ବିଧାନସଭାରେ ବଜେଟ ଅଧିବେଶନ, ଆଜି ରହିଛି ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ

1 min read

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ ଉପରେ ବିଧାନସଭାରେ ଜାରି ରହିଛି ଆଲୋଚନା । ଆଜି ଅପରାହ୍ନରେ ଦ୍ବିତୀୟ ଦିନରେ ଆଲୋଚନା ହେବ । ଆସନ୍ତାକାଲି ଆଲୋଚନାର ଶେଷ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉତ୍ତର ରଖିବେ । ସୋମବାର ବିଧାନସଭାରେ ବାଚସ୍ପତି ଘୋଷଣା କରିଥିବା ନୂଆ କାର୍ଯ୍ୟ ପରାମର୍ଶଦାତା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବୈଠକରେ ୨୨ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା କରାଯିବ । ୧୪ଦିନ ଧରି ଚାଲିବାକୁ ଥିବା ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନାରେ କେଉଁଦିନ କେଉଁ ବିଭାଗ ଆଲୋଚନା କରାଯିବ ସେନେଇ କାର୍ଯ୍ୟ ପରାମର୍ଶଦାତା ବୈଠକରେ ସ୍ଥିର କରାଯାଇଛି ।

ସେହିପରି ଆଜି ପ୍ରଶ୍ନକାଳରେ ପଞ୍ଚାୟତିରାଜ, ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ବିଭାଗ, ଜଙ୍ଗଲ ଓ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ପକ୍ଷରୁ ମମିତା ମେହେର ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁକୁ ନେଇ ମୁଲତବୀ ପ୍ରସ୍ତାବ ଦିଆଯାଇଛି ।