ମୁମ୍ବାଇରେ ନବୀନ, ଭେଟିଲେ ଦେଶର ପ୍ରମୁଖ ଶିଳ୍ପପତି

ମୁମ୍ବାଇ: ଓଡିଶାରେ ହେବ ବ୍ୟାପକ ପୁଞ୍ଜିନିବେଶ । ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ସାକ୍ଷାତ କରିଛନ୍ତି ଦେଶର ବହୁ ପ୍ରମୁଖ ଶିଳ୍ପପତି । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଏହି ସୌଜନ୍ୟମୂଳକ ସାକ୍ଷାତକାର ବେଳେ ଭବିଷ୍ୟତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ମୁକେଶଙ୍କ ସହ ଆଲୋଚନା କରିଛନ୍ତି ନବୀନ ।

ଏହି ସମୟରେ ମୁକେଶଙ୍କୁ ହକିର ଜର୍ସି ଉପହାର ଦେଇଛନ୍ତି ନବୀନ । ସେହିଭଳି ସିଏଟ୍ ଗ୍ରୁପର ଅନନ୍ତ ଗୋଏଙ୍କା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଅନନ୍ତଙ୍କ ସହ ମଧ୍ୟ ରାଜ୍ୟରେ ପୁଞ୍ଜି ନିବେଶ ନେଇ ଆଲୋଚନା କରିବା ପରେ ହକିର ଜର୍ସି ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପ୍ରକ୍ଟର ଆଣ୍ଡ ଗାମ୍ବଲ ଏମଡି ଏଲ. ବୈଦ୍ୟନାଥନ  ।

ଆୟନ ଏକ୍ସଚେଞ୍ଜ ଇଣ୍ଡିଆ ସିଏମଡି ରାଜେଶ ଶର୍ମା, କେମକୋ ଗ୍ରୁପ ସିଏମଡି ରାମଅବତାର ସାରାଓଗି, କଲ୍ୟାଣୀ ଷ୍ଟିଲସର ଏମଡି ଆରକେ ଗୋୟଲ, ଆଇଜି ଫାର୍ମାସ୍ୟୁଟିକାଲସର ଏମଡି ନିକୁଢ୍ଜ ଧାନୁକା, ଇଣ୍ଡୋ ରାମା ସିନ୍ଥେଟିକ୍ସର ଏମଡି ଏମଏନଏସ ରାଓ, ଗଦରେଜ ଗ୍ରୁପ ଅଧ୍ୟକ୍ଷ ପିରୋଜେଶା ଗଦରେଜ, ଏନସିଙ୍ଗର ଇଣ୍ଡିଆର ମୁଖ୍ୟ ନିଖିଳ ତିଓ୍ବାରି, ଡାଲମିଆ ପଲିପ୍ରୋର ସିଏମଡି ଆଦିତ୍ୟା ଡାଲମିଆ, ହିଣ୍ଡାଲକୋ ଏମଡି ସତୀଶ ପାଇ, ଗୋପାଳପୁର ପୋର୍ଟ ସିଇଓ ସନ୍ଦୀପ ଅଗ୍ରଓ୍ବାଲ, ଓରିକନ ଏଣ୍ଟରପ୍ରାଇଜେସର ଇଡି ବି.କେ. ତୋସିନିଓ୍ବାଲ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ସାକ୍ଷାତ ।