spot_img
Home Blog Page 3626

‘ବେଶରମ ରଙ୍ଗ’କୁ ନେଇ ଆପତ୍ତି ଉଠାଇଲେ ପାକିସ୍ତାନୀ ଅଭିନେତା

ମୁମ୍ବାଇ: ଫିଲ୍ମ ‘ପଠାନ’ର ଗୀତ ‘ବେଶରମ୍ ରଙ୍ଗ’ ରିଲିଜ ହେବା ପରଠୁ ବେଶ ଚର୍ଚ୍ଚାରେ ରହିଛି । ଗୀତକୁ ନେଇ ଅନେକ ବାଦ ବିବାଦ ମଧ୍ୟ ସାମ୍ନାକୁ ଆସୁଛି । ଗୀତରେ ଅଭିନେତ୍ରୀ ଦୀପିକା ପିନ୍ଧିଥିବା ଗେରୁଆ ରଙ୍ଗର ବିକିନିକୁ ନେଇ ବିବାଦ ଦେଖା ଦେଇଥିଲାବେଳେ ଗୀତଟି କପି ହୋଇଛି ବୋଲି ଅନେକଙ୍କର ମତ ଆସୁଛି ।

କେହି କେହି କହୁଛନ୍ତି ଗୀତଟି ହିନ୍ଦି ଗୀତ ‘କୋଇ ଫରିୟାଦ’ରୁ କପି ହୋଇଛି ତ, ଆଉ କିଏ କହୁଛନ୍ତି ଗୀତଟି ହ୍ରିତିକଙ୍କ ଗୀତ ‘ଘୁଙ୍ଗୁରୁ’ ଭଳି ଲାଗୁଛି । କରୋନା ପରେ ବଲିଉଡର ଗୋଟେ ପରେ ଗୋଟେ ଫିଲ୍ମ ବିବାଦ ଘେରକୁ ଆସୁଥିଲାବେଳେ ଏହାକୁ ନେଇ ବି ଉଠିଛି ବୟକଟର ନାରା ।

ଏବେ ଏହି ଫିଲ୍ମକୁ ନେଇ ପାକିସ୍ତାନୀ ଅଭିନେତା ଆପତ୍ତି ଉଠାଇଛନ୍ତି । ଦୀପିକାଙ୍କ ବିକିନି ଉପରେ ଅଭିନେତା ଓମାନ ଖଲିଦଙ୍କର କିଛି ଆପତ୍ତି ନାହିଁ । କିନ୍ତୁ ଗୀତଟି ତାଙ୍କୁ ପସନ୍ଦ ଆସିନି । ସେ କହିଛନ୍ତି ଯେ, ମୁଁ ଗୀତ ଦେଖିଲା ପରେ ଭାବିଲି ଜଗଜିତ ସିଂହଙ୍କ ଗୀତ ‘କୋଇ ଫରିୟାଦ’ ସହ ଇଏ କ’ଣ ହୋଇଛି । ସେ ଏହି ଗୀତକୁ କପି ବୋଲି କହିଛନ୍ତି । ‘ମକେବା’ ନାମକ ଗୀତ ଏବଂ ‘କୋଇ ଫରିୟାଦ’କୁ ମିଶାଇ ‘ବେଶରମ ରଙ୍ଗ’ ତିଆରି ହୋଇଛି ବୋଲି କହିଛନ୍ତି ।

ବଲିଉଡ ଗୀତକୁ ନେଇ ପାକିସ୍ତାନୀ ଅଭିନେତା ଆପତ୍ତି ଉଠାଇବା ଏହା ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ମଲାଇଲା ଅରୋରାଙ୍କ ଏକ ଗୀତକୁ ନେଇ ଅଦାନନ ସିଦ୍ଦିକି ମଧ୍ୟ ଆପତ୍ତି ଉଠାଇଥିଲେ ।

ବେକରୁ ବାହାରିଲା ଜାଭେଲିନ୍, ସୁସ୍ଥ ଅଛନ୍ତି ସଦାନନ୍ଦ

ବଲାଙ୍ଗୀର: ଏକ ଘଣ୍ଟାର ଅସ୍ତ୍ରୋପଚାର ପରେ ବେକରୁ ବାହାରିଲା ଜାଭଲିନ୍ । ସୁସ୍ଥ ଅଛି ଛାତ୍ର ସଦାନନ୍ଦ। ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଚାଲିଥିବା ବେଳେ ଛାତ୍ରଙ୍କ ବେକରେ ପଶିଯାଇଥିଲା ଜାଭେଲିନ୍।

ନବମ ଶ୍ରେଣୀ ଛାତ୍ର ସଦାନନ୍ଦ ମେହେର ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ସ୍ବତନ୍ତ୍ର ୮ଜଣିଆ ଡାକ୍ତରୀ ଟିମ୍‌ଙ୍କ ଅପରେସନ ପରେ ସୁସ୍ଥ ଅଛି ସଦାନନ୍ଦ । ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଡିଇଓ ମେଡିକାଲରେ ଉପସ୍ଥିତ ଅଛନ୍ତି । ଛାତ୍ରଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ସହ ୩୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ ।

ଏହାସହ ସୁସ୍ଥ ହେବା ପର୍ଯ୍ୟନ୍ତ ଛାତ୍ରଙ୍କ ସମସ୍ତ ଚିକିତ୍ସା ରାଜ୍ୟ ସରକାର ବହନ କରିବେ ବୋଲି କହିଥିଲେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ।

ରାମୋଜି ଫିଲ୍ମସିଟି ଭଳି ହେବ କଳିଙ୍ଗ ଷ୍ଟୁଡିଓ

ଭୁବନେଶ୍ବର: ୨୦୨୩ ଜୁନ୍ ମାସ ସୁଦ୍ଧା ଶେଷ ହେବ କଳିଙ୍ଗ ଷ୍ଟୁଡିଓର ନବକଳେବର କାର୍ଯ୍ୟ। ୨୬ ଏକର ଜମିରେ ୪ଟି ଷ୍ଟେଜରେ ଚାଲିଛି ପ୍ରକଳ୍ପ କାର୍ଯ୍ୟ। କଳିଙ୍ଗ ଷ୍ଟୁଡିଓର ନବକଳେବର ପାଇଁ ରାଜ୍ୟ ସରକାର ୧୫୦କୋଟିର ଅନୁଦାନ ଦେଇଛନ୍ତି।

ଚଳଚିତ୍ର ନିର୍ମାଣ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଷ୍ଟୁଡିଓ ପରିସରରେ ରହିବ । ୬ଟି ବଡ଼ ପରଦା ବିଶିଷ୍ଟ ମଲ୍ଟିପ୍ଲେକ୍ସ ନିର୍ମାଣ ହେବ। ଜନସାଧାରଣ ଟିକେଟ ଦେଇ ବୁଲିପାରିବେ କଳିଙ୍ଗ ଷ୍ଟୁଡିଓ। ଷ୍ଟୁଡିଓରେ ରହିବ ୪ଟି ସ୍ୱତନ୍ତ୍ର ଗେଟ।

ଇଣ୍ଡୋର ସୁଟିଂ ହଲ, ଟେକ ଯୋନ, ମୁଭିସ ମ୍ୟାଜିକ, ସ୍ନୋ ୱାର୍ଲଡ଼, ଆଡ଼ଭାଞ୍ଚର ଲ୍ୟାଣ୍ଡ, ମାର୍କେଟ ଯୋନ, ମଣ୍ଡପ, ଭିଲେଜ କମ୍ପ୍ଲେକ୍ସ ଭଳି ଅନେକ କିଛି ରହିବ। ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ।

ରାମୋଜି ଫିଲ୍ମ ସିଟି ଭଳି କଳିଙ୍ଗ ଷ୍ଟୁଡିଓ ଭିତରେ ସ୍ଵଳ୍ପ ଜମିରେ ସବୁ ରଖିବାକୁ ଚେଷ୍ଟା ହେଉଛି। ଆଗକୁ ଫିଲ୍ମସିଟି ପାଇଁ ନିଗମ ପକ୍ଷରୁ ବିସ୍ତୀର୍ଣ୍ଣ ଜମି ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିବା କହିଛନ୍ତି ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ସାଙ୍ଗକୁ କଳିଙ୍ଗ ଷ୍ଟୁଡ଼ିଓର ନବକଳେବର ପାଇଁ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦କୋଟି ଆର୍ଥିକ ଅନୁଦାନ ଯୋଗାଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ।

ଫିଲ୍ମ ସିଟି ନିର୍ମାଣ ପାଇଁ ନିଗମ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଥିବା ବେଳେ ଏଥିପାଇଁ ଅର୍ଥ କିମ୍ବା ଜମିର ଅଭାବ ରହିବ ନାହିଁ ବୋଲି କହିଛନ୍ତି ପ୍ରମୁଖ ସଚିବ ହେମନ୍ତ ଶର୍ମା।

ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍

ବଲାଙ୍ଗୀର: ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଅଘଟଣ । ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍ । ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି I ଛାତ୍ରଙ୍କ ନାମ ସଦାନନ୍ଦ ମେହେର ବୋଲି ଜଣାପଡିଛି ।

ଗୁରୁତର ଅବସ୍ଥାରେ ସଦାନନ୍ଦଙ୍କୁ ପ୍ରଥମେ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ୍ରଙ୍କ ବେକରେ ଏବେ ବି ପଶି ରହିଛି ଜାଭେଲିନ୍ ।

ସର୍ଜରୀ OT ଭିତରେ ଡାକ୍ତରୀ ଟିମ୍ ଚିକିତ୍ସା ଆରମ୍ଭ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଡିଇଓ ମେଡିକାଲରେ ଉପସ୍ଥିତ ଅଛନ୍ତି । ସଦାନନ୍ଦ ମେହେରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଛାତ୍ରଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ସହ ୩୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯିବ ।

ଏହାସହ ସୁସ୍ଥ ହେବା ପର୍ଯ୍ୟନ୍ତ ଛାତ୍ରଙ୍କ ସମସ୍ତ ଚିକିତ୍ସା ରାଜ୍ୟ ସରକାର ବହନ କରିବେ ବୋଲି ସୂଚନା ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ।

ପିଲାଙ୍କ ରକ୍ତହୀନତା ଲାଗି ଆସିଲା ମହୌଷଧି

ହାଇଦ୍ରାବାଦ: ପିଲାଙ୍କ ରକ୍ତହୀନତା ଲାଗି ଆସିଲା ମହୌଷଧି। ହାଇଦ୍ରାବାଦସ୍ଥିତ ବାୟୋଲୋଜିକାଲ-Eର ନ୍ୟୁମୋକୋକାଲ କଞ୍ଜୁଗେଟ ଭାକ୍ସିନ PCV14କୁ ଗ୍ରୀନ ସିଗନାଲ ଦେଇଛନ୍ତି ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ ।

୧୪ ଭାଲେଣ୍ଟ କ୍ଷମତା ସମ୍ପନ୍ନ ଏହି ଔଷଧ ଦେଶରେ ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ରକ୍ତହୀନତା ରୋଗର ସଫଳ ମୁକାବିଲା କରିପାରିବ । ଭାରତରେ ୫ ବର୍ଷର କମ୍ ବୟସର ଶିଶୁଙ୍କ ମୃତ୍ୟୁ ଲାଗି ବିଶେଷ କାରଣ ସାଜିଥାଏ ରକ୍ତହୀନତା ।

କେବଳ ଭାରତରେ ନୁହେଁ ବିଶ୍ବରେ ପ୍ରତିବର୍ଷ ରକ୍ତହୀନତାରେ ପ୍ରାଣ ହରାଇଥାନ୍ତି ଲକ୍ଷ ଲକ୍ଷ ଶିଶୁ । ୬, ୧୦ ଓ ୧୪ ସପ୍ତାହର ଶିଶୁମାନଙ୍କୁ ଏହି ଔଷଧ ଦିଆଯାଇପାରିବ । PCV14ରେ ୧୪ଟି ସେରୋଟାଇପ ରହିଛି ଯାହାକି ଅନ୍ୟ ସମସ୍ତ ଔଷଧ ତୁଳନାରେ ସର୍ବାଧିକ ।

ବାୟୋଲୋଜିକାଲ-E ପକ୍ଷରୁ ବାହାର କରାଯାଇଥିବା ଔଷଧକୁ ଶିଶୁମାନଙ୍କ କ୍ଷେତ୍ରରେ ସଫଳ ଟ୍ରାଏଲ କରାଯାଇଛି । ବିଶ୍ବସ୍ତରରେ ମଞ୍ଜୁରୀ ମିଳିଥିବା ଅନ୍ୟ ଦୁଇଟି ଟିକା ପ୍ରିଭେନାର ୧୩ ଓ ମର୍କ କମ୍ପାନୀର ଭାକ୍ସନ୍ୟୁଭାନ୍ସ ତୁଳନାରେ PCV14 ଅଧିକ ଶକ୍ତିଶାଳୀ ଥିବା କୁହାଯାଇଛି ।

ବାୟୋଲୋଜିକାଲ-E ପରିଚାଳନା ନିର୍ଦ୍ଦେଶକ ମହିମା ଡାଟଲା କହିଛନ୍ତି- ଡିସିଜିଆଇଙ୍କ ଏହି ଅନୁମତି ଦ୍ବାରା ଭାରତ ସମେତ ବିଶ୍ବରେ ଶିଶୁମୃତ୍ୟୁ ହାର ରୋକାଯାଇପାରିବ।

https://youtu.be/3QRfTenOUGo

ଓଲଟିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ଭଦ୍ରକ: ମହୋତ୍ସବ ଦେଖି ଫେରିବା ବେଳେ ଓଲଟିଲା ଅଟୋ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି ।

ଭଦ୍ରକ ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ବାସୁଦେବପୁର ଅଞ୍ଚଳର କିଛି ଲୋକ ମଇତାପୁର ମହୋତ୍ସବ ଦେଖି ଫେରୁଥିବା ବେଳେ, ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି  । ସମସ୍ତ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ୟୁକ୍ରେନ ଉପରେ ୭୦ରୁ ଅଧିକ ମିସାଇଲ ମାଡ଼ କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଭୟାନକ ଆକ୍ରମଣ । ଯୁଦ୍ଧ ଆରମ୍ଭରୁ ଆଜିଯାଏ ହୋଇଥିବା ଆକ୍ରମଣ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଓ ଭୟାନକ ବୋଲି ସୂଚନା ମିଳିଛି ।

ୟୁକ୍ରେନର ବିଭିନ୍ନ ସହରରେ ୭୦ରୁ ଅଧିକ ମିସାଇଲ ହିଟ୍ କରିଛି ଋଷ । ସାରା ଦେଶରେ ଜରୁରୀ ବ୍ଲାକ ଆଉଟ ଘୋଷଣା କରିବା ଲାଗି ୟୁକ୍ରେନକୁ ବାଧ୍ୟ କରିବା ସକାଶେ ଏହି ହମଲା ହୋଇଛି । ଖାରକିବ, ଖେରସନ, କ୍ରିଭିର ଆଦି ସହରରେ ବିପୁଳ ଧନ ସମ୍ପଦ କ୍ଷତି ଘଟିଛି ।

ରାଜଧାନୀ କିବରେ ବି ଜଳ ଓ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ପ୍ରବଳ ଶୀତ ମଧ୍ୟରେ ଏହି ହମଲା ୟୁକ୍ରେନକୁ ଗଭୀର ସଙ୍କଟକୁ ଠେଲି ଦେଇଛି । ଏହି ଆକ୍ରମଣକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ତୀବ୍ର ବିରୋଧ କରିବା ସହ ତୁରନ୍ତ ୟୁକ୍ରେନକୁ ସହାୟତା ଦେବା ଲାଗି ସହଯୋଗୀ ରାଷ୍ଟ୍ରଙ୍କୁ ଆହ୍ବାନ ଜଣାଇଛନ୍ତି । ନୂଆବର୍ଷ ପ୍ରାରମ୍ଭରେ ୟୁକ୍ରେନ ବିରୋଧରେ ଜୋରଦାର ହମଲା କରିବା ଲାଗି ଋଷ ଯୋଜନା କରୁଥିବାବେଳେ ଏହି ଆକ୍ରମଣ ୟୁକ୍ରେନକୁ ଥରହର କରିଛି ।

ଆକ୍ରମଣରେ ବିଶେଷ କରି ୯ରୁ ଅଧିକ ଶକ୍ତି ଭିତ୍ତିଭୂମି ଧ୍ବଂସ ହୋଇଛି । ଶକ୍ତି ପ୍ରକଳ୍ପ ଧ୍ବଂସ ହେବା ଯୋଗୁ ଅଧିକାଂଶ ସହରର ୮୫ ଭାଗ ଅଞ୍ଚଳରେ ଅନ୍ଧକାର ଛାଇ ଯାଇଛି ।

ରାସ୍ତା କଡ଼କୁ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ନବରଙ୍ଗପୁର: ୨୬ ନମ୍ବର ଜାତୀୟ ରାଜପଥ ପଡାଲଗୁଡା ଛକ ନିକଟରେ ଗ୍ୟାସ ଟ୍ୟାଙ୍ଗର ଦୁର୍ଘଟଣାଗ୍ରସ୍ତ । ରାସ୍ତାକଡକୁ ଓଲଟିଛି ଗ୍ୟାସ ଟ୍ୟାଙ୍କର ।

ଘଟଣାସ୍ଥଳରେ ପଟାଙ୍ଗି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି। ଗ୍ୟାସ ଟ୍ୟାଙ୍କରଟି ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ପ୍ରବଳ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୬ଟି ସ୍ଥାନରେ ଚାଲିଛି ରେଡ

ଗଜପତି: ଭିଜିଲାନ୍ସ ଜାଲରେ ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତିର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ରେଡ୍ ।

ବ୍ରହ୍ମପୁରର ୪ଟି, ଦିଗପହଣ୍ଡି, ପାରଳାଖେମୁଣ୍ଡି ସହ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ବ୍ରହ୍ମପୁର ଗୋପବନ୍ଧୁ ନଗର ସ୍ପେକ୍ଟରମ ମାଳତୀ ରେସିଡେନ୍ସିରେ ଥିବା ଫ୍ଲାଟ୍‌, ଜ୍ୟୋତିନଗରରେ ଥିବା ଦୁଇ ମହଲା କୋଠା, ଦିଗପହଣ୍ଡିରେ ଥିବା ଅଫିସ ଚାମ୍ବର ଓ ଆର ଉଦୟଗିରି ଛେଲିଗଡ଼ରେ ଥିବା ସରକାରୀ କ୍ବାର୍ଟର୍ସରେ ଭିଜିଲା୍ନାସ ରେଡ୍ ଚାଲିଛି ।

ରେଡ୍‌ରେ ଜଣେ ଅତିରିକ୍ତ ଏସପି, ୫ ଇନ୍ସପେକ୍ଟର ଓ ୨ ଏଏସଆଇ ସାମିଲ ହୋଇଛନ୍ତି ।

ପୂର୍ବତନ ସରପଞ୍ଚଙ୍କୁ ବିଚ୍ ରାସ୍ତାରେ ମାଡ଼, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଯାଜପୁର: ଯାଜପୁର ତରପଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁଙ୍କ ଉପରେ ଆକ୍ରମଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦିନ ଦିପହରେ ବିଚ୍ ରାସ୍ତାରେ ବାଡେଇ ଚାଲିଥିଲା ଜଣେ ଯୁବକ । ଯାଜପୁର ଜିଲ୍ଲା ଟାଉନ ଥାନା ଅଞ୍ଚଳ ରାମବାଗ ଛକରେ ଘଟିଛି ଏହି ଘଟଣା । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ଏହି ଘଟଣା ଗତ ଦୁଇ ଦିନ ତଳର । ପ୍ରଥମ ଜଣେ ଯୁବକ ସରପଞ୍ଚଙ୍କୁ ଗାଳିଗୁଲଜ କରିବା ସହ ବେଲଟରେ ପିଟିଥିଲା । ପରେ ପ୍ରାୟ ୮ଜଣ ଯୁବକ ପୂର୍ବତନ ସରପଞ୍ଚଙ୍କୁ ସମସ୍ତଙ୍କ ସାମ୍ନାରେ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ତଳେ ପକାଇ ମାରିଥିଲେ ।

ଆକ୍ରମଣ କରିଥିବା ଯୁବକ ହେଉଛନ୍ତି ମଙ୍ଗଳପୁର ଥାନା ଖୋସାଲ ପୁର ଗାଁର ଦେବଦତ୍ତ ଦାସ, ଛଞ୍ଚିଣା ଗାଁର ସନ୍ତୋଷ କୁମାର ମହାନ୍ତି ଏବଂ ମାନସ ମହାନ୍ତିଙ୍କ ସହ ଆଠ ଜଣ ଯୁବକ ।

ଘଟଣାରେ ଯାଜପୁର ଟାଉନ ଥାନା ପୋଲିସ ମାମଲା ରୁଜୁ କରିବା ସହ ଆକ୍ରମଣରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୁଖ୍ୟ ଅଭିଯୁକ୍ତ ସହ ୪ଜଣ ଫେରାର ଅଛନ୍ତି । ଆକ୍ରମଣର ଶିକାର ହୋଇ ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ ଏବେ  କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି l