spot_img
Home Blog Page 3628

ପାରାଦୀପ-ହରିଦାସପୁରରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବି, ରେଳମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ରେଳ ବିକାଶ କ୍ଷେତ୍ରରେ ୭୫ ବର୍ଷ ହେଲା କେନ୍ଦ୍ର ସରକାର ଓଡ଼ିଶାର ଦାବିକୁ ଅଣଦେଖା କରିଚାଲିଛନ୍ତି । ସରକାର ଆସିଛି ଯାଇଛି ହେଲେ ଓଡ଼ିଶାର ଭାଗ୍ୟ ବଦଳିନି । ରେଳ ସଂଯୋଗୀକରଣ ନେଇ ସବୁବେଳେ ସବୁ ସରକାର ବୈମାତୃକ ମନୋଭାବ ପୋଷଣ କରିଆସିଛନ୍ତି । ରାଜ୍ୟ ସରକାର ରେଳବାଇକୁ ମାଗଣା ଜମି ପ୍ରଦାନ ସହ ୫୦ ପ୍ରତିଶତ ପ୍ରକଳ୍ପ ଖର୍ଚ୍ଚ ବହନ କରିଆସୁଛନ୍ତି ।

ହେଲେ ରେଳବାଇ କିନ୍ତୁ ରାଜ୍ୟ ପ୍ରତି ଚରମଉଦାସୀନତା ପ୍ରଦର୍ଶନ କରିଆସୁଛି । ତାର ବଡ଼ ଉଦାହରଣ ହେଲା ପାରାଦୀପ-ହରିଦାସପୁର ରେଳ ଲାଇନ । ଏହି ଟ୍ରାକରେ ମାଲ ପରିବହନ ହେଉଥିବାବେଳେ ଯାତ୍ରୀ ପରିବହନ ସୁବିଧା ଆରମ୍ଭ ହୋଇପାରୁନି । ଯାତ୍ରୀ ପରିବହନ ହେଲେ ଏହି ରେଳ ଲାଇନ କେନ୍ଦ୍ରାପଡ଼ାକୁ ଦେଶର ରେଳ ମାନଚିତ୍ରରେ ଯୋଡିପାରନ୍ତା ।

କିନ୍ତୁ ଏଥିପ୍ରତି ରେଳବାଇ ଦୃଷ୍ଟି ଦେଉନି ବୋଲି ଅଭିଯୋଗ କରିଛି ବିଜେଡି । ତେଣୁ ତୁରନ୍ତ ପାରାଦୀପ-ହରିଦାସପୁରରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବାକୁ ବିଜେଡି ସଂସଦୀୟ ଦଳ ଦାବି କରିବା ସହ ରେଳ ମନ୍ତ୍ରୀ ଅଶିନୀ ବୈଷ୍ଣବଙ୍କୁ ଭେଟି ଦାବି ପତ୍ର ଦେଇଛି । ଏହି ଟ୍ରାକରେ ଯାତ୍ରୀ ସେବା ଉପଲବ୍ଧ ହେଲେ କେନ୍ଦ୍ରାପଡ଼ାବାସୀ ସ୍ବାଧୀନତାର ୭୫ ବର୍ଷ ପରେ ସୁବିଧା ପାଇପାରିବେ ।

ମୃତ୍ୟୁର ୧୮ ବର୍ଷ ପରେ ବିଧବା ପତ୍ନୀଙ୍କୁ ମିଳିଲା ସହାୟତା

ପୁରୀ: ମୃତ୍ୟର ୧୮ ବର୍ଷ ପରେ ବିଧବା ପତ୍ନୀଙ୍କୁ ମିଳିଲା ସହାୟତା । ମୋଟର ଦୁର୍ଘଟଣା ଜନିତ ମାମଲାର ବିଚାର କରି କୋର୍ଟଙ୍କ ନିର୍ଦ୍ଦେଶରେ ଦୀର୍ଘ ବର୍ଷ ପରେ ଆଜି ମୃତକଙ୍କ ପରିବାରକୁ ଅତିରିକ୍ତ ଜିଲ୍ଲାପାଳ 21 ଲକ୍ଷ 80 ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ୨୦୦୪ ରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ହାଟସାହିର କଟକ ଅବକାରୀ ବିଭାଗରେ କାର୍ଯ୍ୟରତ ପର୍ଶୁରାମ ମହାନ୍ତି ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟର ଭର୍ତ୍ତି ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ନିଆଯାଉଥିଲା ।

ତେବେ ପୁରୀ-ଭୁବନେଶ୍ବର ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହେବାରୁ ଘଟଣାସ୍ଥଳରେ ପର୍ଶୁରାମଙ୍କ ମୃତ୍ୟୁ ଘଟିଥିଲା । ଡ୍ରାଇଭରଙ୍କ ଅସାବଧାନତା ଓ ଆମ୍ବୁଲାନ୍ସର କାଗଜପତ୍ର ଠିକ୍ ନଥିବା ଅଭିଯୋଗ କରି ପରିବାର ଲୋକେ କ୍ଷତିପୂରଣ ପାଇଁ ଦାବି କରିଥିଲେ । ଭୁବନେଶ୍ବର ମୋଟରଯାନ ଟ୍ରିବ୍ୟୁନାଲରେ ଏକ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରି କୋର୍ଟ ୯ ଲକ୍ଷ ୭୭ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

କ୍ଷତିପୂରଣ ନଦେବା ଯାଏଁ ୭ ପ୍ରତିଶତ ସୁଧ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୧୮ ବର୍ଷ ପରେ ପରିବାରକୁ ନ୍ୟାୟ ମିଳିଛି । ମୋଟରଯାନ ଟ୍ରିବ୍ୟୁନାଲ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୭ ପ୍ରତିଶତ ସୁଧ ହାରରେ ଆଜି ଏହି ପରିବାରକୁ 21 ଲକ୍ଷ 80 ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି ।

ମଦ ପିଇ ମୃତ୍ୟୁବରଣ କଲେ କ୍ଷତିପୂରଣ ଦିଆଯିବନି: ନୀତିଶ କୁମାର

ପାଟଣା: ବିହାର ମଦ ମୃତ୍ୟୁ ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ‘‘ଯିଏ ବିଷାକ୍ତ ମଦ ପିଇବ, ସେ ମରିବ’’।

ଶୁକ୍ରବାର ଦିନ ବିଧାନସଭାରେ  ନୀତିଶ କୁମାର କହିଛନ୍ତି, ଆମେ ପୂର୍ବରୁ କହିଛୁ ମଦ ପିଇଲେ ମୃତ୍ୟୁ ହୋଇପାରେ। ଏଥିପାଇଁ କୌଣସି କ୍ଷତିପୂରଣ ଦିଆଯିବନାହିଁ। କାରଣ ମଦ ପିଇଲେ କିଛି ଲାଭ ମିଳେନାହିଁ।

ନକଲି ମଦ ବିକ୍ରିକୁ ନେଇ ଅସନ୍ତୋଷ ତେଜୁଥିବା ବେଳେ ନୀତୀଶଙ୍କ ଏଭଳି ମନ୍ତବ୍ୟକୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିଧାନସଭାରେ ବିରୋଧୀ ଆଜି ବି ହୋହଲ୍ଲା କରିଥିବା ବେଳେ ସରକାର ନୀତି ଅନୁପାଳନ କରୁ ନଥିବା ଅଭିଯୋଗ କରିଛନ୍ତି ।

ତେବେ ଏବେସୁଦ୍ଧା ମୃତକଙ୍କ ସଂଖ୍ୟା ୫୩ ଛୁଇଁଥିବା ବେଳେ ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିଷାକ୍ତ ମଦ କାରବାରରେ ସମ୍ପୃକ୍ତି ନେଇ ପୋଲିସ ଛାନଭିନ ଚଳାଇଛି । ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି । ଟିମରେ ୩୧ ଜଣ ପୋଲିସ ଅଫିସର ଅଛନ୍ତି । ଏବେ ସୁଦ୍ଧା ପ୍ରାୟ ୧୨୬ ଜଣଙ୍କୁ ଗିରଫ କରିଛି ପୋଲିସ

 

 

ଦିନକୁ ମିଳୁନି ଦିମୁଠା ଖାଦ୍ୟ, ଜଗନ୍ନାଥ ମନ୍ଦିରକୁ କଲେ ଲକ୍ଷେ ଟଙ୍କା ଦାନ

କନ୍ଧମାଳ: ଆଜି ବି ଅଛନ୍ତି ଏମିତି ଲୋକ  । ଯିଏ ଭିକ୍ଷା ମାଗି ଦିନ ବିତାଇଥାନ୍ତି, କିନ୍ତୁ ନିଜର ପ୍ରାଣର ଠାକୁରଙ୍କୁ ଭୁଲି ନଥାନ୍ତି  । ଦିନକୁ ଦି ମୁଠା ଖାଇବାକୁ ପାଇ ନଥାନ୍ତି କିନ୍ତୁ ଦିନ ବାନ୍ଧବ ପାଇଁ ସାଇତି ରଖିଥାନ୍ତି  ।  ଜଗନ୍ନାଥଙ୍କ ପାଇଁ ଭିକାରୁଣୀଙ୍କ ସମର୍ପଣ ମନୋଭାବ । ଜଗା ପାଇଁ ଦାନ କଲେ ଏକ ଲକ୍ଷ ଟଙ୍କା । କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ପୁରୁଣା ଜଗନ୍ନାଥ ମନ୍ଦିରକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି ଭିକାରୁଣୀ ତୁଳା ବେହେରା ।

ମନ୍ଦିରର ପୁନଃଉଦ୍ଧାର କାର୍ଯ୍ୟ ପାଇଁ ପରିଚାଳନ କମିଟି ସଭାପତି ସୁନାଶିର ମହାନ୍ତିଙ୍କ ଉପସ୍ଥିତିରେ ଦାନ କରିଛନ୍ତି ସମସ୍ତ ଟଙ୍କା । ଏହି ଟଙ୍କାରେ ମନ୍ଦିର ପୁନଃଉଦ୍ଧାର କରାଯିବା ସହ ସେଠାରେ ସାଧୁ ସନ୍ଥ ମାନଙ୍କ ପାଇଁ ଭାଙ୍ଗିଯାଇଥିବା ମନ୍ଦିରର କାମ କରାଯିବ ବୋଲି କହିଛନ୍ତି ମନ୍ଦିର ସଭାପତି । ଦୀର୍ଘ ୪୦ ବର୍ଷ ହେବ ଭିକାରୁଣୀ ତୁଳା ବେହେରା ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ସାଇ ମନ୍ଦିରର ଭିକ ମାଗି ସଞ୍ଚୟ କରିଥିଲେ ୧ ଲକ୍ଷ ଟଙ୍କା । ଯେଉଁ ଟଙ୍କାକୁ ୭୦ ବର୍ଷ ବୟସରେ ଜଗା ପାଇଁ ସମର୍ପିତ କରିଛନ୍ତି ।

ସମାଜକୁ ସବୁଠି ବଡ଼ ବାର୍ତ୍ତା ଦେଇଛନ୍ତି ଭିକ୍ଷା ମାଗି ଜୀବନ ଅତିବାହିତ କରୁଥିବା ତୁଳା ବେହେରା  । ଗୋଟିଏ ଟଙ୍କାରେ ଆଜିର ମଣିଷ ସମାଜକୁ ସମର୍ପଣ କରୁନଥିବାବେଳେ ଭିକ ମାଗି ପେଟ ପୋଷୁଥିବା ଏ ମହିଳା ଜଣଙ୍କ ଜଗନ୍ନାଥ ମନ୍ଦିର ପାଇଁ ଦେଇଛନ୍ତି ୧ଲକ୍ଷ ଟଙ୍କା  । ଏ ଖବର ଶୁଣିବା ପରେ ସମସ୍ତଙ୍କ ସମ୍ମାନ ବଢି ଯାଇଛି  । ଏମିତି ବି ମଣିଷ ଅଛନ୍ତି, ଯିଏ ବେସାହାରା  । ଦିନକୁ ଓଳିଟିଏ ଖାଇବାକୁ ଅର୍ଥର ଅଭାବ ପଡୁଥିବା ମଣିଷ ବି କିଭଳି ଜଗନ୍ନାଥଙ୍କ ପ୍ରେମକୁ ଜାବୁଡି ଧରିଥାଏ ତୁଳା ତାହାର ବଡ଼ ଉଦାହରଣ  ।

ଆକ୍ସନ ମୁଡରେ ବଲାଙ୍ଗୀର ପୋଲିସ, ୭ ହଜାର ଲିଟର ଦେଶୀ ମଦ ନଷ୍ଟ

ବଲାଙ୍ଗୀର: ୭ ହଜାର ଲିଟର ଦେଶୀ ମଦ ନଷ୍ଟ କଲା ପୋଲିସ । ଜିଲା ପୋଲିସ ଦ୍ୱାରା ବଲାଙ୍ଗୀର ସ୍ଥିତ ବିଜାଖମନ ଠାରେ ଜିଲ୍ଲାର ୧୭ଟି ଥାନା ଦ୍ଵାରା ଜବତ୍ ହୋଇଥିବା ଦେଶୀ ମଦକୁ ନଷ୍ଟ କରାଯାଇଛି  । ଦୀର୍ଘ ଦିନ ଧରି ଜବତ ହୋଇ ଥାନାର ମାଲଖାନାରେ ରଖାଯାଇଥିଲା  ।  ଯାହା ଫଳରେ ଥାନା ଭିତରେ ଦୁର୍ଗନ୍ଧ ହେଉଥିଲା ।  ଏନେଇ ବଲାଙ୍ଗୀର ଏସପି ଓ ଅବକାରୀ ଅଧିକ୍ଷକଙ୍କ ଆଲୋଚନା ପରେ ସେସବୁକୁ ଆଜି ନଷ୍ଟ କରାଯାଇଛି ।

ବଲାଙ୍ଗୀର ଜିଲ୍ଲା ପୋଲିସ ବିଭିନ୍ନ ଥାନାରେ ଜବତ ହୋଇଥିବା ୫୦୮ଟି ମାମଲାରେ ୭ ହଜାର ଲିଟରରୁ ଅଧିକ ଦେଶୀ ମଦକୁ ଏସ୍‌ପି ଓ ଅବକାରୀ ଅଧୀକ୍ଷକଙ୍କ ଉପସ୍ଥିତିରେ ନଷ୍ଟ କରିଛି ପୋଲିସ । ନଷ୍ଟ କରାଯାଇଥିବା ଜବତ ଦେଶୀ ମଦର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି ।  ଜିଲ୍ଲାର ୧୭ଟି ଥାନାର ଦେଶୀ ମଦକୁ ଗୋଟିଏ ଜାଗାରେ ରଖି ମଦ ଉପରେ ଜେସିବି ଚଢାଇ ନଷ୍ଟ କରାଯାଇଥିଲା ।

ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ଇଡିର ନୋଟିସ୍

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଟଲିଉଡ ଡ୍ରଗ୍ସ ସମ୍ପର୍କିତ ଅର୍ଥଚାଲାଣ ମାମଲା। ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଜାରି । ମିଡିଆ ରିପୋର୍ଟ ଅନୁସାରେ ଦୁଇଟି ଅଲଗା ଅଲଗା ମାମଲାରେ ରକୁଲଙ୍କୁ ସମନ କରାଯାଇଛି ।  ଆସନ୍ତା ସୋମବାର ହାଜର ହେବାକୁ ସମନ ଜାରି କରିଛି ଇଡି ।

ପୂର୍ବରୁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ସଦସ୍ୟଙ୍କୁ ଜେରା କରିଥିଲା ଇଡି। ରକୁଲଙ୍କୁ ମଧ୍ୟ ୨୦୨୧ ମସିହା  ଡିସେମ୍ବର ୩ ତାରିଖରେ ପଚରାଉଚରା ପାଇଁ ଡକାଯାଇଥିଲା । ଗତ ୪ ବର୍ଷ ହେବ ଇଡି ଏହି ମାମଲାର ଛାନଭିନ୍ କରୁଛି ।

କିଛି ବର୍ଷ ଧରି ଟଲିଉଡରେ ଚାଲିଥିବା ବେଆଇନ କାରବାର ନେଇ ରୋହିତ ରେଡ୍ଡୀଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି । ଗତ କିଛି ଦିନ ତଳେ ବିଧାୟକ କିଣାବିକା ଘଟଣାରେ ତାଙ୍କୁ ଜେରା କରିଥିଲା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ।

ସରକାରୀ ସ୍କୁଲରେ ଶିକ୍ଷକଙ୍କ ଅମାନୁଷିକ କାଣ୍ଡ, ଛାତ୍ରୀଙ୍କୁ କଇଁଚିରେ କଲେ ଆକ୍ରମଣ

ନୂଆଦିଲ୍ଲୀ: ସରକାରୀ ସ୍କୁଲ ଶିକ୍ଷକଙ୍କ ଅମାନୁଷିକ କାଣ୍ଡ । ନଗର ନିଗମ ବାଳିକା ବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା । ଛାତ୍ରୀଙ୍କୁ କଇଁଚିରେ ମାଡ଼ ମାରିବା ପରେ ଏକମହଲା ତଳକୁ ଫିଙ୍ଗି ଦେଇଛନ୍ତି ଶିକ୍ଷକ । ଗୁରୁତର ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି । ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

କେଉଁ କାରଣରୁ ଶିକ୍ଷକ ଜଣଙ୍କ ଛାତ୍ରୀଙ୍କୁ କଇଁଚିରେ ଆକ୍ରମଣ କରିଛନ୍ତି ତାହାର କାରଣ ଜଣାପଡିନାହିିଁ  । କଇଁଚିରେ ଆକ୍ରମଣ କରିବା ପୁଣି ଏକ ମହଲା ଛାତ ଉପରୁ ତଳକୁ ଠେଲିଦେବା ଭଳି ଜଘନ୍ୟ ଘଟଣା ଦେଖିବାକୁ ମିଳିଥିଲା  । ଯାହା ଦିଲ୍ଲୀରେ ଚର୍ଚ୍ଚା ପାଲଟିିଛି  । ସେପଟେ  ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଧାରା ୩୦୭ ଆଧାରରେ ମାମଲା ରୁଜୁ ହୋଇଥିବା ଜଣା ପଡିଛି  ।

ବିହାର ମଦ ମୃତ୍ୟୁ ଘଟଣା; ମୃତକଙ୍କ ସଂଖ୍ୟା ୫୩ ଛୁଇଁଲା

ପାଟଣା: ବିହାର ମଦ ମୃତ୍ୟୁ ଘଟଣା । ଏବେସୁଦ୍ଧା ମୃତକଙ୍କ ସଂଖ୍ୟା ୫୩ ଛୁଇଁଥିବା ବେଳେ ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ବିଷାକ୍ତ ମଦ କାରବାରରେ ସମ୍ପୃକ୍ତି ନେଇ ପୋଲିସ ଛାନଭିନ ଚଳାଇଛି । ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି । ଟିମରେ ୩୧ ଜଣ ପୋଲିସ ଅଫିସର ଅଛନ୍ତି ।

ଏବେ ସୁଦ୍ଧା ପ୍ରାୟ ୧୨୬ ଜଣଙ୍କୁ ଗିରଫ କରିଛି ପୋଲିସ। ଘଟଣାରେ ସ୍ଥାନୀୟ ଥାନାର SHO ଓ ଅନ୍ୟ ଜଣଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ ସ୍ତରରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ପରିଜନଙ୍କ ମୃତ୍ୟୁ ପରେ କାନ୍ଦବୋବାଳିରେ ଫାଟୁଛି ସାରଣ ଜିଲ୍ଲାର ଛାପରା ଗାଁ । କିଏ ପୁଅକୁ ହରାଇଥିବା ବେଳେ କିଏ ସ୍ବାମୀ ତ କିଏ ଭାଇକୁ ହରାଇଛି ।

ନକଲି ମଦ ବିକ୍ରିକୁ ନେଇ ଅସନ୍ତୋଷ ତେଜୁଥିବା ବେଳେ ନୀତୀଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ବିଧାନସଭାରେ ବିରୋଧୀ ଆଜି ବି ହୋହଲ୍ଲା କରିଥିବା ବେଳେ ସରକାର ନୀତି ଅନୁପାଳନ କରୁନଥିବା ଅଭିଯୋଗ କରିଛନ୍ତି। ଏହାଛଡ଼ା ମଦ ମୃତ୍ୟୁକୁ ନେଇ ରାଜ୍ୟପାଳଙ୍କ ବାସଭବନ ଆଗରେ ବିଜେପି ବିଧାୟକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେପଟେ ବିରୋଧୀ ଜାଣିଶୁଣି ଗୃହ ଚଳାଇ ଦେଉନଥିବା ଅଭିଯୋଗ କରିଛି ଶାସକ ଦଳ ।

ମଧ୍ୟପ୍ରଦେଶରେ ଅଦ୍ଭୁତ ଶିଶୁର ଜନ୍ମ, ରହିଛି ୪ଟି ଗୋଡ଼

0

ଗ୍ୱାଲିୟର: ମଧ୍ୟପ୍ରଦେଶର ଗ୍ୱାଲିୟରରେ ଆରତୀ କୁଶୱା ନାମକ ଜଣେ ମହିଳା ୪ଟି ଗୋଡ଼ ଥିବା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ପ୍ରଚାର ହେବା ପରେ ଶିଶୁକନ୍ୟା ବିଷୟରେ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି ।

ସିକନ୍ଦର କାମ୍ପୋ ଅଞ୍ଚଳର ଆରତୀ ସ୍‌ଥାନୀୟ କମଲ ରାଜା ହସ୍ପିଟାଲରେ ନବଜାତକକୁ ଜନ୍ମ ଦେଇଛନ୍ତିି । ଶିଶୁ ବିଭାଗର ଡାକ୍ତରଙ୍କ କହିବାନୁସାରେ ଉଭୟ ମା’ ଓ ଶିଶୁ ସୁସ୍ଥ ରହିଛନ୍ତି । ନବଜାତକର ଓଜନ ୨.୩ କେଜି ରହିଛି । ଏହି ବିରଳ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଉପରେ ଜୟ ଆରୋଗ୍ୟ ହସ୍ପିଟାଲ ଗ୍ରୁପର ସୁପରିଟେଣ୍ଡେଣ୍ଟଙ୍କ ସମେତ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛନ୍ତି।

ସୁପରିଟେଣ୍ଡେଣ୍ଟ ଡା. ଆରକେଏସ୍‌ ଧାକାଡ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘ଜନ୍ମ ବେଳ ଶିଶୁକନ୍ୟାର ୪ଟି ଗୋଡ଼ ରହିଥିଲା। ତେବେ ଏଭଳି ଘଟଣାକୁ ମେଡିକାଲ୍ ସାଇନ୍ସ ଭାଷାରେ Ischiopagus କୁହାଯାଏ। ମାତୃଗର୍ଭରେ ଶରୀର ଦୁଇ ଭାଗରେ ବିକଶିତ ହୋଇଥାଏ, ଅଣ୍ଟାରୁ ତଳକୁ ଓ ଅଣ୍ଟାରୁ ଉପରକୁ। ଏହି ସମୟରେ ଭୃଣ ଶିଶୁର ଅଣ୍ଟାରୁ ତଳକୁ ଅତିରିକ୍ତ ଦୁଇଟି ଗୋଡ଼ ବିକଶିତ ହୋଇଯାଇଛି।
ତେବେ ଏହି ୨ ଅତିରିକ୍ତ ଗୋଡ଼ ଅଚଳ ରହିଥିବା ବେଳେ ଶରୀରରେ ଅନ୍ୟ କୗେଣସି ଅସୁବିଧା ଅଛିକି ନାହିଁ, ସେ ସମ୍ପର୍କରେ ଯାଞ୍ଚ କରୁଛନ୍ତି ଡାକ୍ତରୀ ଟିମ୍ । ଯଦି ସବୁ କିଛି ଠିକ୍ ରୁହେ ତାହେଲେ ଅପରେସନ ଦ୍ୱାରା ଅତିରିକ୍ତ ଦୁଇଟି ଯାକ ଗୋଡ଼କୁ ବାହାର କରି ଦିଆଯିବ। ଯାହା ଫଳରେ ଶିଶୁଟି ଭବିଷ୍ୟତରେ ସ୍ୱାଭାବିକ ଭାବେ ଜୀବନଯାପନ କରିପାରିବ ବୋଲି କହିଛନ୍ତି ଡା. ଧାକାଡ ।

କେନ୍ଦ୍ର ଚାହୁଁନି ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ୍ , ବିଜେପି କରୁଛି ମିଥ୍ୟା ଆରୋପ: ସସ୍ମିତ ପାତ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାହିଁଲେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ । ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେନ୍ଦ୍ର ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି କହି ବର୍ଷିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟକୁ ସହଯୋଗ କରୁନାହିଁ କେନ୍ଦ୍ର । ହେଲେ ବିଜେପି ବାରମ୍ବାର ମିଥ୍ୟାରୋପ କରିଆସୁଛି । ଯାହା ଦୁର୍ଭାଗ୍ୟଜନକ ବୋଲି ସସ୍ମିତ ପାତ୍ର କହିଛନ୍ତି ।

ପଶ୍ଚିମ ଓଡ଼ିଶାବାସୀଙ୍କୁ ମିଛ କହି ଭୁଆଁ ବୁଲାଉଛନ୍ତି ବିଜେପି ନେତା । ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କୁ ସମ୍ବିଧାନ କ୍ଷମତା ଦେଇଛି । ହେଲେ ସେମାନେ ଚାହୁଁନାହାନ୍ତି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଉ ବୋଲି । କେନ୍ଦ୍ର ସରକାର ଅଯଥା ରାଜ୍ୟ ଉପରେ ଦୋଷ ଲନଦି ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି ।