spot_img
Home Blog Page 3616

ଚାକିରିରୁ ନିଲମ୍ବିତ ହେଲେ ଏଏସଆଇ

ବୌଦ୍ଧ : ଚାକିରିରୁ ନିଲମ୍ବିତ ହେଲେ ଏଏସଆଇ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଡେଣିଗଡ଼ ଫାଣ୍ଡି ଏଏସଆଇ ସସ୍ମିତା ମଗର ଚାକିରିରୁ ନିଲମ୍ବିତ ।। ନିଲମ୍ବିତ କଲେ ବୌଦ୍ଧ ଏସପି ପ୍ରହଲ୍ଲାଦ ସହାଇମିନା । ଗତ ନଭେମ୍ବର ମାସ ୨୫ ତାରିଖରେ ବାଉଁଶୁଣି ଥାନାରୁ ଆଡେଣିଗଡ଼ ଫାଣ୍ଡିକୁ ବଦଳି ହୋଇଥିଲେ ସସ୍ମିତା ମଗର ।

ପୂର୍ବରୁ ସେ ମନମୁଣ୍ଡା ଥାନା ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟର ଅଭିଯୋଗକୁ ଭିତ୍ତି କରି ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ବିଭାଗ ପକ୍ଷରୁ ଦିଆଯାଇ ନଥିବା ବେଳେ ତଦନ୍ତ ଚାଲିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ଗୋପାଳପୁରରେ ୨୪ ଘଣ୍ଟିଆ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ଯୋଜନାର ହେବ ଶୁଭାରମ୍ଭ

ଗଞ୍ଜାମ : ପୁରୀ ପରେ ଗୋପାଳପୁରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍‍ ଯୋଜନାର ହେବ ଶୁଭାରମ୍ଭ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବେ । ଗୋପାଳପୁରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସହିତ ୧୯ ଟି ସହରରେ ଏହି ସେବା ଉପଲବ୍ଧ ହେବ । ଏହାଦ୍ବାରା ପ୍ରାୟ ୫.୫ ଲକ୍ଷ ଲୋକ ଉପକୃତ ହେବେ ।

ରାଜ୍ୟର ଏହି ୧୯ଟି ସହରାଞ୍ଚଳର ବିଭିନ୍ନ ୱାର୍ଡରେ ଏହି ସେବା ଆରମ୍ଭ ହେବାକୁ ଥିବା ନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ବ୍ୟତୀତ ଖୋର୍ଦ୍ଧା, ଜଟଣୀ ଏବଂ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଏହି ଯୋଜନାର କାର୍ଯ୍ୟାରମ୍ଭ କରାଯିବ । ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ୧୧୪ଟି ସହରରୁ ୮୫ଟି ସହରରେ ଶତ ପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରିସାରିଛି । ଏବେ ୧୯ଟି ସହର ଯୋଡ଼ି ହେବା ସହିତ ଅନ୍ୟ ୩ଟି ସହରରେ କାର୍ଯ୍ୟାରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ।

ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍‍ ଯୋଜନାରେ ଆନ୍ତର୍ଜାତୀୟ ମାନର ୨୪ ଘଣ୍ଟିଆ ଜଳ ଯୋଗାଇ ଦିଆଯାଉଛି । ସେହିପରି ରାଉରକେଲା ସହରରେ ମଧ୍ୟ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ରାଉରକେଲା ସହରର ୱାର୍ଡ ନମ୍ଵର ୧, ୨, ୩ ଓ ୩୬ ରେ ବସବାସ କରୁଥିବା ୨୦ ହଜାର ଜନସାଧାରଣ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ପାଇବେ ।

ଅବକାରୀ କାର୍ଯ୍ୟାଳୟ ହାଜତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କଟକ : କଟକ ଚୌଦ୍ବାର ଅବକାରୀ କାର୍ଯ୍ୟାଳୟ ହାଜତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଯୁବକ ହେଲେ ଚୌଦ୍ୱାର ମହିସାନଣ୍ଡା ପଞ୍ଚାୟତର ଶରତ ପ୍ରଧାନ । ଚୋରା ମଦ କାରବାର ଘଟଣାରେ ଶରତଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲେ । ହାଜତରେ ଥିବା ବେଳେ ଶରତଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ସେପଟେ ହାଜତରେ ଶରତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଅବସର ପ୍ରାପ୍ତ କର୍ମଚାରୀଙ୍କ ଆକାଉଣ୍ଟ ପୋଛି ନେଲା ସାଇବର ଠକ

ପାଟକୁରା :  ସାଇବର ଠକେଇର ଶିକାର ହେଲେ ଅବସର ପ୍ରାପ୍ତ କର୍ମଚାରୀ । ପାଟକୁରା ଥାନା ବଙ୍ଗାଳପୁର ନୂଆଶାସନ ଗାଁର ଅବସର ପ୍ରାପ୍ତ କର୍ମଚାରୀ ପ୍ରହଲ୍ଲାଦ ଦାସ ସାଇବର ଠକେଇର ଶିକାର ହୋଇଛନ୍ତି । ବ୍ୟାଙ୍କରେ କରିଥିବା ଫିକ୍ସ ଡିପୋଜିଟ ୧୦ ଲକ୍ଷ ଟଙ୍କାରୁ ୮ ଲକ୍ଷ ଟଙ୍କା ଗାୟବ ହୋଇଯାଇଛି ।

ଜୁଲାଇ ମାସରେ କିଛି ସାଇବର ଠକ ପ୍ରହଲ୍ଲାଦଙ୍କୁ ଫୋନ କରି ଏକ ଓଟିପି ମାଗିଥିଲେ । କୋର୍ଡ ନଦେଲେ ପିକ୍ସ ଡିପୋଜିଟ ଆକାଉଣ୍ଟ ହୋଲଡ କରିଦେବେ ବୋଲି ଧମକ ଦେଇଥିଲେ ଠକ । ପ୍ରହହ୍ଲାଦ କୋର୍ଡ ଦେଇନଥିଲେ । ଘଟଣା ସମ୍ପର୍କରେ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ମ୍ୟାନେଜର କୌଣସି ପଦକ୍ଷପ ନେଇନଥିଲେ । କିନ୍ତୁ ଚାରିଦିନ ତଳେ ପ୍ରହଲ୍ଲାଦଙ୍କର ଦଶ ଲକ୍ଷ୍ୟ ଟଙ୍କାରୁ ୮ ଲକ୍ଷ ଟଙ୍କା ଗାୟବ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି ।

ସେପଟେ ନିଜ ଟଙ୍କା ଫେରସ୍ତ ପାଇବା ପାଇଂ ଦାବିକରିବା ସହିତ ବ୍ୟାଙ୍କ ମ୍ୟାନେଜରଙ୍କ ନା’ରେ ଅଭିଯୋଗ କରି ପ୍ରହଲ୍ଲାଦ ଓ ତାଙ୍କ ପୁଅ ମାହାଳ ଷ୍ଟେଟ ବ୍ୟାଙ୍କ ଶାଖା ସାମ୍ନାରେ ଧାରଣା ଦେଇଛନ୍ତି ।

କରୋନା ସଂକ୍ରମଣକୁ ନେଇ ପୁଣି ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ : ଚୀନ୍ ଓ ଜାପାନ ଭଳି ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବଢିବା ପରେ ଚିନ୍ତାରେ କେନ୍ଦ୍ର ସରକାର । ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯିବ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ଦେଶରେ ଥିବା କରୋନା ସ୍ଥିତି ସମୀକ୍ଷା କରିବେ । ଏଥିସହ ରାଜ୍ୟ ସରକାରଙ୍କୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ଜିନମ ସିକୁଏନ୍ସ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏନେଇ ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି ।

ଚୀନରେ ବିସ୍ଫୋରକ ରୂପ ଧାରଣ କରିଛି କରୋନା । ଦୁଇ ବର୍ଷ ପରେ ପୁଣି ଉପରମୁହାଁ ହୋଇଛି ସଂକ୍ରମଣ । କଟକଣା ହଟିବା ପରେ ମାଡି ମାଡି ଚାଲିଛି ସଂକ୍ରମଣ ଗ୍ରାଫ୍ । ରେକର୍ଡ ଛୁଇଁଛି ମୃତ୍ୟୁସଂଖ୍ୟା । ହସ୍ପିଟାଲରେ ବେଡ୍ ମିଳୁ ନଥିବା ବେଳେ ଦୟନୀୟ ଅବସ୍ଥାରେ ପଡ଼ିଛନ୍ତି ଆକ୍ରାନ୍ତ । ଯିଏ ମରୁଛି ତାକୁ ମରିବାକୁ ଦିଅ ନ୍ୟାୟରେ ଚୀନ ସରକାର କାର୍ଯ୍ୟ କରୁଛନ୍ତି ବୋଲି ବିଶେଷଜ୍ଞ କହିଛନ୍ତି ।

ଆଜି ଆମେରିକା ଯିବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି

କିଭ୍ : ଯୁଦ୍ଧର ଘନଘଟା ଭିତରେ ଆଜି ଆମେରିକା ଗସ୍ତ କରିପାରନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଗସ୍ତକାଳରେ ଓ୍ବାଶିଂଟନ ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଆମେରିକୀୟ କଂଗ୍ରେସର ଏକ ବୈଠକରେ ବି ସେ ଯୋଗଦେବା ସମ୍ଭାବନା ରହିଛି ।

ଗତ ଫେବ୍ରୁଆରୀ ୨୪ ତାରିଖ ଯୁଦ୍ଧ ଆରମ୍ଭ ପରଠାରୁ ଏହା ହେବ ଜେଲେନସ୍କିଙ୍କ ପ୍ରଥମ ଆମେରିକା ଗସ୍ତ । ୟୁକ୍ରେନ ଉପରେ ଋଷର ଭୟାନକ ଆକ୍ରମଣ ଜାରି ରହିଥିବା ବେଳେ ୟୁକ୍ରେନକୁ ଅତିଶକ୍ତିଶାଳୀ ପାଟ୍ରିୟଟ ମିସାଇଲ ଯୋଗାଣ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବା ସମ୍ଭାବନା ରହିଛି । ତେଣେ ୟୁକ୍ରେନକୁ ଫ୍ରାନ୍ସ ରକେଟ ଲଞ୍ଚର ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରଦାନ କରିଛି ।

ଆସନ୍ତାବର୍ଷ ଆହୁରି ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ସମ୍ମତି ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ଗତ କିଛି ଦିନ ତଳେ ୟୁକ୍ରେନକୁ ଫ୍ରାନ୍ସ ଏୟାର ଡିଫେନ୍ସ ବ୍ୟାଟେରୀ ପଠାଇଥିଲା । ତେଣେ ୟୁକ୍ରେନରେ ରିଲିଫ ଓ ଅନ୍ୟାନ୍ୟ ସହାୟତା ଲାଗି ବିଶ୍ବବ୍ୟାଙ୍କ ୬୧୦ ନିୟୁତ ଡଲାରର ଏକ ଆର୍ଥିକ ପ୍ୟାକେଜକୁ ମଞ୍ଜୁରୀ ଦେଇଛି । ପୁନଃନିର୍ମାଣ ଓ ଆର୍ଥିକ ପୁନର୍ଗଠନ ଲାଗି ଏହି ସହାୟତା ଉଦ୍ଦିଷ୍ଟ ।

ଟୁଇଟର ଛାଡ଼ିବେ ଏଲନ ମସ୍କ , ପୋଲ୍‌ରେ ମତ ମାଗିଥିଲେ

ନୂଆଦିଲ୍ଲୀ : ଟୁଇଟର ଛାଡ଼ିବେ ଏଲନ ମସ୍କ । ମାଇକ୍ରୋ ବ୍ଲଗିଂ ସାଇଟର ସିଇଓ ପଦରୁ ମସ୍କ ଇସ୍ତଫା ଦେବେ । ଟ୍ବିଟର ପୋଲ ରେଜଲ୍ଟ ଆଧାରରେ ଚିଫ୍ ଏକଜିକ୍ୟୁଟିଭ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ନିଜ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

ଟୁଇଟର ଛାଡ଼ିବା ନେଇ ମସ୍କ ଟୁଇଟରରେ ଏକ ପୋଲ୍ କରି ୟୁଜର୍ସଙ୍କ ମତ ଲୋଡିଥିଲେ । ଏହି ପୋଲରେ ୫୭ ଦଶମିକ ୫ ପ୍ରତିଶତ ୟୁଜର୍ସ ତାଙ୍କୁ କମ୍ପାନୀର ସିଇଓ ପଦ ଛାଡ଼ିବା ସପକ୍ଷରେ ଭୋଟ ଦେଇଛନ୍ତି । ତେବେ ୟୁଜର୍ସଙ୍କ ମତ ଆଧାରରେ ସେ ସିଇଓ ପଦ ଛାଡ଼ିବେ ବୋଲି କହିଛନ୍ତି ।

ସିଇଓ ପଦ ପାଇଁ ଜଣେ ଯୋଗ୍ୟ ବ୍ୟକ୍ତି ମିଳିବା ପରେ ସେ ଇସ୍ତଫା ଦେବେ ବୋଲି କହିଛନ୍ତି । ଏହାପରେ ସେ କେବଳ ସଫ୍ଟଓ୍ବେର ଓ ସର୍ଭର ଟିମ୍ କୁ ଲିଡ୍ କରିବେ । ତେବେ ଟ୍ବିଟରର ନୂଆ ସିଇଓ ନିଯୁକ୍ତି ପାଇଁ କମ୍ପାନୀ ପକ୍ଷରୁ ପ୍ରକ୍ରିୟା ଜାରି ରହିଥିବା ନେଇ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ମାତ୍ର ଦୁଇ ମାସ ପରେ ଟୁଇଟର ସିଇଓ ଭାବେ ଦାୟିତ୍ବ ନେଇଥିଲେ ମସ୍କ ।

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଫରେଷ୍ଟ ରେଞ୍ଜ ଅଫିସର

କଳାହାଣ୍ଡି : ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର କେସବ ମାଝି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । କେସିଙ୍ଗା ଓମ୍ ନଗରରେ ତିନି ମହଲା କୋଠା ଠାବ ହୋଇଛି ।

ଅଫିସ ଚାମ୍ବର ଓ ସରକାରୀ ବାସଭବନରେ ଚଢ଼ାଉ ଜାରି ରହିଛି । ସେହିପରି କେସିଙ୍ଗା ବ୍ରାହ୍ମଣୀ ଗାଁରେ ଥିବା ଘରେ ମଧ୍ୟ ରେଡ୍ ହୋଇଛି । ତିନି ମହଲା କୋଠ, ଦାମୀ କାର ସହ ବୁଲେଟ ଆଦି ସାମଗ୍ରୀ ଠାବ ହୋଇଛି । ଚଢ଼ାଉରେ ୫ ଡିଏସପି ଓ ୬ ଇନ୍ସପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।

ଇଡକଲ ଡେପୁଟି ମ୍ୟାନେଜରଙ୍କ କୁବେର ସମ୍ପତ୍ତି, ଯେତେ ଖୋଳିଲେ ସେତେ ବାହାରୁଛି…

ଭୁବନେଶ୍ବର : ଇଡକଲ ଡେପୁଟି ମ୍ୟାନେଜରଙ୍କ ଅଚଳାଚଳ ସମ୍ପତ୍ତି । ଡେପୁଟି ମ୍ୟାନେଜର ଗୟା ସାଆଁନ୍ତରାଙ୍କ ଘରେ ଚଢ଼ାଉ ଜାରି ରହିଛି । ଚଢ଼ାଉ ବେଳେ ଜବତ ହୋଇଥିଲା ନଗଦ ୧ କୋଟି ୬ ଲକ୍ଷ ୪୪ ହଜାର ଟଙ୍କା ଜବତ ହୋଇଥିଲା । ଏହାସହ ୧ କେଜି ୮୩ ଗ୍ରାମର ସୁନା ଓ ପାଖାପାଖି ୭ କେଜିର ରୁପା ଅଳଙ୍କାର ଜବତ ହୋଇଛି । ଗତକାଲି ବ୍ୟାଙ୍କ ଆକାଉଣ୍ଟରୁ ୪ କୋଟି ୧୯ ଲକ୍ଷ ଟଙ୍କା ଠାବ ହୋଇଥିଲା ।

ଡେପୁଟି ମ୍ୟାନେଜରଙ୍କର ଭୁବନେଶ୍ବରରେ ୨ଟି ବହୁତଳ ବିଶିଷ୍ଟ କୋଠା ସହ ଭୁବନେଶ୍ବର, ଯାଜପୁର ଓ ନୟାଗଡ଼ର ପ୍ରାଇମ୍ ଲୋକେସନରେ ୧୩ଟି ପ୍ଲଟ ଠାବ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକଲ ଆମ୍ପା ଭାଲି ଲାଇମ ଷ୍ଟୋନ୍ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାଆନ୍ତରାଙ୍କ ଘର ଓ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ନକଲି ଔଷଧ ଧରପଗଡ : ଭୁବନେଶ୍ବରରେ ଆଉ ଏକ ମାମଲା ରୁଜୁ

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ନକଲି ଔଷଧ ଧରପଗଡ । ପୂର୍ବରୁ ରାଜ୍ୟର ବିଭିନ୍ନ ସହରରେ ମୋଟ ୧୩ ଟି ମାମଲା ରୁଜୁ ହୋଇଥିବା ବେଳେ ଗତକାଲି ଭୁବନେଶ୍ବରରେ ଆଉ ଏକ ମାମଲା ରୁଜୁ ହୋଇଛି । ଅଶୋକନଗର ସ୍ଥିତ ନୀଳାଚଳ ଆସୋସିଏଟସରୁ ନକଲି ଔଷଧ କାରବାର ସମ୍ପର୍କିତ ୪୩୩ଟି ନଥିପତ୍ର ଜବତ କରିଛି ଟିମ୍ । ଅତିରିକ୍ତ ଡ୍ରଗ୍ସ କଣ୍ଟ୍ରୋଲର ସୁଦର୍ଶନ ବିଶ୍ବାଳ ଓ ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ କୁମାର ଗିରି ଚଢ଼ାଉ କରି ଫେକ୍ ମେଡିସିନ ସମ୍ପର୍କିତ କାଗଜପତ୍ର ଜବତ କରିଛନ୍ତି ।

ଜବତ ସମସ୍ତ ନଥିପତ୍ରକୁ ଭୁବନେଶ୍ବର ଏସ ଡି ଜେ ଏମ କୋର୍ଟରେ ଦାଖଲ କରାଯିବା ସହ ଏକ ମାମଲା ମଧ୍ୟ ବିଭାଗ ପକ୍ଷରୁ ରୁଜୁ କରାଯାଇଛି । ଝାରସୁଗୁଡାର ଅମିତ ମେଡିକାଲ ଏଜେନ୍ସି , ସମ୍ବଲପୁରର ଦୁର୍ଗା ଏଜେନ୍ସି ଓ କଟକର ଏମ୍ ଏଚ ଫାର୍ମାସ୍ୟୁଟିକାଲ୍ସରୁ ବିଭିନ୍ନ କମ୍ପାନୀର ନକଲି ଔଷଧ ନୀଳାଚଳ ଆସୋସିଏଟସକୁ ଆସିଥିବା ଜଣାପଡିଛି । ଝାରସୁଗୁଡାର ଅମିତ ମେଡିକାଲ ଏଜେନ୍ସି ବେନିୟମ ଭାବେ ବାରଣାସୀରୁ ନକଲି ଔଷଧ ଆଣି ବିଭିନ୍ନ ସ୍ଥାନକୁ ପଠାଇଥିବା ସୂଚନା ମିଳିଛି ।

ସେପଟେ ଗ୍ଲେନମାର୍କ କମ୍ପାନୀର ଟେଲମା-୪୦ ଓ ଟେଲମା-H, ଆଲକେମ କମ୍ପାନୀର କ୍ଲାଭାମ-୬୨୫ ଭଳି ଔଷଧର ନିର୍ଦ୍ଦିଷ୍ଟ ବ୍ୟାଚ ନକଲି ବୋଲି ସ୍ପଷ୍ଟ ହେବା ପରେ ତଦନ୍ତ ଦ୍ବରାନ୍ବିତ ହୋଇଛି । ନକଲି ଔଷଧ କାରବାର ଘଟଣାରେ ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ୩ଟି ସ୍ବତନ୍ତ୍ର ଟିମ୍ ଭୁବନେଶ୍ବରରେ ଚଢାଉ ଓ ଯାଞ୍ଚ ଜାରି ରଖିଛନ୍ତି ।