ଆଜି ସରିବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

1 min read

ଭୁବନେଶ୍ୱର: ଆଜି ସରିବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଆସନ୍ତା କାଲିଠାରୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ଉନ୍ନୟନ କମିଶନର ପ୍ରଦୀପ ଜେନା । ୧୯୮୯ ବ୍ୟାଚ IAS ଅଫିସର ପ୍ରଦୀପ କୁମାର ଜେନା ମୁଖ୍ୟ ଶାସନ ସଚିବ ଭାବେ ପଦଭାର ଗ୍ରହଣ କରିବେ । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଦୁଇଥର ବଢ଼ିଥିଲା । ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ । ପରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାପାଳ ମଧ୍ୟ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ ତାଙ୍କର ସଫଳତା ପାଇଁ ତୃଣମୂଳ ସ୍ତରରୁ ପ୍ରଶଂସା ପାଇଛନ୍ତି ପ୍ରଦୀପ ଜେନା ।

କଟକ ଜିଲ୍ଲାପାଳ ଥିବା ବେଳେ ୧୯୯୯ ମସିହାରେ ବାତ୍ୟା ପରିଚାଳନାରେ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରୁ ପ୍ରଶଂସା ପାଇଥିଲେ । ଶକ୍ତି ବିଭାଗର ସଚିବ ଥିବା ବେଳେ ଫାଇଲିନ ବାତ୍ୟାରେ ଗଞ୍ଜାମରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିଗିଡିଯାଇଥିଲା । ସେପଟେ ଅବସର ପରେ ସୁରେଶ ମହାପାତ୍ରଙ୍କୁ ମିଳିବ ନୂଆ ନିଯୁକ୍ତି । ଓଇଆରସି ଅଧ୍ୟକ୍ଷ ହେବେ ସୁରେଶ ମହାପାତ୍ର । ଦାୟିତ୍ୱ ଗ୍ରହଣ ଦିନଠାରୁ ତାଙ୍କର କାର୍ଯ୍ୟକାଳ ଅବଧି ଆରମ୍ଭ ହେବ ।