ଦାବି ଉଠାଇବ ଓଡ଼ିଶା

କୋଲକାତା: ଆଜି କୋଲକାତାରେ ବସିବ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ । ଏଥିରେ ଯୋଗଦେଇ ଓଡ଼ିଶା ଉଠାଇବ ତାର ନ୍ୟାର୍ଯ୍ୟ ଦାବି । ବୈଠକରେ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଯୋଗଦେବେ ।

କୋଇଲା ରୟାଲଟି, ଧାନମଣ୍ଡି, ଚାଉଳ ଉଠାଣ, କେନ୍ଦ୍ରୀୟ ଅନୁଦାନ, ରେଳ ପ୍ରକଳ୍ପ, ଟେଲି ଯୋଗାଯୋଗ, ନକ୍ସଲ ସମସ୍ୟା, ସୀମା ବିବାଦ ଆଦି ପ୍ରସଙ୍ଗ ଉଠାଇବ ଓଡ଼ିଶା । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ କିପରି ବିକାଶମୂଳକ କାର୍ଯ୍ୟ ହେବ, ତା’ ଉପରେ ରାଜ୍ୟ ସବୁବେଳେ ଗୁରୁତ୍ବ ଦେଉଛି ।

ହେଲେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଅବହେଳା କରିଚାଲିଛନ୍ତି । ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର କୋଇଲା ରୟାଲଟି ବଢାଉ ନାହିଁ । ବକେୟା ଅନୁଦାନଠାରୁ ଆରମ୍ଭ କରି ରାଜ୍ୟର ହକ୍ ପାଇଁ ଆଜି ରାଜ୍ୟ ଦାବି ଉଠାଇବ ।

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା, ୧୧ ଜଣଙ୍କୁ ସସପେଣ୍ଡ କଲେ ବାର୍ କାଉନସିଲ ଅଫ ଇଣ୍ଡିଆ

ସମ୍ବଲପୁର: କୋର୍ଟରେ ଭଙ୍ଗାରୁଜା ଘଟଣା । ଆଜି ଆଉ ୧୧ ଜଣଙ୍କୁ ସସପେଣ୍ଡ କରିଛନ୍ତି ବାର୍ କାଉନସିଲ ଅଫ ଇଣ୍ଡିଆ । ପୂର୍ବରୁ ଏହି ଘଟଣାରେ 43 ଜଣଙ୍କୁ ସସପେଣ୍ଡ କରାଯାଇଥିଲା । ସମ୍ବଲପୁର ଜିଲ୍ଲା ବାର କାଉନସିଲର ୧୫ଜଣଙ୍କ ନାମ ବାର୍ କାଉନସିଲ ଅଫ ଇଣ୍ଡିଆରେ କରାଯାଇଥିଲା ଦାଖଲ ।

ସିସିଟିଭି ଭିଜୁଆଲ ଆଧାରରେ ଏହି ଆଇନଜୀବୀଙ୍କ ନାମ ଦାଖଲ କରିଥିଲେ ସମ୍ବଲପୁର ସିଭିଲ କୋର୍ଟସ ରେଜିଷ୍ଟ୍ରାର ଶୋଭନ କାନୁନଗୋ । ପରବର୍ତ୍ତୀ ଆଦେଶ ଯାଏ ସେମାନଙ୍କୁ କୋର୍ଟ କାର୍ଯ୍ୟରେ ସାମିଲ ହେବାକୁ ଅନୁମତି ଦିଆଯିବ ନାହିଁ ।

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ୪୮ ତମ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ୪୮ ତମ ଜିଏସ୍‌ଟି ପରିଷଦ ବୈଠକ । ପୂର୍ବାହ୍ନ ୧୧ଟାରେ ଏହି ବୈଠକ ଭର୍ଚୁଆଲ ଯୋଗେ ଅନୁଷ୍ଠିତ ହେବ । ଏଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସାମିଲ ହେବେ । ଲୋକସେବା ଭବନରୁ ପୂର୍ବାହ୍ନ ୧୧ଟାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୈଠକରେ ଯୋଗଦେବେ । କେନ୍ଦୁପତ୍ର ଉପରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ଉଚ୍ଛେଦ ନେଇ ଓଡିଶା ଦାବି କରିଆସୁଛି ।

ଜିଏସ୍‌ଟି ପରିଷଦ ବୈଠକରେ ଏ ସମ୍ପର୍କୀତ ଆଲୋଚନା ପାଇଁ ପ୍ରସ୍ତାବ ନଥିଲେ ବି ନିରଂଜନ କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସ୍‌ଟି ସମ୍ପୂର୍ଣ୍ଣ ଉଠାଇବାକୁ ଦାବି କରିବେ । କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ଥର କେନ୍ଦ୍ରକୁ ଚିଠି ଲେଖିଛନ୍ତି । ଏହାସହିତ ସଂସଦରେ ବିଜେଡି ସାଂସଦମାନେ ବି ସ୍ବର ଉଠାଇଛନ୍ତି । କିନ୍ତୁ କେନ୍ଦ୍ର ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦାବି ନେଇ କର୍ଣ୍ଣପାତ କରିନାହିଁ ।

୧୦୦ ଦିନରେ ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରାର ସେଞ୍ଚୁରୀ । ଗରିବୀ, ବେକାରୀ, ଛଟେଇ, ମୁଦ୍ରାସ୍ଫୀତି, ବିଦ୍ବେଷ ଭାବର ପ୍ରସାର ବିରୋଧରେ ଭାରତବାସୀଙ୍କୁ ଏକ କରିବାର ଲକ୍ଷ୍ୟ । କଂଗ୍ରେସର ମେଗା ଅଭିଯାନରେ ସାମିଲ ହେଉଛନ୍ତି ପଲିଟିସିଆନ, ଇକୋନୋମିଷ୍ଟ, କ୍ରୀଡାବିତ, ଅଭିନେତା, ଅଭିନେତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ।

କଂଗ୍ରେସର ବିଭିନ୍ନ ଗୋଷ୍ଠୀ ବି ମିଳାଇଛନ୍ତି ହାତକୁ ହାତ । ରାହୁଲଙ୍କ ନେତୃତ୍ବକୁ କରିଛନ୍ତି ସ୍ବୀକାର । ୧୫୦ ଦିନରେ ୧୨ ରାଜ୍ୟର ୩ ହଜାର ୫୭୦ କିଲୋମିଟର ଅତିକ୍ରମ କରି ଯାତ୍ରାର ଉଦଯାପନୀ କରିବ କଂଗ୍ରେସ ।

ଫାଶୀ ପୂର୍ବରୁ ଇରାନୀ ଯୁବକଙ୍କ ଅପିଲ, ମୋ ମୃତ୍ୟୁ ପରେ ଉତ୍ସବ ପାଳିବ

ନୂଆଦିଲ୍ଲୀ: ମୋ ମୃତ୍ୟୁ ପରେ କେହି କାନ୍ଦିବନି । କିମ୍ବା ମୋ କବର ପାଖରେ କେହି କୋରାନା ପଢିବନି। ଏହାକୁ ଅନ୍ତିମ ଇଚ୍ଛା ଭାବି ସମସ୍ତେ ଉତ୍ସବ ପାଳନ କରିବ । ଜଣେ ବ୍ୟକ୍ତିଙ୍କର ଏଭଳି ଏକ ଭିଡ଼ିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ରିପୋର୍ଟ ମୁତାବକ, ଫାଶୀ ପୂର୍ବରୁ ଏଭଳି କଥା କହିଥିବା ବ୍ୟକ୍ତି ଜଣଙ୍କୁ ସରକାର ବିରୋଧୀ କାର୍ଯ୍ୟକଳାପ ପାଇଁ ଇରାନ ସରକାର ଗିରଫ କରିଛନ୍ତି । ହିଜାବ ବିରୋଧି ପ୍ରଦର୍ଶନ ନେଇ ୨୩ ବର୍ଷୀୟ ମାଜିଦରେଜା ରେହନବରଦ ନାମକ ଯୁବକଙ୍କୁ ସୋମବାର ଦିନ ସର୍ବ ସମ୍ମୁଖରେ ଫାଶୀ ଦିଆଯାଇଥିଲା ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡ଼ିଓରେ ସମ୍ପୃକ୍ତ ଯୁବକଙ୍କ ଆଖିରେ ପଟି ବନ୍ଧାଯାଇଥିବା ନଜର ଆସୁଛି । ଆଉ ଯେଉଁଥିରେ ସେ ନିଜ ଶେଷ ଇଚ୍ଛା କହୁଛି ।

ତେବେ ସୁରକ୍ଷା କର୍ମୀଙ୍କୁ ହତ୍ୟା ଓ ଆହତ କରିବା ଅଭିଯୋଗରେ ମାଜିଦରେଜାକୁ ଏହି ଦଣ୍ଡ ଶୁଣାଯାଇଛି । ନ୍ୟୁଜ ଏଜେନ୍ସି ଏଏଫପି ଅନୁଯାୟୀ, ଅସ୍ଲୋ ସ୍ଥିତ ଇରାନି ହ୍ୟୁମାନ ରାଇଟସର ଡାଇରେକ୍ଟର ମହମୁଦ ଅମିରି ପ୍ରକାଶ କରିଛନ୍ତି ଯେ ଟ୍ରାଏଲ୍ ସମୟରେ ତାକୁ ଦୋଷ ସ୍ୱୀକାର କରିବାକୁ ବାଧ କରାଯାଇଥିଲା । ଆଉ ତାକୁ ଗିରଫ କରିବାର ୨୩ ଦିନ ପରେ ଫାଶୀ ଦିଆଯାଇଥିଲା, ଯାହା ଇରାନୀ ନେତାଙ୍କ ଦ୍ୱାରା କରାଯାଇଥିବା ବହୁତ ବଡ଼ ଅପରାଧ ।

ଉଲ୍ଲେଖଯୋଗ୍ୟ, ମହସା ଅମିନିଙ୍କ ମୃତ୍ୟୁ ପରେ ହିଜାବ ସମ୍ପର୍କିତ ବିରୋଧ ଜୋରଦାର୍ ହୋଇଥିଲା । କୁର୍ଦ୍ଦିଶ-ଇରାନି ମହିଳା ମହିସା ଅମିନିଙ୍କୁ ଇସଲାମିକ ଡ୍ରେସ୍ କୋଡର ଉଲ୍ଲଘଂନ ଅଭିଯୋଗରେ ଗିରଫ କରାଯାଇଥିଲା ।

ଦୁନିଆର ସବୁଠୁ କମ୍ ଉଚ୍ଚତା ବିଶିଷ୍ଟ ପୁରୁଷ! ମୋବାଇଲ୍ ବି ଚଳାଇପାରନ୍ତିନି

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଛୋଟ ପୁରୁଷ ଭାବେ ରେକର୍ଡ କରିଛନ୍ତି ୨୦ ବର୍ଷୀୟ ଯୁବକ ଅଫସିନ୍ ଇସ୍ମାଇଲ୍ ଘାଦେରଜାଦେହ । ନିକଟରେ ଗିନିଜ ୱାର୍ଲ୍ଡ ରେକର୍ଡ ହାତେଇଛନ୍ତି ଅଫସିନ୍ । ୨ ଫୁଟ୍ ୧ ଇଞ୍ଚ ବିଶିଷ୍ଟ ଏହି ଇରାନର ଯୁବକଙ୍କ ଶରୀର ଅତ୍ୟନ୍ତ ଦୁର୍ବଳ । ଯାହା ଫଳରେ ସେ ମୋବାଇଲ୍ ମଧ୍ୟ ବ୍ୟବହାର କରିପାରନ୍ତି ନାହିଁ । ଏପରିକି ନିଜ ମାପର ଡ୍ରେସ୍ ପାଉନଥିବାରୁ ସେ ୩ ବର୍ଷ ପିଲାଙ୍କ ଡ୍ରେସ୍ ପିନ୍ଧିଥାନ୍ତି ।

ଅଫସିନ ଇରାନର ୱେଷ୍ଟ ଅଜରବେଜାନର ବୁକାନ କାଉଣ୍ଟିର ବାସିନ୍ଦା। ଜନ୍ମ ବେଳେ ତାଙ୍କର ଓଜନ ମାତ୍ର ୭୦୦ ଗ୍ରାମ ଥିଲ । ଗିନିଜ ରେକର୍ଡ କରିବା ପରେ ଅଫସିନ୍ କୁହନ୍ତି, ଏବେ ଲୋକମାନେ ତାଙ୍କୁ ଜାଣିବେ ଏବଂ ସହଯୋଗ ମଧ୍ୟ କରିବେ । ତାଙ୍କର ସବୁ ସ୍ୱପ୍ନ ପୂରଣ ହେବ ବୋଲି ଆଶା ରଖିଛନ୍ତି ।

ଅଫସିନଙ୍କ ପିତାଙ୍କ କହିବାନୁଯାୟୀ, ପୁଅର ଶରୀର ଖୁବ୍ ଦୁର୍ବଳ । ଯେଉଁଥିପାଇଁ ସେ ସ୍କୁଲକୁ ଯାଇ ପାଠ ପଢିପାରିଲା ନାହିଁ । ଏପରିକି ମୋବାଇଲ୍ ପରି ଛୋଟ ଜିନିଷ ମଧ୍ୟ ସେ ବ୍ୟବହାର କରିପାରେ ନାହିଁ । ତେବେ ତା’ ଶରୀର ଦୁର୍ବଳ ଥିଲେ ମଧ୍ୟ ମାନସିକ ସ୍ତରରେ ସେ ସୁସ୍ଥ । ସେ ନିକଟ ଅତୀତରେ ନିଜ ନାମ ଲେଖିବା ଶିଖିଛନ୍ତି ।

ସେ କାର୍ଟୁନ ଦେଖିବାକୁ ଭଲ ପାଉଥିବା ବେଳେ ତାଙ୍କର ଫେବରେଟ୍ କାର୍ଟୁନ ହେଉଛି ଟମ୍ ଆଣ୍ଡ୍ ଜେରୀ । ଆଉ ତାଙ୍କର ସ୍ୱପ୍ନ ରହିଛି ଦୁବାଇର ବୁର୍ଜ ଖଲିଫା ଅଟ୍ଟାଳିକାର ଟପକୁ ଯିବାପାଇଁ ।

କୋଲମ୍ବିଆର ୨.୭ ଇଞ୍ଚ ବିଶିଷ୍ଟ ୩୬ ବର୍ଷୀୟ ଇଡୱାର୍ଡଙ୍କ ରେକର୍ଡ ଭାଙ୍ଗିଛନ୍ତି । ତେବେ ଏନେଇ ଗିନିଜ ୱାର୍ଲ୍ଡ ରେକର୍ଡର ଏଡିଟର୍ ଇନ୍ ଚିଫ୍ କ୍ରେଗ୍ ଗ୍ଲେଣ୍ଡେ କୁହନ୍ତି, ଅଫସିନ୍ ଏବେ ଜଣେ ସେଲିବ୍ରିଟି ଭାବେ ଜୀବନ ଅତିବାହିତ କରିବେ ।

 

କୋଲକାତାରେ ବସିବ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ, ହକ୍ ମାଗିବ ଓଡ଼ିଶା

ଭୁବନେଶ୍ୱର: ଆସନ୍ତାକାଲି କୋଲକାତାରେ ବସିବ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ । ଏଥିରେ ଓଡ଼ିଶା ତା’ ନ୍ୟାଯ୍ୟ ଦାବି ଦୋହରାଇବ । ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଅବହେଳା କରିଚାଲିଛନ୍ତି । କେନ୍ଦ୍ର ନିକଟରେ ଦାବି ଦୋହରାଇବ ଓଡ଼ିଶା। ବୈଠକରେ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଯୋଗଦେବେ । କୋଇଲା ରୟାଲଟି, ଧାନମଣ୍ଡି, ଚାଉଳ ଉଠାଣ, କେନ୍ଦ୍ରୀୟ ଅନୁଦାନ, ରେଳ ପ୍ରକଳ୍ପ, ଟେଲି ଯୋଗାଯୋଗ, ନକ୍ସଲ ସମସ୍ୟା, ସୀମା ବିବାଦ ଆଦି ପ୍ରସଙ୍ଗ ଓଡ଼ିଶା ଉଠାଇବ ।

ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ କିପରି ବିକାଶମୂଳକ କାର୍ଯ୍ୟ ହେବ, ତା’ ଉପରେ ରାଜ୍ୟ ସବୁବେଳେ ଗୁରୁତ୍ବ ଦେଉଛି । ନ୍ୟାଯ୍ୟ ହକ୍‌ ପାଇବା ଯାଏ ଉଦ୍ୟମ ଜାରି ରହିବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି  । ସେପଟେ ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେବାକୁ ଥିବାବେଳେ ପୂର୍ବାଞ୍ଚଳର ସମସ୍ତ ରାଜ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ   ।